ସ୍ୱାମୀ ଶ୍ୱଶୂରଙ୍କ ନିର୍ଯାତନା ସହି ନପାରି ମହିଳା ଡାକ୍ତରଙ୍କ ଆତ୍ମହତ୍ୟା

Published By : Prameya-News7 Bureau | August 18, 2018 IST

ସ୍ବାମୀ ଶ୍ବଶୂରଙ୍କ ନିର୍ଯାତନା ସହି ନପାରି ଆତ୍ମହତ୍ୟା କରିଛନ୍ତି ଜଣେ ମହିଳା ଡାକ୍ତର ।ଛତ୍ରପୁର ଅଂଚଳର ରଘୁନାଥ ଦାଶ । ଜଣେ ଅବସରପ୍ରାପ୍ତ ଶିକ୍ଷକ। ପତ୍ନୀ କୁସୁବ ପ୍ରଭା ମିଶ୍ର । ଛତ୍ରପୁର ଏନଏସି ପ୍ରାଇମେରୀ ସ୍କୁଲରେ ଶିକ୍ଷକ ଭାବେ ଏବେ କାର୍ଯରତ । କେତେ ଆଶାରେ ବଡ଼ ଝିଅ ଅର୍ଚ୍ଚନାକୁ ପାଠ ପଢ଼ାଇ ଡାକ୍ତର କରିଥିଲେ । ଝିଅର ସୁନ୍ଦର ଭବିଷ୍ୟତ ଆଉ ଖୁସି ପାଇଁ ଡାକ୍ତର ଜ୍ବାଇଁ ମଧ୍ୟ କରିଥିଲେ । ୨୦୧୩ ଡିସେମ୍ବରରେ ଭୁବନେଶ୍ବର ଗାଡ଼କଣର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁଅ ଡାକ୍ତର ଅଂଜନ ଦାଶଙ୍କୁ ବିବାହ କରିଥିଲେ ଅର୍ଚ୍ଚନା । ଯୌତୁକ ବାବଦକୁ ନଗତ ୧୫ଲକ୍ଷ ଟଙ୍କା, ୨୦ଭରି ସୁନା ଅଳଙ୍କାର, କାର ସବୁ କିଛି ଦେଇଥିଲେ । ହେଲେ ସ୍ବାମୀ ଶ୍ବଶୂରଙ୍କ ନିର୍ଯାତନା ସହି ନପାରି ଝିଅ ଆତ୍ମହତ୍ୟା ଭଳି ଚରମ ପନ୍ଥାକୁ ବାଛିନେଲା । ଅର୍ଚ୍ଚନାଙ୍କ ବାପାମାଆଙ୍କ ଅଭିଯୋଗ ଅନୁସାରେ ବିବାହର କିଛି ମାସ ପରେ ଶ୍ବଶୂର ଘର ପରିବାର ଝିଅ ଉପରେ ଅକଥନୀୟ ନିର୍ଯାତନା ଆରମ୍ଭ କରିଦେଇଥିଲେ । ଅର୍ଚ୍ଚନା ଆଉ ଅଞ୍ଜନ ଉଭୟ ସ୍ବାମୀ ସ୍ତ୍ରୀ ଭୁବନେଶ୍ବରରେ ଏକ ଘରୋଇ ଡାକ୍ତରଖାନାରେ ଚାକିରୀ କରୁଥିଲେ । ହେଲେ ସ୍ବାମୀ ଅଞ୍ଜନ ଦାସଙ୍କ ଦ୍ବାରା ମାନସିକ ନିର୍ଯାତନା ଏତେ ବଢ଼ିଯାଇଥିଲା ଯେ, ୨୦୧୭ ଡିସେମ୍ବରରେ ଅର୍ଚ୍ଚନାଙ୍କୁ ବ୍ରେନ୍ ଷ୍ଟେ୍ରାକ୍ ହୋଇଥିଲା । ବାପଘର ଲୋକେ ଅର୍ଚ୍ଚନାଙ୍କୁ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସା କରିଥିଲେ । ଏହା ପରେ ମଧ୍ୟ ବିବାହ ବିଚ୍ଛେଦ ପାଇଁ ବାରମ୍ବାର ଅର୍ଚ୍ଚନାଙ୍କ ଉପରେ ଚାପ ପକାଇ ଆସୁଥିଲେ ଡାକ୍ତର ଅଞ୍ଜନ ଦାସ । ଆଉ ଶେଷରେ ଡିଭୋର୍ସ ପାଇଁ ନୋଟିସ ପାଇଥିବା ଅର୍ଚ୍ଚନା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ଚରମ ପନ୍ଥା ବାଛିବାକୁ ବାଧ୍ୟ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.