ଯୁବତୀଙ୍କୁ ଉଠାଇ ନେଇ ରାତି ସାରା ଜଙ୍ଗଲରେ ଗଣଦୁଷ୍କର୍ମ : ୩ ଅଭିଯୁକ୍ତ ଗିରଫ
31/10/2019 at 2:38 PM

ରାଉରକେଲା ୩୧।୧୦: ରାଉରକେଲାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ରାତି ସାରା ଜଙ୍ଗଲରେ ଯୁବତୀଙ୍କୁ ଦୁର୍ବୃତ୍ତମାନେ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହେବାପରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ରାଉରକେଲା ପୋଲିସ ।

ସୂଚନାଯୋଗ୍ୟ ଯେ, ଗତ ୨୯ ତାରିଖ ରାତିରେ କୁଆଁରମୁଣ୍ଡା ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦୁଇ ସାଙ୍ଗଙ୍କୁ ଉଠାଇ ନେଇଥିଲେ ଅଭିଯୁକ୍ତ । ତେବେ ସେମାନଙ୍କୁ କୁଆଁରମୁଣ୍ଡା ଜଙ୍ଗଲ ମଧ୍ୟକୁ ଉଠାଇ ନେଇଥିଲେ । ସେଠାରୁ ଜଣେ ସାଙ୍ଗ କୌଶଳକ୍ରମେ ଖସିଆସିଥିଲେ ।

ମାତ୍ର ଅଭିଯୁକ୍ତମାନଙ୍କ ହାବୁଡରୁ ଖସିପାରିନଥିଲେ ଅନ୍ୟ ଜଣେ ସାଙ୍ଗ । ଅଭିଯୁକ୍ତମାନେ ପୀଡିତା ଯୁବତୀଙ୍କୁ ଜଙ୍ଗଲରେ ରାତି ସାରା ରଖି ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଛନ୍ତି ପୀଡିତା । ଅଭିଯୋଗ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ୩ ଅଭିଯୁକ୍ତଙ୍କୁ ଗିରଫ କରିଛି କୁଆଁରମୁଣ୍ଡା ପୋଲିସ ।