Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନିଜ ପରିବାରକୁ ଛାରଖାର କରିଦେଲେ ଡାକ୍ତରାଣୀ : ପୁଅ,ଝିଅ ଓ ସ୍ବାମୀଙ୍କୁ ବିଷ ଦେବା ପରେ ନିଜେ କଲେ ଆତ୍ମହତ୍ୟା

19/08/2020 at 4:11 PM

ନାଗପୁର ୧୯/୮: ମହାରାଷ୍ଟ୍ରର ନାଗପୁରରୁ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଏଠାରେ ଜଣେ ମହିଳା ଡାକ୍ତର ପ୍ରଥମେ ନିଜ ସ୍ବାମୀ  ଏବଂ ୨ପିଲାଙ୍କୁ ମାରିବା ପରେ ଆତ୍ମହତ୍ୟା କରି ଦେଇଛନ୍ତି। ପୋଲିସର କହିବା ଅନୁସାରେ ଧୀରଜ ଏବଂ ପିଲାଙ୍କ ଶବ ବେଡରୁମର ବିଛଣାରୁ ମିଳିଛି। ଡାକ୍ତର ସୁଷମାଙ୍କ ଶବ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି।

ଏକାଠି ରହୁଥିବା ୬୦ବର୍ଷ ବୟସ୍କ ଖୁଡ଼ି ରୁମର କବାଟ ବାଡ଼େଇବାରୁ କେହି କବାଟ ଖୋଲିନଥିଲେ। ତେଣୁ ସେମାନେ ପଡ଼ୋଶୀ ଏବଂ ପୋଲିସକୁ ଏହାର ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି କବାଟ ଭାଙ୍ଗିବାରୁ ଭିତରର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ପୋଲିସକୁ ପ୍ରାଥମିକ ଯାଞ୍ଚରୁ ଜଣା ପଡ଼ିଥିଲା ଯେ ଡାକ୍ତର ସୁଷମା ସ୍ବାମୀ ଏବଂ ଶିଶୁଙ୍କୁ ବେହୋସ୍ କରିବା ପାଇଁ ଖାଇବାରେ କିଛି ମିଶାଇ ଦେଇଥିଲେ। ଏହା ପରେ ସେ ତାଙ୍କ ୨ପିଲାଙ୍କୁ ଏବଂ ସ୍ବାମୀଙ୍କୁ କିଛି ଔଷଧ ଖୁଆଇ ଦେଇଥିଲେ ଯାହା ଫଳରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହା ପରେ ନିଜେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରି ଦେଇଥିଲେ।

ପୋଲିସକୁ ଘଟଣାସ୍ଥଳରୁ ଦୁଇଟି ସିରିଞ୍ଜ ଏବଂ ଗୋଟିଏ ସୁଇସାଇଡ ନୋଟ୍ ମିଳିଛି। ଯେଉଁଥିରେ ସୁଷମା ଲେଖିଛନ୍ତି ଯେ ସେ ଏହି ନିଷ୍ପତ୍ତି ଏଥିପାଇଁ ନେଲେ କାରଣ ସେ ତାଙ୍କ ଜୀବନରେ କେବେ ଖୁସି ନଥିଲେ। ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି ଏବଂ ରିପୋର୍ଟ ଆସିବା ପରେ ଆଗକୁ ତଦନ୍ତ କରିବା କଥା କହିଛି।

ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି ଏବଂ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଡାକ୍ତର ସୁଷମା ରାଣେଙ୍କ ସ୍ବାମୀ ଇଞ୍ଜିନିୟରିଂ କଲେଜରେ ପ୍ରଫେସର ଥିଲେ। ତାଙ୍କର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଥିଲେ। ଜଣଙ୍କୁ ୧୧ବର୍ଷ ହୋଇଥିବାବେଳେ ଜଣଙ୍କୁ ୫ବର୍ଷ ହୋଇଥିଲା।

  

   Related Posts