ଲଭ-ସେକ୍ସ-ଧୋକା ଅଭିଯୋଗ : ୪ଟି ବିବାହ କରିଥିବା ପ୍ରେମିକ ବିରୋଧରେ ଥାନାରେ ଅଭିଯୋଗ କଲେ ପ୍ରେମିକା

Published By : Prameya-News7 Bureau | December 18, 2020 IST

ଶିବପୁରୀ ୧୮/୧୨: ମଧ୍ୟପ୍ରଦେଶର ଶିବପୁରୀରେ ବିଚିତ୍ର ମାମଲା ସାମନାକୁ ଆସିଛି। ଏଠାରେ ପିଛୋରରେ ଜଣେ ପ୍ରେମିକ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ତାଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଛି। କେବଳ ଏତିକି ନୁହେଁ ତାଙ୍କୁ ଶାରିରୀକ ନିର୍ଯାତନା ମଧ୍ୟ ଦେଇଛି। ଯୁବତୀ ବିବାହ କରିବାକୁ ଜିଦ୍ କରିବାରୁ ଯୁବକର କଳା କାରନାମା ସାମନାକୁ ଆସିଥିଲା।

 ତାଙ୍କ ପ୍ରେମିକ ପୂର୍ବରୁ ବିବାହିତ ଥିଲା ଏବଂ ସେ ଗୋଟିଏ ନୁହେଁ ବରଂ ୪ଟି ବିବାହ କରିଥିଲା। ଏହା ଜାଣିବା ପରେ ଯୁବତୀଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ଏବଂ ସେ ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ। ପୀଡ଼ିତା ଏବେ ପୋଲିସ୍ ବିରୋଧରେ ମଧ୍ୟ କାର୍ଯ୍ୟାନୁ​‌ଷ୍ଠାନ ନ କରିବାର ଅଭିଯୋଗ କରିଛନ୍ତି। ଏହାର ସୂଚନା ନିଜେ ପୀଡ଼ିତା ମିଡିଆକୁ ଦେଇଛନ୍ତି।  

ପୀଡ଼ିତା ନିଜ ସାଙ୍ଗଙ୍କ ଘରେ ଭଡ଼ାରେ ରୁହନ୍ତି। ପୀଡ଼ିତାଙ୍କ କହିବା ଅନୁସାରେ,ଜୁଝାଇ,କରେରାରେ ରହୁଥିବା ଆକାଶ ଶର୍ମା ତାଙ୍କ ଘରକୁ ଯିବା ଆସିବା କରୁଥିଲା। ସେ ଘରେ ଅନେକ ଥର ତାଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲା। ଏହା ପରେ ପୀଡ଼ିତା ତାଙ୍କ ଘର ଲୋକଙ୍କୁ ସବୁ କଥା କହିବାରୁ ସେମାନେ ରାଜି ହୋଇଯାଇଥିଲେ। ତାଙ୍କ ଘରଲୋକେ ବିବାହ ପାଇଁ କଥାବାର୍ତ୍ତା କରିବାକୁ ଆସିଥିଲେ କିନ୍ତୁ ଆକାଶର ଘରଲୋକେ ରାଜି ହୋଇନଥିଲେ। ପରେ ଜଣା ପଡ଼ିଥିଲା ଯେ ସେ ୪ଟି ବିବାହ କରିସାରିଛି। ଏହା ପରେ ସେ ଆକାଶ ବିରୋଧରେ ଥାନାରେ ମାମଲା ରୁଜୁ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.