ମହିଳା କନେଷ୍ଟବଳଙ୍କ ସହ ଥାନା ପ୍ରଭାରୀ ଓ ସହକର୍ମୀଙ୍କ ଦୁର୍ବ୍ୟବହାର: ବିରୋଧ କରିବାରୁ ମହିଳାଙ୍କ ସ୍ୱାମୀଙ୍କୁ ମାରପିଟ୍

Published By : Prameya-News7 Bureau | September 02, 2020 IST

ମୁଜଫରପୁର ୦୨/୦୯ : ମୁଜଫରପୁର ଜିଲ୍ଲାରେ ବିହାର ପୋଲିସର ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି | କୁଢନୀ ଥାନା ଅନ୍ତର୍ଗତ ଫକୁଲି ଓପିରେ ମହିଳା କନେଷ୍ଟବଳ ନିଜର ସହକର୍ମୀ କନେଷ୍ଟବଳ ଓ ଓପି ପ୍ରଭାରୀଙ୍କ ବିରୋଧରେ ଗମ୍ଭୀର ଆରୋପ ଲଗାଇଛନ୍ତି | ମହିଳା କନେଷ୍ଟବଳ ନିଜ ସହକର୍ମୀଙ୍କ ବିରୋଧରେ ଦୁର୍ବ୍ୟବହାର ଓ ଲଜ୍ଜା ଭଙ୍ଗ କରିବା ସହ ତାଙ୍କ ସ୍ୱାମୀଙ୍କୁ ମାରପିଟ କରିଥିବା ଅଭିଯୋଗ କରିଛନ୍ତି |

ଫକୁଲି ଓପିରେ ମହିଳା କନେଷ୍ଟବଳ କବିତା କୁମାରୀ ଅଭିଯୋଗ କରିଛନ୍ତି ଯେ, ଓପି ପ୍ରଭାରୀ ଉଦୟ କୁମାର ସିଂହ ଓ ସହକର୍ମୀ କନେଷ୍ଟବଳ ଋତୁରାଜ ସବୁବେଳେ ତାଙ୍କୁ ପ୍ରତାଡ଼ିତ କରିଥାନ୍ତି | ଏହାସହ ତାଙ୍କ ସହ ଦୁର୍ବ୍ୟବହାର ମଧ୍ୟ କରିଥାନ୍ତି | ଯେତେବେଳେ କବିତାଙ୍କ ସ୍ୱାମୀଙ୍କୁ ଏସବୁ ସମ୍ପର୍କରେ ଜଣାପଡିଲା ସେ ମାମଲା ପତା କରିବାକୁ ଥାନାକୁ ଯାଇଥିଲେ | ଥାନାରେ ଓପି ପ୍ରଭାରୀ ଓ ସହକର୍ମୀ କନେଷ୍ଟବଳ କବିତାଙ୍କ ସ୍ୱାମୀଙ୍କୁ ମାରପିଟ କରିଥିଲେ | ଏପରିକି କବିତାଙ୍କୁ ଦୁର୍ବ୍ୟବହାର ସହ ଧକ୍କା ମାରିଥିଲେ | ଏନେଇ କବିତା କୁମାରୀ ଅଧିକାରୀ ଓ ରାଜ୍ୟ ମହିଳା ଆୟୋଗରେ ଅଭିଯୋଗ କରିଛନ୍ତି |

ପୁରା ମାମଲାକୁ ଜିଲ୍ଲା ଏସଏସପି ଜୟନ୍ତ କାନ୍ତ କହିଛନ୍ତି ଯେ, ମାମଲାର ଯାଞ୍ଚ ପାଇଁ ଟିମ ଗଠନ କରାଯାଇଛି | ପ୍ରାରମ୍ଭିକ ଯାଞ୍ଚରେ ଡ୍ୟୁଟିକୁ ନେଇ ବିବାଦ ହୋଇଥିବା ସାମ୍ନାକୁ ଆସିଛି | ଟିମର ଯାଞ୍ଚ ନିଷ୍କର୍ଷ ପରେ ଆଗକୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.