‘ମନେ ନାହିଁ କେବେ ଗାଧୋଇଥିଲି’ : ହଲିଉଡ ସିଙ୍ଗର ଲେଡି ଗାଗାଙ୍କ ଭୁଲାମନ
21/12/2019 at 3:08 PM

ମୁମ୍ବାଇ ୨୧/୧୨: ହଲିଉଡ ସିଙ୍ଗର ଏବଂ ଅଭିନେତ୍ରୀ ଲେଡି ଗାଗା ଗତ ଥର ସଂସ୍କୃତ ଶ୍ଳୋକ ଟ୍ବିଟ୍ କରି ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ଏବେ ପୁଣି ଥରେ ତାଙ୍କର ଏକ ମଜାଳିଆ ଟ୍ବିଟ୍ ଇଣ୍ଟରନେଟରେ ଛାଇ ଯାଇଛି। ନିକଟରେ ସେ ଟ୍ବିଟରରେ ନିଜର ପର୍ସନାଲ୍ ଆସିଷ୍ଟାଣ୍ଟଙ୍କ ସହ ଏକ କଥୋପକଥନ ସେୟାର କରିଛନ୍ତି। ଏହି କଥୋପକଥନରେ ଲେଡି ଗାଗା କହିଛନ୍ତି ଯେ ‘ତାଙ୍କର ମନେନାହିଁ ଯେ ସେ ଶେଷ ଥର କେବେ ଗାଧୋଇଥିଲେ।’

ସେ ଗତ ବୁଧବାର ଟ୍ବିଟରରେ ଶରୀର ପରିଚ୍ଛନ୍ନତା ସହ ଜଡ଼ିତ ଏକ ମଜାଳିଆ କଥୋପକଥନ ସେୟାର କରିଛନ୍ତି। ଏଥିରେ ତାଙ୍କ ପର୍ସନାଲ ଆସିଷ୍ଟାଣ୍ଟ ତାଙ୍କୁ ପଚାରୁଛନ୍ତି,‘ ଆପଣ ଶେଷ ଥର କେବେ ଗାଧୋଇଥିଲେ?’ ଏହାର ଉତ୍ତରରେ ଲେଡି ଗାଗା କହିଥିଲେ,‘ ତାଙ୍କର ମନେ ନାହିଁ।’ ଫ୍ୟାନ୍ସ ମଧ୍ୟ ଲେଡି ଗାଗାଙ୍କ ଏହି ଉତ୍ତରର ମଜା ନେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି,‘ ଅଗାଧୁଆ ରାଣୀ….ଏଲଜି୬ ଫିଜିକାଲ୍ ଆଲବମ୍ ଦୁର୍ଗନ୍ଧରେ ଭରପୂର ରହିବ।’ ଅନେକ ୟୁଜର ମଜାଳିଆ ମିମ୍ସ ସେୟାର କରି ତାଙ୍କର ଥଟ୍ଟା କରିଥିଲେ।

ଲେଡି ଗାଗା ଏବେ ନିଜର ଅପକମିଙ୍ଗ୍ ଆଲବମ୍ ଏଲଜି୬କୁ ନେଇ ଅତ୍ୟନ୍ତ ବ୍ୟସ୍ତ ଅଛନ୍ତି। ଲେଡି ଗାଗା ନିଜ ଟ୍ବିଟ୍ ସହ ଏଲଜି୬ରେ ହ୍ୟାଶଟାଗ୍ ଜୋଡ଼ି ଫ୍ରାନଙ୍କୁ ଏହା କହିବାକୁ ଉଦ୍ୟମ କରୁଛନ୍ତି ଯେ ସେ ତାଙ୍କ ଷଷ୍ଠ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ଏହି କାରଣ ଯୋଗୁଁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପ୍ରତି ଧ୍ୟାନ ଦେବାକୁ ତାଙ୍କୁ ସମୟ ନାହିଁ।
