ଡନ୍ କୋ ପକଡ଼ନା, ମୁସକିଲ ହି ନହିଁ ନାମୁନକିନ୍ ହେ । ଔର ଲେଡି ଡନ୍ କୋ ?

Published By : Prameya-News7 Bureau | June 02, 2018 IST

ଚମକ ଦଉଚି ଧମକ । ଚେହେରା ଭାରି ଚିକ୍କଣ..ବୟସ ବି ବେଶୀ ନୁହଁ, ଜମା କୋଡ଼ିଏ । ହେଲେ ପତିଅ।ରା କାହିଁରୁ କ’ଣ? ଅ।ତଙ୍କରେ ଜନସାଧାରଣ, ନାକେଦମ ପୁଲିସ । ରାସ୍ତାରେ ଏତେ ଗହଳିଚହଳି ନାହିଁ, ବାଇକରେ ଅ।ସୁଛନ୍ତି ଜଣେ ଯୁବକ ଅ।ଉ ଯୁବତୀ । ଯୁବତୀ ଜଣକ ହାତରେ ଗୋଟେ ଖଣ୍ଡା ଧରିଛନ୍ତି ଅ।ଉ ଚୁଟିକୁ ସାଉଁଳେଇ ପୂରା ଫିଲ୍ମି ଷ୍ଟାଇଲରେ ଦୋକାନୀ ପାଖକୁ ଯାଉଛନ୍ତି, କ’ଣ କଥା ହେଉଛନ୍ତି । ସିସିଟିଭି କ୍ୟାମେରାରେ ରେକର୍ଡ ହେଇଥିବା ଏଇଭଳି ଗୋଟେ ଦୃଶ୍ୟ ଭାଇରାଲ ହୋଇଛି । ଏ ଯୁବତୀ ଜଣକ ହଉଛନ୍ତି ଲେଡି ଡନ୍, ଯାହାଂକ ଅ।ତଂକରେ ଥରୁଚି ସୁରଟ, ଥରୁଚି ଭରାଛା । ଏଇ ଲେଡି ଡନଙ୍କ ନାଁ ହଉଚି ଅସ୍ମିତା ଗୋହିଲ…ଡାକ ନାଁ ଭୁରି । ଭଲ କାମ କରୁଥିଲେ ସିନା ଲୋକେ ଭୁରିଙ୍କର ଭୁରି ଭୁରି ପ୍ରଶଂସା କରୁଥାନ୍ତେ, ହେଲେ ଖରାପ କାମକୁ କିଏ ଭୁରି ଭୁରି ପ୍ରଶଂସା କରିବ? ଘଟଣା ଗତ ମେ ୨୧ ତାରିଖର । ଲେଡି ଡନ୍ ଭୁରି ତାଂକ ବଏ ଫ୍ରେଣ୍ଡଙ୍କ ସହ ଅ।ସିଥିଲେ ଗୋଟେ ପାନ ଦୋକାନକୁ । ଉଦ୍ଦେଶ୍ୟ ହେଲା ଚାନ୍ଦା…ଧମକ ଦେଇଥିଲେ ଚାନ୍ଦା ଯଦି ନ ଦବ, ତା’ହେଲେ ଜୀବନ ହରେଇବାକୁ ପଡ଼ିବ । ଦୋକାନୀ ପାଖରେ ଥିଲା ମାତ୍ର ୫ଶହ ଟଂକା, ସେଇ ୫ ଶହ ଟଂକା ନେଇ ଏମାନେ ଗଲେ । ତେବେ ଅଳ୍ପ କିଛି ସମୟ ପରେ ଲେଡି ଡନ୍ ଭୁରି ଓ ତାଂକ ବଏ ଫ୍ରେଣ୍ଡ ପୁଣି ଫେରିଲେ, ସେତେବେଳକୁ ଦୋକାନୀ ବାପୁଡ଼ା ଡରିକି ଛାନିଅ।, ଦୋକାନ ବନ୍ଦ କରିବାକୁ ଯାଉଥିଲେ । ଏମାନେ ପୁଣି ସେଇଠି ପହଂଚି ଚେତାବନୀ ଦେଲେ, ‘କାଲିକି ମୋଟା ମାଲ୍ ରଖିଥିବୁ, ନ ହେଲେ ଅବସ୍ଥା କ’ଣ ହବ ଦେଖିବୁ ।’ ସୁରଟର ଓ୍ବାରଝା ଅଂଚଳରେ ମାତିଛନ୍ତି ଏହି ଲେଡି ଡନ୍ ଅସ୍ମିତା ଓ ତାଂକର ବଏ ଫ୍ରେଣ୍ଡ । ଚୋରି ଓ ଚାନ୍ଦା ଅ।ଦାୟ ଅଭିଯୋଗରେ ଗତ ମାର୍ଚ ମାସରେ ଏମାନେ ଜେଲ ଯାଇଥିଲେ, ହେଲେ ନିକଟରେ ଜାମିନରୁ ଅ।ସିବା ପରେ ପୁଣି ଅ।ରଂଭ କରିଦେଇଥିଲେ ଗୁଣ୍ଡାଗର୍ଦି । ଏ ଦୃଶ୍ୟ ସୋସିଅ।ଲ ମିଡିଅ।ରେ ଭାଇରାଲ ହେବାପରେ ଶେଷରେ ପୁଲିସ ଏମାନଂଙ୍କୁ ଗିରଫ କରିଛି । ଗତ ମାର୍ଚ ମାସରେ ଲେଡି ଡନ୍ ଖଣ୍ଡା ଧରି ବିଚ୍ ରାସ୍ତା ଉପରେ କିଛି ଲୋକଙ୍କୁ ଧମକାଇବାର ଦେଖିବାକୁ ମିଳିଥିଲା । ସେଇ ଭରାଛା ଅଂଚଳରେ ମାଡାମ୍ ତାଂକ ବଏ ଫ୍ରେଣ୍ଡଙ୍କ ସହ କିଛି ଲୋକଂକୁ ଚାନ୍ଦା ପାଇଁ ଧମକ ଦେଇଥଲେ । ଏ ଭିଡିଓ ଭାଇରାଲ ହେବାପରେ ଲେଡି ଡନ୍ ଓ ତାଂକ ବଏ ଫ୍ରେଣ୍ଡ ଗିରଫ ହୋଇଥିଲେ । ହେଲେ ଜେଲରୁ ମୁକୁଳିବା ପରେ ପୁଣି ଅ।ରଂଭ ହେଇଗଲା ଖେଳ । ଅ।ଶ୍ଚର୍ଯ୍ୟର କଥା, ମାତ୍ର ୨୦ ବର୍ଷ ବୟସରେ ଜଣେ ସୁନ୍ଦରୀ ଯୁବତୀଙ୍କୁ ଅ।ଉ କିଛି ଧନ୍ଦା ମିଳିଲାନି ଯେ ଏଇ ଧନ୍ଦା କରୁଛନ୍ତି । ଅବଶ୍ୟ ଏ କଳିଯୁଗରେ ଏସବୁ କିଛି ବିଚିତ୍ର ନୁହଁ । ଅ।ପଣ ଜାଣି ଅ।ଶ୍ଚର୍ଯ୍ୟ ହେବେ, ଲେଡି ଡନଙ୍କୁ ୧୨ହଜାର ଲୋକ ପସନ୍ଦ କରୁଛନ୍ତି, ଫେସ୍ବୁକ୍ରେ ତାଂକର ୧୯ହଜାର ଫଲୋୟର୍ସ ଅଛନ୍ତି…ଅଢେଇ ହଜାର ଫ୍ରେଣ୍ଡ ଅଛନ୍ତି । ଅସ୍ମିତା ମାଡାମଙ୍କ ଫେସବୁକ ବାଓରେ ଲେଖାହେଇଚି, ‘ହମାରେ ଜିନେ କା ତରିକା ଥୋଡ଼ା ଅଲଗ୍ ହେ, ହମ୍ ଉମ୍ମିଦ୍ ପର ନହିଁ, ଅପନି ଜିଦ୍ ପର ଜିତେ ହେଁ ।’ ଓଃ, ପୂରା ଫିଲ୍ମି ଡାଇଲଗ୍ । ଅ।ମକୁ ଅ।ଶ୍ଚର୍ଯ୍ୟ ଲାଗୁଚି, ମାଡାମ୍ ଫିଲ୍ମ ଇଂଡଷ୍ଟ୍ରୀରେ କାହିଁକି ନିଜର ଭାଗ୍ୟ ପରୀକ୍ଷା କଲେନି ! ସଂଳାପ ଲେଖକ ସାଂଗକୁ ବଢିଅ। ଅଭିନେତ୍ରୀ ହେଇପାରିଥାନ୍ତେ । ଉପସ୍ଥାପନା: ସମରେଂଦ୍ର ବଳିଅ।ରସିଂହ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.