Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଜାଣନ୍ତୁ ଭେଣ୍ଡିର ଲାଭ, ଏହି ସବୁ ବିପଦଜନକ ରୋଗରୁ ଆପଣଙ୍କୁ ରଖିପାରେ ମୁକ୍ତ

27/06/2019 at 9:35 PM

ଲେଡି ଫିଙ୍ଗର ବା ଭେଣ୍ଡି ଆମ ରାଜ୍ୟରେ ଲୋକଙ୍କର ଏକ ନିତିଦିନିଆ ପରିବା। ଲୋକେ ଭେଣ୍ଡି ଖାଇବାକୁ ବି ବେଶ ପସନ୍ଦ କରନ୍ତି। ଏଣୁ ଭେଣ୍ଡିକୁ ଭଲ ପରିବା କୁହାଯାଏ। ଏହାକୁ ଭଲ ପରିବା କୁହାଯିବାର କାରଣ ମଧ୍ୟ ରହିଛି। ଏଥିରେ ପ୍ରଚୁର ପରିମାଣରେ ପଟାସିୟମ ଓ ଫାଇବର ଭରି ରହିଥାଏ। ଯାହା ରକ୍ତରେ କୋଲଷ୍ଟ୍ରଲ ମାତ୍ରା ହ୍ରାସରେ ସହାୟକ ହୋଇଥାଏ। ତେବେ ଭେଣ୍ଡିର ଗୁଣ କେବଳ ଏତିକି ନୁହେଁ ଭେଣ୍ଡିର ଅନେକ ଗୁଣ ରହିଛି ଯାହା ଆପଣଙ୍କୁ ସୁସ୍ଥ, ସ୍ୱସ୍ଥ ଓ ନିରୋଗୀ ରଖି ପାରିବ ।  ଆସନ୍ତୁ ଜାଣିବା ଭେଣ୍ଡି ଖାଇଲେ କଣ ଉପକାର ମିଳେ।

ମଧୁମେହ ସମସ୍ୟା ଭୋଗୁଥିବା ଲୋକଙ୍କ ପାଇଁ ଭେଣ୍ଡି ଏକ ଔଷଧ ଭଳି କାମ କରିଥାଏ। ଏଥିରେ ଥିବା ଫାଇବର ଓ ୟୁନୋନାଲ ରକ୍ତରେ ସର୍କରାର ପରିମାଣ ହ୍ରାସ କରେ। ଏଣୁ ଭେଣ୍ଡି ମଧୁମେହ ରୋଗୀଙ୍କ ଲାଗି ଏକ ଦରକାରୀ ପରିବା ନିଶ୍ଟିତ। କେବଳ ମଧୁମେହ ନୁହେଁ କର୍କଟ ରୋଗ ନିରାକରଣରେ ବି ବେଶ୍ ଉପଯୋଗୀ। ଭେଣ୍ଡିରେ ଥିବା ଗୁଣକାରୀ ତତ୍ୱ ଅନ୍ତନାଳିରେ ହେଉଥିବା କଲୋନ କ୍ୟାନସର ରୋକିବାରେ ସହାୟକ ହୁଏ।

ରୋଗ କଥା ଛାଡନ୍ତୁ  ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭେଣ୍ଡି ଦୃଷ୍ଟିଶକ୍ତି ବୃଦ୍ଧିରେ ବି ସହାୟକ ହୋଇଥାଏ। ଏହି ପରିବାରେ ଥିବା ପ୍ରଚୁର ପରିମାଣରେ ଭିଟାମିନ-ଏ, ଭିଟା କେରୋଟିନ ଓ ଆଣ୍ଟିଅକ୍ସିଡେଣ୍ଟ ଆଖିର ଦୃଷ୍ଟି ଶକ୍ତି ବଢାଇବା ସହ ନେତ୍ର ଜନିତ ବିଭିନ୍ନ ସମସ୍ୟାରୁ ମୁକ୍ତ ରଖିଥାଏ।  ଏହା ଛଡା ଭେଣ୍ଡି ଶରୀରର ଚର୍ବି ହ୍ରାସରେ ମଧ୍ୟ ସହାୟକ ହୁଏ। ଏଣୁ ମୋଟା ହେବା ଯୋଗୁ ସମସ୍ୟା ଭୋଗୁଥିବା ଲୋକେ ନିୟମିତ ଭେଣ୍ଡି ଖାଇଲେ ଓଜନ ହ୍ରାସ ସହ ମୋଟା ହେବାରୁ ରକ୍ଷା ପାଇଥାନ୍ତି।

ଭେଣ୍ଡି ଏକ ଏପରି ପରିବା ଯାହା ଆପଣଙ୍କ ଶରୀରର ରୋଗ ପ୍ରତିଷେଧକ ଶକ୍ତିବୃଦ୍ଧିରେ ମଧ୍ୟ ସହାୟକ ହୁଏ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ସି ରହିଥାଏ। ଯାହା ଆପଣଙ୍କ ରୋଗ ପ୍ରତିଶେଧକ କ୍ଷମତା ବୃଦ୍ଧିରେ ସହାୟକ ହୁଏ। ଭେଣ୍ଡିକୁ ଆପଣ କେବଳ ଖାଇବା ନୁହେଁ ପ୍ରସାଧାନ ପାଇଁ ମଧ୍ୟ ବ୍ୟବହାର କରନ୍ତୁ। ଭେଣ୍ଡିକୁ ଛୋଟ ଛୋଟ ଟୁକୁରା କରି କାଟି ପାଣିରେ ସିଝାଇ ଲେମ୍ବୁ ଚିପୁଡି ରଖି ଦିଅନ୍ତୁ। କିଛି ସମୟ ପରେ ପାଣିକୁ ଚୁଟିରେ ଲଗାଇ ରଖନ୍ତୁ ଓ ଚୁଟି ବତୁରି ଯିବା ପରେ ଧୋଇ ଦେଖନ୍ତୁ ଶାମ୍ପୋବି ଏମତି ଚକ୍ ଚକ୍ କରିବନି ଯେମିତି ଭେଣ୍ଡି ଆପଣଙ୍କ କେଶକୁ ନରମ, କୋମଳ ଓ ଚକ୍ ଚକ୍ କରିବ। ସେହିପରି କିଛି ଭେଣ୍ଡିକୁ ପାଣିରେ ବତୁରାଇ ବାଟି ପେଷ୍ଟ କରିଦିଅନ୍ତୁ। ଶରୀରର ଯେଉଁ ଅଙ୍ଗ ସବୁ କଳା ପଡିଯାଉଛି ସେହି ସବୁ ଅଙ୍ଗରେ ଲେପ ଦେଇ କିଛି ସମୟ ରଖିବା ପରେ ଧୋଇ ଦିଅନ୍ତୁ। ଏପରି କିଛି ଦିନ କଲେ ଆପଣଙ୍କ ତ୍ୱଚାବି ଉଜ୍ୱଳ ହେବ। ତେବେ ଭେଣ୍ଡିକୁ ଆମେ ନିଶ୍ଟିତ ଭାବେ  ଏକ ଭଲ ପରିବା କହି ପାରିବା ନିଶ୍ଚିତ ।  

   Related Posts