ଏ କେମିତି ଝିଅ ? ରୋଗଗ୍ରସ୍ତ ବୁଢାବାପା ଓ ମାନସିକ ଭିନ୍ନକ୍ଷମ ଭାଇକୁ ଠକି ଘର ଆଉ ଜମି ବିକି ହୋଇଗଲା ଫେରାର : ୪ ମାସ ହେଲା ଖୋଲା ଆକାଶତଳେ ପଡିଥିବା ଅସହାୟଙ୍କୁ ଥଇଥାନ କଲେ ସ୍ବେଚ୍ଛାସେବୀ

Published By : Prameya-News7 Bureau | January 22, 2019 IST

ଝାରସୁଗୁଡା ୨୨|୧: ହଜିଗଲାଣି ମାନବିକତା , ମରିଗଲାଣି ସ୍ନେହ ପ୍ରେମ ଓ ମମତା |ମାର ମମତାର ମୂଲ କିଛି ନଥିବା ବେଳେ ବାପାର ବାତ୍ସଲ୍ୟ ମମତାକୁ ବଳି ପକାଇବାକୁ ପଛାଉନାହିଁ ଜନ୍ମ କଲା ସନ୍ତାନ |ଏହିଭଳି ଏକ ଘଟଣା ଯାହା ଦେଖିଲେ ସମସ୍ତେ ଦୁଃଖ କରିବେ ଓ ନିଃସନ୍ତାନ ହେବା ଭଲ ବୋଲି କହିବେ । ଝାରସୁଗୁଡା ଜିଲ୍ଲାର ଜମେରା ଗାଁରେ ଜନ୍ମକଲା ଝିଅ ରୋଗାକ୍ରାନ୍ତ ବାପା ଓ ମାନସିକ ବିକଳାଙ୍ଗ ଭାଇ ସହ କରିଛି ଜଘଣ୍ୟ ବିଶ୍ବାସଘାତକତା । ବାପା ଓ ଭାଇକୁ ଘରୁ ବାହାର କରିଦେଇ ଘଟଟିକୁ ବିକ୍ରୀ କରି ହୋଇଯାଇଛି ପେରାର । ଆଉ ବାପା ଏବଂ ଭାଇ ପ୍ରବଳ ଶୀତକାକରରେ ପଡିଥିଲେ ଗାଁ ଦାଣ୍ଡରେ |

{"id":76881}

ଝାରସୁଗୁଡା ଜିଲ୍ଲା ଜମେରା ଗାଁର ଏହି ଘଟଣା | ଏହି ଗାଁର ବୟସ୍କ ରୋଗାକ୍ରାନ୍ତ ଭକ୍ତି ରୋହିଦାସଙ୍କୁ ନିଜ ମାନସିକ ବିକାରଗ୍ରସ୍ତ ପୁଅ ସହ ଶେଷରେ ନିଜ ଭିଟାମାଟି ଛାଡିବାକୁ ପଡିଛି |ଗାଁର ଜଣେ ଭଲ କାଠ ମିସ୍ତ୍ରୀ ବା ବଢେଇ ଭାବେ ପରିଚିତ ଭକ୍ତି ରୋହିଦାସ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେବା ପରେ ନିଜ ଜନ୍ମକଲା ଝିଅ ପ୍ରତାରଣାର ସାଂଘାତିକ ଖେଳ |

