ରେଲଓ୍ବେ ଲାଇନ୍‌ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

Published By : Prameya-News7 Bureau | July 25, 2019 IST

ସୁନ୍ଦରଗଡ ୨୫|୭: ସୁନ୍ଦରଗଡରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଲକ୍ଷ୍ମୀପୁର ରେଲୱେ ଲାଇନ ନିକଟରୁ ଜଣେ ଯୁବତୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ରେଲଓ୍ବେ ଲାଇନ୍ କଡରେ ଯୁବତୀଙ୍କ ମୃତଦେହ ପଡିଥିବାର ସ୍ଥାନୀୟଲୋକେ ଦେଖି ଜିଆରପିକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ସୁନ୍ଦରଗଡ ଜିଆରପି ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ମୃତ ଯୁବତୀଙ୍କ ପରିଚୟ ମିଳିପାରିନାହିଁ । ତାଙ୍କୁ କେହି ଦୁଷ୍କର୍ମ ପରେ ହତ୍ୟା କରି ସେରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

{"id":137048}

ସୁନ୍ଦରଗଡ ଜିଲ୍ଲାରେ ବାରମ୍ବାର ଏଭଳି ହତ୍ୟା ଏବଂ ଦୁଷ୍କର୍ମ ଘଟଣା ଘଟୁଥିବାରୁ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ସାଧାରଣରେ ଉତ୍ତେଜନା ଦେଖାଦେଇଛି । କିଛିଦିନ ହେଲା ଜିଲ୍ଲାରେ ବାରମ୍ବାର ନାବାଳିକା ଦୁଷ୍କର୍ମ, ହତ୍ୟା ଘଟଣାମାନ ଘଟୁଥିବାର ଦେଖିବାକୁ ମିଳିଛି । ଯାହା ପୋଲିସର ନିଷ୍କ୍ରିୟତାକୁ ପ୍ରମାଣିତ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.