ଅନୁଭବ ମହାନ୍ତିଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ଯୁବତୀ, ଅସ୍ୱୀକାର କଲେ ସାଂସଦ

Published By : Prameya-News7 Bureau | June 14, 2019 IST

କଟକ ୧୪।୬: କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ । ଜଣେ ଯୁବତୀ  ଅନୁଭବ ଓ ତାଙ୍କ ବଡ ଭାଇ ଅନୁପ୍ରାସଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି । ଅନୁଭବ ତାଙ୍କୁ ଗାଳିଗୁଲଜ କରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ଏନେଇ କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି । ଅନ୍ୟପଟେ ଏହାକୁ ଖଣ୍ଡନ କରିଛନ୍ତି ଅନୁଭବ । ତାଙ୍କ ନାଁକୁ ବଦନାମ କରିବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି  କହିଛନ୍ତି।  

{"id":123034}

ଯୁବତୀଙ୍କ ଘର କଟକ ଝାଞ୍ଜିରିମଙ୍ଗଳା । ତାଙ୍କ ନାଁ ସସ୍ମିତା ଆଚାର୍ଯ୍ୟ । ସେ ଏକ ଖବରକାଗଜରେ ଇଣ୍ଟର୍ଣ୍ଣ ପାଇଁ ଯାଆନ୍ତି । ତେବେ ସେ ଯିବା ରାସ୍ତାରେ ଅନୁଭବଙ୍କ ବଡ ଭାଇ ଅନୁପ୍ରାସ ମହାନ୍ତି ନିଜ ବନ୍ଧୁଙ୍କ ସହିତ ତାଙ୍କୁ କମେଣ୍ଟ ମାରୁଥିବା ଅଭିଯୋଗ ଆଣିଛନ୍ତି ସସ୍ମିତା । ଏ ସମ୍ପର୍କରେ ଅନୁଭବଙ୍କୁ ଜଣାଇବା ପାଇଁ ସେ ତାଙ୍କ ଘରକୁ ଯାଇଥିଲେ । ତେବେ ଅନୁଭବ ମଧ୍ୟ ତାଙ୍କୁ ଗାଳିଗୁଲଜ କରିଥିବା ଲିଖିତ ଅଭିଯୋଗ କରିଛନ୍ତି ସସ୍ମିତା । ତାଙ୍କ ଅଭିଯୋଗ ଆଧାରରେ ଦଫା ୨୯୪, ୩୫୪(କ), ୩୨୩, ୩୪ (IPC)ରେ ପୋଲିସ ମାମଲା ରୁଜୁ କରିଛି।  

{"id":123036}

ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅନୁଭବ ।  ଅନୁଭବ କହିଛନ୍ତି ଯେ ୧୨ ତାରିଖ ରାତି ପ୍ରାୟ ଗୋଟାଏ ସୁଦ୍ଧା ଯୁବତୀ ଜଣକ ତାଙ୍କ ଘର ଆଗରେ ଆଶି ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିଲେ । ଅନୁଭବ ଓ ତାଙ୍କ ପତ୍ନୀ ବାହାରକୁ ଆସି ଯୁବତୀଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ମାତ୍ର ଯୁବତୀ ଜଣକ କୌଣସି କଥା ନଶୁଣିବାରୁ ସେ ନିଜେ ପିସିଆର ଭ୍ୟାନ ଡକାଇ ତାଙ୍କୁ ତାଙ୍କ ଘରକୁ ପଠାଇଥିବା କହିଛନ୍ତି ଅନୁଭବ। ଏହା ସହ ତାଙ୍କ ଭାଇ କିମ୍ବା ସେ ସସ୍ମିତାଙ୍କୁ କୌଣସି ପ୍ରକାର ଖରାପ ବ୍ୟବହାର ପ୍ରଦର୍ଶନ କରିନାହାଁନ୍ତି ବୋଲି ଅନୁଭବ କହିଛନ୍ତି । ତେବେ ତାଙ୍କ ପ୍ରତିଷ୍ଠାରେ ଆଞ୍ଚ ଆଣିବା ପାଇଁ କେହି ଏଭଳି ଷଡଯନ୍ତ୍ର କରୁଥାଇପାରେ ବୋଲି ଅନୁଭବ କହିଛନ୍ତି । ଏହା ସହ ପୋଲିସକୁ ତଦନ୍ତରେ ସବୁ ପ୍ରକାର ସାହାଯ୍ୟ କରିବେ ବୋଲି ସେ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.