Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ମଣ୍ଡପ ବାହାରେ ବାବୁ-ବାବୁ ଚିତ୍କାର କରି କାନ୍ଦୁଥିଲା ପ୍ରେମିକା, ଭିତରେ ଧୁମଧାମ୍‌ରେ ଚାଲିଥିଲା ପ୍ରେମିକର ବିବାହ

10/07/2021 at 5:49 PM

ହୋଷଙ୍ଗାବାଦ ୧୦/୦୭ : ଗେଟ୍‌ ବାହାରେ ବାବୁ-ସୋନା କେତେ ଡାକିଲା ପରେ ବି କିଛି ଲାଭ ହେଲା ନାହିଁ। ମଣ୍ଡପରେ ଅନ୍ୟ ଝିଅର ହାତ ଧରି ବାହା ହେଇଗଲା ପ୍ରେମିକ। ମଧ୍ୟ ପ୍ରଦେଶ ହୋଷଙ୍ଗାବାଦରେ ଜଣେ ଯୁବତୀ ବିବାହ ମଣ୍ଡପ ବାହାରେ ବାବୁ-ବାବୁ ପାଟି କରୁଥିଲେ ଓ ଭିତରେ ତାଙ୍କ ପ୍ରେମିକଙ୍କ ବିବାହ ଚାଲିଥିଲା। ଯୁବତୀଙ୍କୁ ପୋଲିସ କର୍ମୀ ଗେଟ ପାଖରୁ ହଟାଇ ଦେଇଥିଲେ। ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।

ଯୁବତୀ କହିଛନ୍ତି ଯେ ସେ ଯୁବକଙ୍କ ସହ ଲିଭ୍ ଇନରେ ରହୁଥିଲେ । ବର୍ତ୍ତମାନ ସେ ଅଚାନକ ଆଉ ଜଣକୁ ବିବାହ କରିଛନ୍ତି। ମାମଲା ହୋଷଙ୍ଗାବାଦ ସହର କୋଠି ବଜାର ସ୍ଥିତ ମଣ୍ଡପ ମ୍ୟାରେଜ୍ ଗାର୍ଡେନର। ଏଠାରେ ଏକ ବିବାହ ସମାରୋହ ସମୟରେ ହଠାତ ଜଣେ ଯୁବତୀ କାନ୍ଦି କାନ୍ଦି ଆସି ପହଞ୍ଚିଥିଲେ ଓ ଗେଟ୍ ବାହାରେ ବାବୁ-ବାବୁ ପାଟି କରିଥିଲେ। ଯୁବତୀଙ୍କୁ ଦେଖି ମଣ୍ଡପ ଗେଟ୍ ବନ୍ଦ କରିଦିଆଯାଇଥିଲା ଏବଂ ତାଙ୍କୁ ଭିତରକୁ ଯିବାକୁ ଦିଆଯାଇନଥିଲା।

ଯୁବତୀ ଜଣକ ବାବୁ-ବାବୁ କହି ପାଟି କରୁଥିଲେ, ନିଜ ସମ୍ପର୍କର ଦ୍ୱାହି ଦେଉଥିଲେ କିନ୍ତୁ ପ୍ରେମିକ ବାହାରକୁ ଆସିନଥିଲେ। ଯୁବତୀ ଜଣକ ଏତିକି ବି କହିଥିଲେ ଯେ ବାହା ହବ ଯଦି ହୁଅ କିନ୍ତୁ ଜଣାଇବା କଥା। ମଣ୍ଡପ ବାହାରେ ଯୁବତୀ ଜଣକ ପାଟି କରୁଥାନ୍ତି ଯେ ତାଙ୍କ ସହ ଧୋକା ହୋଇଛି, ତାଙ୍କୁ ପ୍ରତାରଣା ଦିଆଯାଇଛି। ଦୁହେଁ ପାଖାପାଖି ୩ ବର୍ଷ ହେଲା ଲିଭ୍ ଇନରେ ରହୁଥିଲେ ବୋଲି କୁହାଯାଉଛି। ତଥାପି ଯୁବକ ଜଣକ ତାଙ୍କୁ ବିବାହ ନ କରି କାହିଁକି ହଠାତ ଆଉ ଜଣକୁ ବିବାହ କଲେ ତାହା ଜଣାପଡିନାହିଁ।

ମଣ୍ଡପ ବାହାରେ ଉପସ୍ଥିତ ଥିବା ଗାର୍ଡ ଓ ଅନ୍ୟ କିଛି ଲୋକେ ଯୁବତୀଙ୍କୁ ଗେଟ୍ ଭିତରେ ପଶିବାକୁ ଦେଇନଥିଲେ। ମଣ୍ଡପ ବାହାରେ ବହୁତ ପାଟିତୁଣ୍ଡ ହୋଇଥିଲା। ହଙ୍ଗାମା ପରେ ମହିଳା ଏସଆଇ ଶ୍ରଦ୍ଧା ରାଜପୁତ ନିଜ ଟିମ୍ ସହ ମ୍ୟାରେଜ ଗାର୍ଡେନରେ ପହଞ୍ଚିଥିଲେ। ସେ ଯୁବତୀଙ୍କୁ ଗାଡିରେ ବସାଇ ନେଇଯାଇଥିଲେ ଓ ତାଙ୍କୁ ପଚରାଉଚୁରା କରିଥିଲେ। ଯୁବତୀ ପୋଲିସକୁ ନିଜ ଯନ୍ତ୍ରଣା ବଖାଣିଥିଲେ ।

   Related Posts