ଲେଡ଼ି ଡ଼ନର କାରନାମା ; ଦିନରେ ରେକି ରାତିରେ ଡ଼କାୟତି
10/03/2019 at 7:39 PM

ମେରଠ ୧୦/୩- ଅପରାଧର ତରିକା ବଦଳିଗଲାଣି । ଦିନକୁଦିନ ନୂଆ ନୂଆ ପ୍ରକାରର ଅପରାଧ ପୋଲିସର ମୁଣ୍ଡବ୍ୟାଥାର କାରଣ ପାଲଟିଯାଇଛି ।
ଏଭଳି ଏକ ଅପରାଧର ପୋଲିସ କରିଛି ପର୍ଦ୍ଦାଫାଶ । ଏହି ଅପରାଧ ସହ ଜଡ଼ିତ ଲେଡ଼ିଡ଼ନ୍ ଓ ତାର ସହଯୋଗୀଙ୍କୁ ଗିରଫ କରିବା ସହ ନଗଦ ୧୨ଲକ୍ଷ ଟଂକା ଜବତ କରିଛି ପୋଲିସ ।
ଲେଡ଼ିଡ଼ନ୍ ପ୍ରିୟା । ଦିନରେ ରେକି ଆଉ ରାତିରେ ଡ଼କାୟତି । ରୋଗ ଭଲ କରିବାକୁ ଦିନରେ ରୋଗୀଙ୍କର ସେବା ଆଉ ରାତିରେ ଲୋକଙ୍କ ଠାରୁ ଲୁଟିବା । ଏହି ପେଷାରେ କାମ କରୁଥିବା ଗ୍ୟାଙ୍ଗକୁ ପୋଲିସ ଧରିବାପରେ ମିଳିଛି ଅନେକ ତଥ୍ୟ ।
ମେରଠର ବ୍ରହ୍ମାପୁରୀ ପୋଲିସ ଏହି ଗ୍ୟାଙ୍ଗକୁ ଧରିବାକୁ ହୋଇଛି ସଫଳ । ପ୍ରିୟା ନାଁରେ ଆଗରୁ ଏଭଳି ଅଭିଯୋଗ ଥିଲା । ଚୋରୀ ଘଟଣାରେ ପ୍ରିୟା ଓ ତାର ସହଯୋଗୀ ରାହୁଲ ମଧ୍ୟ ଆଗରୁ ଜେଲ ଯାଇଥିଲେ ।
ଏହିସବୁ ଡ଼କାୟତି ପଛରେ ପ୍ରିୟା ହିଁ ଥିଲା ମାଷ୍ଟର ମାଇଣ୍ଡ । ଡ଼କାୟତି କରିବା ଆଗରୁ ନକସା ପ୍ରସ୍ତୁତ କରୁଥିଲା ପ୍ରିୟା । ସବୁ ଘଟଣାରେ କିଭଳି ପୋଲିସ ଆଖିରୁ ଧୂଳିଦେଇ ଖସିଆସିବେ ସେଥିପାଇଁ ମଧ୍ୟ ଥିଲେ ତୟାର ।
ଟିପିନଗରରେ ରହୁଥିବା ସୋନୁ, ରାହୁଲ, ରାଜେଶ ଥିଲେ ପ୍ରିୟାର ସହଯୋଗୀ । ଏକ ଡ଼କାୟତି ମାମଲାରେ ସନ୍ଦେହକୁ ଆଣି ଏହି ରାକେଟକୁ ଟାର୍ଗେଟ କରିଥିଲା ପୋଲିସ ।
ପୋଲିସ ଏହି ଘଟଣାର ଯଥେଷ୍ଟ ପ୍ରମାଣ ପାଇବାପରେ ସେମାନଙ୍କୁ ଗିରଫ କରିଥିଲା । ଗିରଫବେଳେ ସେମାନଙ୍କ ଠାରୁ ନଗଦ ୧୨ ଲକ୍ଷ ଟଂକା ଆଉ ମାରଣାସ୍ତ୍ର ବି ଜବତ କରିଥିଲା ।