Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ମହିଳା ଡାକ୍ତରଙ୍କୁ ଛୁରୀ ଭୁସି ହତ୍ୟା, ୨ ଶିଶୁଙ୍କୁ ମଧ୍ୟ ଆକ୍ରମଣ କଲା ଦୁର୍ବୃତ୍ତ

21/11/2020 at 12:56 PM

ଆଗ୍ରା,୨୧/୧୧ :     ଉତ୍ତର ପ୍ରଦେଶର ଆଗ୍ରା ସହରରେ ଜଣେ ମହିଳା ଡାକ୍ତରଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି । କିଛି ଦୁର୍ବୃତ୍ତ ଘରେ ପଶି ମହିଳା ଡାକ୍ତରଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ମହିଳା ଡାକ୍ତରଙ୍କୁ ଛୁରୀ ଭୁସି ହତ୍ୟା ପରେ ଦୁର୍ବୃତ୍ତ ସେଠାରେ ଉପସ୍ଥିତ ଥିବା ୨ ଶିଶୁଙ୍କୁ ମଧ୍ୟ ଆକ୍ରମଣ କରିଥିଲା ।

ସୂଚନାନୁସାରେ, ଡାକ୍ତର ନିଶା ଘରେ ଥିବା ବେଳେ ଏହି ହତ୍ୟାକାଣ୍ଡ ହୋଇଛି । ଦୁର୍ବୃତ୍ତ ତାଙ୍କୁ ଛୁରୀ ଭୁସି ଫେରାର ହୋଇଯାଇଥିଲା । ନିଶାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ମୃତ୍ୟୁବରଣ କରିଥିଲେ । ଆହତ ହୋଇଥିବା ୨ ଶିଶୁଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୁଖ୍ୟ ଅଭିଯୁକ୍ତ ଶୁଭମକୁ ପୋଲିସ ଏନକାଉଣ୍ଟର କରି ଧରିଛି । ତା ନିକଟରୁ ପୋଲିସ କିଛି ଲୁଟ୍ ସାମଗ୍ରୀ ଜବତ କରିଛି ।

ଏନକାଉଣ୍ଟରେ ଆହତ ହୋଇଥିବା ଅଭିଯୁକ୍ତ ଶୁଭମକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶୁଭମ ସହ ଆଉ କିଛି ସହଯୋଗୀ ଥିବା ପୋଲିସ ସନ୍ଦେହ କରୁଛି । ପୋଲିସର କହିବାନୁସାରେ, ଶୁଭମ ଲୁଟ୍ କରିବା ପରେ ମହିଳା ଡାକ୍ତରଙ୍କୁ ହତ୍ୟା କରିଥିଲା । ଏହାପରେ ବାଇକରେ ଫେରାର ହୋଇଯାଇଥିଲା । ପୋଲିସ ଶୁଭମକୁ ରୋକିବାକୁ ପ୍ରୟାସ କରୁଥିବା ବେଳେ ଗୁଳିମାଡ କରିଥିଲା । ଏହାପରେ ପୋଲିସ ଏନକାଉଣ୍ଟର କରି ତାକୁ ଧରିଥିଲା ।

ଏହି ଘଟଣା ପରେ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଆଗ୍ରା ଏଡିଜି ଅଜୟ ଆନନ୍ଦ ମଧ୍ୟ ଘଟଣାସ୍ଥଳରେ ପହଁଚିଛନ୍ତି । ଏହାସହ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ମଧ୍ୟ ଚଢଉ କରାଯାଉଛି ।

   Related Posts