Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସମୁଦ୍ର ତଟରେ ସେଲଫି ନେବାବେଳେ ମହିଳା ଡାକ୍ତରଙ୍କ ମୃତ୍ୟୁ

17/05/2019 at 3:15 PM

କ୍ରିଷ୍ନା ୧୭\୫ : ସମୁଦ୍ର ଢେଉରେ ମାଡ ହୋଇ ଜଣେ ମହିଳା ଡାକ୍ତରଙ୍କ ମୃତ୍ୟୁ ହୋଇଛି ।  ମହିଳା ଜଣର ସେଲଫି ନେବାବେଳେ ସମୁଦ୍ର ଢେଉ ତାଙ୍କୁ ଧକ୍କା ଦେଇଥିଲା । ମୃତ ମହିଳା ଡାକ୍ତର ରାମ୍ୟା କ୍ରିଷ୍ନନ । ମହିଳାଙ୍କ ଘର ଆନ୍ଧ୍ର ପ୍ରଦେଶର କ୍ରିଷ୍ନା ଜିଲ୍ଲା ଅନ୍ତର୍ଗତ ଜଗ୍ଗାୟାପେଟ ଅଞ୍ଚଳରେ ।

ସୂଚନା ଅନୁଯାୟୀ, ରାମ୍ୟା କ୍ରିଷ୍ନନ ମାର୍କଣ୍ଡେୟ ବଜାରର ଏକ ସ୍ଥାନୀୟ ହସ୍ପିଟାଲରେ ଡାକ୍ତର ଥିଲେ । ଗତ ବର୍ଷ ସେ ଗୋଆକୁ ସ୍ଥାନାନ୍ତର ହୋଇଥିଲେ । ସେଠାରେ ସେ EMRI ଆମ୍ବୁଲାନ୍ସ ସେବାରେ ଡାକ୍ତର ଭାବେ କାର୍ଯରତ ଥିଲେ । ମଙ୍ଗଳବାର ଦିନ ସନ୍ଧ୍ୟାରେ ସେ ନିଜ ସାଙ୍ଗମାନଙ୍କ ସହ ଗୋଆ ସମୁଦ୍ର କୂଳକୁ ବୁଲିବାକୁ ଯାଇଥିଲେ । ସମୁଦ୍ର କୂଳରେ ସେମାନେ ଫଟେୋ ଉଠାଉଥିଲେ । ରାମ୍ୟା କ୍ରିଷ୍ନନ ଓ ତାଙ୍କ ସାଙ୍ଗମାନେ ଏକ ବଡ ପଥର ଉପରେ ଛିଡା ହୋଇ ସେଲଫି ନେବାବେଳେ ଏକ ବଡ ଢେଉ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ସମସ୍ତେ ସମୁଦ୍ର ଭିତରେ ପଡି ଯାଇଥିଲେ । ରାମ୍ୟା ମଧ୍ୟ ସମୁଦ୍ର ଭିତରେ ପଡି ଯାଇଥିଲେ ।

ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ରକ୍ଷା କରିବାକୁ ଦୌଡି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନେଇଯାଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣାରେ ରାମ୍ୟାଙ୍କ ଆଉ ୨ ଜଣ ସାଙ୍ଗ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

   Related Posts