ଦେବୀ ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଗତକାଲିଠୁ ଥିଲେ ନିଖୋଜ
17/08/2019 at 12:00 PM

ଜଗତସିଂପୁର ୧୭|୮: ଜଗତସିଂହପୁର ଜିଲ୍ଲା ନଛିପୁର ନିକଟରେ ଦେବୀ ନଦୀରୁ ଜନୈକା ଯୁବତୀଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବତୀ ଟିଟି ଗାଁର ଅଦେଇତ୍ୟ ସାମଲଙ୍କ ଝିଅ ସୁନୀତା ସାମଲ । ତାଙ୍କ ବୟସ ୨୨ ବର୍ଷ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ ଯେ, ଗତକାଲି ରାତିରୁ ଯୁବତୀ ଜଣଙ୍କ ନିଖୋଜ ଥିଲେ । ତେବେ ଆଜି ତାଙ୍କ ମୃତଦେହ ନଛିପୁର ନିକଟରେ ଦେବୀ ନଦୀରୁ ଉଦ୍ଧାର କରାଯାଇଛି । ତେବେ ପାରିବାରିକ କଳହକୁ କେନ୍ଦ୍ର କରି ସେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବାର ସନ୍ଦେହ କରା ଯାଉଛି । ଅଭିଯୋଗ ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଁଚିବା ସହ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।