ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ଅଭିଯୋଗ, ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | January 01, 2021 IST

ନବରଙ୍ଗପୁର ୧।୧: ଜିରୋ ନାଇଟ୍ ସେଲିବ୍ରେସନ୍ ସମୟରେ ଲଜ୍ଜା । ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ମରଣାନ୍ତକ ଆକ୍ରମଣ ସନ୍ଦେହ । ନବରଙ୍ଗପୁର ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ନବରଙ୍ଗପୁର ଜିଲ୍ଲାରୁ ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଏକ ଗାଁରେ ଯୁବତୀଙ୍କୁ ଗୁରୁବାର ମଧ୍ୟରାତ୍ରି ସମୟରେ କିଛି ଦୁର୍ବୃତ୍ତ ମିଶି ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରିଥିବା ଭଳି ଘଟଣା ଦେଖିବାକୁ ମିଳିଛି । ଯୁବତୀ ଜଣଙ୍କ ଗୁରୁତର ଅବସ୍ଥାରେ ଅଚେତ ହୋଇ ଗାଁ ନିକଟ କାଜୁ ଜଙ୍ଗଲରେ ପଡିରହିଥିଲା ।

ଭୋର ୫ଟା ସମୟରେ ସେହି ରାସ୍ତା ଦେଇ ଗାଁ ଲୋକ ଯାଉଥିବା ସମୟରେ ଗୁରୁତର ଅବସ୍ଥାରେ ଅଚେତ ଯୁବତୀଙ୍କୁ ଦେଖି ଯୁବତୀଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ । ପରେ ଘର ଲୋକ ପୀଡିତାଙ୍କୁ ନବରଙ୍ଗପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ପିଡୀତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । କୌଣସି ଏକ ଶକ୍ତ ପଦାର୍ଥରେ ପିଡ଼ୀତାଙ୍କ ପ୍ରହାର କରିଥିବା ଜଣାପଡୁଛି ।

ପିଡୀତା ଜଣଙ୍କ କଥା କହିବାର ପରିସ୍ଥିତିରେ ନଥିବାବେଳେ, ତାଙ୍କ ମାଆ ଘଟଣା ବିଷୟରେ ପଚାରିବାରୁ ଦୁଇଟି ଆଙ୍ଗୁଳି ଦେଖାଇ ଦୁଇ ଜଣ ଲୋକ ଘଟଣାରେ ସମ୍ପୃକ୍ତଥିବା ନେଇ ସଂକେତ ମାଧ୍ୟମରେ କହିଥିବା ପିଡୀତାଙ୍କ ମା’ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.