Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରେଳଧାରଣାରୁ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର

18/08/2018 at 5:04 AM

ଗଞ୍ଜାମ ୧୮/୮ : ରେଳଧାରଣାରୁ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ନିକଟ ରେଳଧାରଣାରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା ସଂପୃକ୍ତ ମହିଳା ଜଣକ ସୁନ୍ଦୁରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅର୍ଚ୍ଚନା ଦାସ । ଶୁକ୍ରବାର ତାଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ରେଳଧାରଣା କଡ଼ରୁ ମିଳିବା ପରେ ଜିଆରପି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ମହିଳା ଡାକ୍ତରଙ୍କ ଘର ତରାଇ ପାଟପୁର ଅଂଚଳରେ । ୪ବର୍ଷ ତଳେ ସେ ଭୁବନେଶ୍ୱର ଗାଡ଼କଣ ଅଂଚଳର ଡାକ୍ତର ଅଞ୍ଜନ ଦାଶଙ୍କୁ ବିବାହ କରିଥିଲେ । କିନ୍ତୁ ଅନେକ ସମୟରେ ପାରିବାରିକ କଳହ ଯୋଗୁଁ ସେ ମାନସିକ ଚିନ୍ତାରେ ରହୁଥିଲେ । ଏମିତିକି ଭୁବନେଶ୍ୱରର ଏକ ଘରୋଇ ହସପିଟାଲରୁ ଚାକିରି ଛାଡ଼ି ବାପାଙ୍କ ପାଖରେ ରହୁଥିଲେ । ତେବେ ମୃତ ଡାକ୍ତର ଅର୍ଚ୍ଚନାଙ୍କ ମୃତ୍ୟୁର କାରଣ ତାଙ୍କ ସ୍ୱାମୀ ଡାକ୍ତର ଅଞ୍ଜନ ଦାଶ, ଶାଶୁ ଓ ଶ୍ୱଶୁର ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି ଅର୍ଚ୍ଚନାଙ୍କ ବାପା ରଘୁନାଥ ଦାସ । ବିବାହ ବିଚ୍ଛେଦ ପାଇଁ ଅର୍ଚ୍ଚନାଙ୍କ ଅନିଚ୍ଛା ସତ୍ୱେ ଅଞ୍ଜନ ତାଙ୍କ ପାଖକୁ କୋର୍ଟ ନୋଟିସ ପଠାଇବା ପରେ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା କଥା ଏତଲାରେ ଲେଖିଛନ୍ତି ମୃତ ଅର୍ଚ୍ଚନାଙ୍କ ବାପା । ଆଉ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

   Related Posts