{"id":76882}

ଦୁଇଟି ଝିଅ ଓ ଗୋଟିଏ ପୁଅକୁ ନେଇ ନିଜ ସଂସାର ଚଳାଉଥିବା ଭକ୍ତିଙ୍କ ସ୍ତ୍ରୀ ଦୁନିଆ ଛାଡି ଚାଲିଯିଵା ପରେ ଗୋଟିଏ ଝିଅକୁ ବିବାହ କରିଥିଲେ ଭକ୍ତି |କିନ୍ତୁ ବାପା ଓ ଭାଇ ରାମ ରୋଗାକ୍ରାନ୍ତ ହେବାର ସୁଯୋଗ ନେଇ ଅବିବାହିତ ଝିଅ ବାପାକୁ ଭଲ କରିଦେବାକୁ ମିଛ ସ୍ୱପ୍ନ ଦେଖାଇ ବିକ୍ରିନାମାରେ ଜମି ଓ ଘରକୁ ବିକ୍ରି କରିବାକୁ ଦସ୍ତଖତ ନେଇ ସବୁତକ ଜମି ଓ ଘରକୁ ବିକିଦେଇ ଫେରାର୍ ହୋଇଯାଇଛି |ଅସୁସ୍ଥ ବାପାକୁ ନେଇ ଏକ ଜଙ୍ଗଲରେ ଛାଡି ଦେବା ପରେ ସେ ବହୁ କଷ୍ଟରେ ନିଜ ସଂପର୍କୀୟଙ୍କୁ ଖୋଜି ତାଙ୍କ ସହାୟତାରେ ନିଜ ଭିଟାମାଟି ଜମେରା ଗାଁକୁ ଆସିଲେ |କିନ୍ତୁ ଗାଁକୁ ଆସିବା ବେଳକୁ ଘର ବିକ୍ରି ହୋଇ ସାରି ସେଥିରେ ତାଲା ପଡିଥିବାରୁ ଅନ୍ୟ ଉପାୟ ନପାଇ ଗାଁ ଦାଣ୍ଡରେ ଥିବା ଏକ ଅର୍ଦ୍ଧ ନିର୍ମିତ କଲ୍ୟାଣ ମଣ୍ଡପକୁ ନିଜ ବାସସ୍ଥାନ କରିଥିଲା |ବୃଦ୍ଧ ଭକ୍ତି ସହ ମାନସିକ ବିକଳାଙ୍ଗ ପୁଅ ଥଣ୍ଡା କାକରରେ ପଡି ରହିଥିଲେ ସେଠାରେ |ଗାଁ ଲୋକଙ୍କ ମର୍ଜି ହେଲେ ଉଭୟ ବାପ ପୁଅଙ୍କୁ ଗଣ୍ଡେ ଖାଇବାକୁ ମିଳୁଥିଲା , ନହେଲେ ଭୋକ ଉପାସରେ ଦିନ କାଟୁଥିଲା।

{"id":76883}

ଦୀର୍ଘ ୪ ମାସ ଥଣ୍ଡା କାକରରେ ମୁକୁଳା  ସ୍ଥାନରେ ଦିନ କାଟୁଥିବା ବାପ ପୁଅଙ୍କୁ ଗାଁ ଲୋକେ ଦେଖୁଥିଲେ ,କିନ୍ତୁ ତାଙ୍କୁ ଉଦ୍ଧାର କରିବା କଥା ଚିନ୍ତା କରିନଥିଲେ |ଜମେରା ଗ୍ରାମର ବିଜୁ ଯୁବବାହିନୀର ସ୍ୱେଚ୍ଛାସେବୀଙ୍କ ନଜରକୁ ଏହି ଘଟଣା ଆସିଥିଲା । ନିକଟରେ ପୀଠା କାର୍ଯ୍ୟକ୍ରମ୍ନରେ ଉପସ୍ଥିତ ସରକାରୀ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଯୁବ ବାହିନୀ |କିନ୍ତୁ ଫଳ କିଛି ମିଳିନଥିଲା । ଫଳରେ ୟଙ୍ଗଷ୍ଟାର ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତାଙ୍କ  ସହ ଯୁବବାହିନୀ ଯୋଗାଯୋଗ କରିଥିଲା । ଗତକାଲି ସଂଧ୍ୟାରେ ୟଙ୍ଗଷ୍ଟାର ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତାମାନେ ଏକ ଆମ୍ବୁଲାନ୍ସ ମଗାଇ ଉଭୟ ବାପ ପୁଅଙ୍କୁ ଗାଁ ଛାଡିବାକୁ ବୁଝାଇବା ପରେ ସେମାନେ ରାଜି ହୋଇଥିଲେ |ଗ୍ରାମବାସୀଙ୍କ ଉପସ୍ଥିତିରେ ଭକ୍ତି ରୋହିଦାସଙ୍କୁ ଗାଁରୁ ନେଇ ବୃଦ୍ଧାଶ୍ରମରେ ଥଇଥାନ କରାଯାଇଛି । ସେହିଭଳି ପୁଅକୁ ନେଇ ମାନସିକ ବିକଳାଙ୍ଗଙ୍କ ରହିବା ଓ ଚିକିତ୍ସା ପାଇଁ ଥିବା ମିଶନ ଆଶ୍ରା ଗୃହରେ ଭର୍ତ୍ତି କରାଯାଇଛି |

{"id":76885}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.