ଭଡାରେ ମିଳୁଛି ଲେଡି ଗାଗାଙ୍କ ଘର, ଗୋଟିଏ ବେଡ୍ ରୁମ୍ ପାଇଁ ଦେବାକୁ ପଡିବ ଏତେ ଲକ୍ଷ ଟଙ୍କା...

Published By : Prameya-News7 Bureau | March 06, 2021 IST

ନୂଆଦିଲ୍ଲୀ ୦୬/୦୩:  ଫେମସ୍ ପପ୍ ଗାୟିକା ଲେଡି ଗାଗାଙ୍କ ନ୍ୟୁୟର୍କ ଘରକୁ ଭଡା ଦିଆଯାଉଛି । ଲେଡି ଗାଗା ନ୍ୟୁୟର୍କ ସହରର ଲୋୟର ଇଷ୍ଟ ସାଇଡ୍ ରେ  ଥିବା ଫ୍ଲାଟରେ ରହୁଥିଲେ । ବର୍ତ୍ତମାନ ସେ ଏହି ଫ୍ଲାଟ ପାଇଁ ଭଡାଟିଆ ଖୋଜୁଛନ୍ତି । ସୂଚନା ଅନୁଯାୟୀ, ଏହି ଘରେ ରହିବାକୁ ହେଲେ ପ୍ରତି ମାସରେ ୧,୪୫,୫୧୩ ଟଙ୍କା ଦେବାକୁ ପଡିବ । ଏଥି ସହିତ, ଯଦି ଆପଣ ଏହି ଘରକୁ ୧୩ ମାସ ପାଇଁ  ଲିଜରେ ନେବେ, ତେବେ ଦୁଇମାସ ପାଇଁ ଭଡ଼ା ଦେବାରୁ ରିହାତି ମିଳିବ ।

Red, white, and … a bird? Lady Gaga sends powerful message with brooch |  Evening Standard

ଲେଡି ଗାଗା ଏହି ଘରେ ତିନି ବର୍ଷ ଧରି ରହିଆସୁଛନ୍ତି । ଏହା ନ୍ୟୁୟର୍କ ସହରର୧୭୬ ଷ୍ଟାଣ୍ଟନ୍ ଷ୍ଟ୍ରିଟ୍ ରେ । ଲେଡି ଗାଗାଙ୍କ ସୁପର ହିଟ୍ ଆଲବମ୍ 'ଦି ଫେମ୍'ର ସୁଟିଂ ଏହିଠାରେ କରାଯାଇଥିଲା । ଏହି ଆପାର୍ଟମେଣ୍ଟ ଯୁଦ୍ଧ ପୂର୍ବରୁ ତିଆରି ହୋଇଥିଲା । ଏହାର ଛାତର ଉଚ୍ଚତା ୧୦ ଫୁଟ୍ । ଏହି ଆପାର୍ଟମେଣ୍ଟରେ ଅନେକ ୱିଣ୍ଡୋ ରହିଛି ।

Lady Gaga buys S. California mansion (Photos) | WTOP

କାଲିଫର୍ନିଆର ହଲିଉଡ ହିଲ୍ସରେ ଲେଡି ଗାଗାଙ୍କର ଆଉ ଏକ ଘର ମଧ୍ୟ ଅଛି । ଓସ୍କାର ପୁରସ୍କାର ଜିତିଥିବା ଗାଗାଙ୍କ ହଲିଉଡ ହିଲ୍ସ ଘରର ମୂଲ୍ୟ ୩୮ କୋଟି ୨୧ ଲକ୍ଷ ୮ ହଜାର ୩୮୭ ଟଙ୍କା । ଏହା ବ୍ୟତୀତ ତାଙ୍କର ମାଲିବୁ ବିଚ୍ ନିକଟରେ ମଧ୍ୟ ଆଉ ଏକ ଘର ରହିଛି । ବର୍ତ୍ତମାନ ଲେଡି ଗାଗା ଇଟାଲୀରେ ରହି ତାଙ୍କର ନୂଆ ଫିଲ୍ମର ପ୍ରସ୍ତୁତି କରୁଛନ୍ତି । ଗତ କିଛି ଦିନ ହେବ ଦୁଇଟି କୁକୁର ଚୋରି ହେତୁ ଲେଡି ଗାଗା ଚର୍ଚ୍ଚାରେ ରହିଥିଲେ ।  ପରେ ତାଙ୍କର କୁକୁର ଦୁଇଟି ମିଳିଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.