ହସପିଟାଲ ଦ୍ବିତୀୟ ମହଲାରୁ ଡେଇଁ ପ୍ରସୂତୀ ମହିଳାଙ୍କ ଆତ୍ମହତ୍ୟା: ଛୁଆକୁ ଧରି ଡେଇଁବାବେଳେ ଶାଶୂ ଟାଣିନେଇ ବଞ୍ଚାଇଦେଲେ ୫ଦିନର ଛୁଆକୁ

Published By : Prameya-News7 Bureau | November 05, 2019 IST

ନବରଙ୍ଗପୁର ୫|୧୧: ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଅଘଟଣ। ମୁଖ୍ୟ ଚିକିତ୍ସାଳୟର ଏମ ସି ଏଚ  ବିଲ୍ଡିଂଗର ଦ୍ଵିତୀୟ ମହଲାରୁ ଡେଇଁ ପ୍ରସୂତି ମହିଳା ଆତ୍ମହତ୍ୟା କରିଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ଗତ ପାଞ୍ଚ ଦିନ ତଳେ ଏହି ମହିଳା ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ।

{"id":179551}

 ମୃତ ମହିଳା ଡାବୁ ଗାଁ ବ୍ଲକ ଡଙ୍ଗରା ଗ୍ରାମର ଧର୍ମୁ ଭତରାଙ୍କ ସ୍ତ୍ରୀ ଜେମା ଭତରା ବୋଲି ଜଣାପଡିଛି । ଗତ ପାଞ୍ଚଦିନ ତଳେ ମୃତ ଜେମା ଭତରା ପ୍ରସବ ବେଦନା କାରଣରୁ ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ଏହାପରେ ଅସ୍ତ୍ରୋପଚାର କରି ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ଜେମାଙ୍କର ଏହା ଷଷ୍ଠ ଗର୍ଭ । ପୂର୍ବରୁ ତିନୋଟି ଛୁଆର ମୃତ୍ୟୁ ପରେ ତାଙ୍କର ମାନସିକ ସ୍ଥିତି ଠିକ ନଥିବା ପରିବାର ପକ୍ଷରୁ କୁହାଯାଇଛି ।

{"id":179553}

ଆଜି ମୃତ ମହିଳା ୱାର୍ଡରେ ଥିବାବେଳେ ଅଚାନକ ନିଜ ଛୁଆକୁ ଧରି ମେଡିକାଲ ଦ୍ବିତୀୟ ମହଲାରୁ ଡେଇଁବାକୁ ଚେଷ୍ଟା କଲାବେଳେ ଛୁଆକୁ ଟାଣି ଦେଇଥିଲେ  ତାଙ୍କ ଶାଶୂ । ଏହାପରେ ସେ ଉପରୁ ତଳକୁ ପଡି ଯାଇଥିବାବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବର୍ତମାନ ମେଡିକାଲରେ ପୋଲିସ ପହଂଚି ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଘଟଣାର ତଦନ୍ତ କରୁଛି ।

{"id":179554}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.