Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ମହିଳା କନେଷ୍ଟବଳ ଆଣିଲେ ସୈନ୍ୟଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ମନ୍ଦିରରେ ସିନ୍ଦୁର ଦେଇ କରିଥିଲେ ବିବାହ

2/02/2019 at 6:29 PM

ଜଳନ୍ଧର ୨/୨-ଜଣେ ମହିଳା କନେଷ୍ଟବଳ ଆଣିଲେ ସୈନ୍ୟଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ମହିଳାଙ୍କୁ ଦୁଷ୍କର୍ମ କରିବା ସହ ବ୍ଲାକମେଲିଂ କରିବା ଅଭିଯୋଗ ଅଡ଼ୁଆରେ ପକାଇଛି ସୈନିକଙ୍କୁ ।

ଏହିଭଳି ଘଟଣା ଘଟିଛି ଗୋରାୟା ଥାନା ଅଂଚଳରେ । ଜଣେ ମହିଳା କନେଷ୍ଟବଳଙ୍କ କହିବା ଅନୁସାରେ ସୈନ୍ୟ ବାହୀନିରେ କାମ କରୁଥିବା ମନଦୀପ କୁମାର ନାମକ ଜଣେ ଯୁବକଙ୍କ ସହ ୨୦୧୩ ମସିହାରେ ପରିଚୟ ହୋଇଥିଲା । ତା ପରେ ସେମାନେ ପ୍ରେମ ସଂପର୍କରେ ବାନ୍ଧି ହୋଇଯାଇଥିଲେ । ବିବାହ କରିବାର ପ୍ରତିଶୃତି ଦେଇ ଏଭଳି ଅସଦାଚରଣ କରିଥିବା ଅଭିଯୋଗ ଆଣିଛନ୍ତି ମହିଳା ମନେଷ୍ଟବଳ ।

ମନଦୀପ କୁମାର ଦିନେ ଏକ ଧାର୍ମିକସ୍ଥଳକୁ ମହିଳାଙ୍କୁ ନେଇ ବୁଲିବାକୁ ଯାଇଥିଲେ । ସେଠାରେ ବିବାହ କରିବା ବାହାନା ଦେଖାଇ ମନ୍ଦିରରେ ବି ସିନ୍ଦୁର ପିନ୍ଧାଇଥିଲେ । ତା ପରେ ତାଙ୍କୁ ଏକ ନିଛାଟିଆ ଯାଗାକୁ ନେଇଥିଲେ । ତାଙ୍କୁ ଖାଇବାରେ ନିଶା ମିଶାଇ ଦେଇଥିବା ଅଭିଯୋଗ କରିଛନ୍ତି ମହିଳା କନେଷ୍ଟବଳ ।  ମହିଳା ବେହୋସ ହୋଇଯିବା ପରେ ତାଙ୍କ ସହ ଦୁଷ୍କର୍ମ କରିବା ସହ ଆପତ୍ତିଜନକ ଅବସ୍ଥାରେ ଫଟୋ ଉଠାଇଥିଲେ ମନଦୀପ ।

ଏହି ଫଟୋକୁ ଦେଖାଇ ମହିଳା ମନେଷ୍ଟବଳଙ୍କ ସହ ବାରମ୍ବାର ଦୁଷ୍କର୍ମ କରୁଥିଲେ । ଏହା ବଦଳରେ ୧୨ ଲକ୍ଷ ଟଂକା ମଧ୍ୟ ମାଗୁଥିଲେ । ସେ ଦାବୀ କରିଥିବା ଅର୍ଥ ନ ଦେଲେ ଅଶ୍ଳୀଳ ଭିଡ଼ିଓ ଭାଇରାଲ କରିଦେବା ଧମକ ଦେଉଥିଲେ ମନଦୀପ ।

ଏହି ଘଟଣାରେ ମହିଳା ଅଭିଯୋଗ କରିବା ପରେ ସୈନିକଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ ।

   Related Posts