Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ପୂର୍ବତନ ପ୍ରେମିକଙ୍କ କାରରେ ୪୯ ଥର ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ଯୁବତୀ, ଫସିବା ପରେ ବଖାଣିଲେ ବିଚ୍ଛେଦ କାହାଣୀ

10/07/2021 at 7:02 PM

ନୂଆଦିଲ୍ଲୀ ୧୦/୭: ବେଳେ ବେଳେ ବ୍ରେକଅପ୍‌ ପରେ ପୁଅ-ଝିଅ ପରଷ୍ପର ବିରୋଧରେ ବଦ୍‌ଲା ନେବାକୁ ଅନେକ ଉପାୟ ଆପଣେଇଥାନ୍ତି। ଏମିତି ଏକ ମାମଲା ସାମ୍ନାକୁ ଆସିଛି। ଜଣେ ଯୁବତୀ ପୂର୍ବତନ ପ୍ରେମିକର ପ୍ରତିଶୋଧ ନେବାକୁ ଯାଇ ଏମିତି କାରନାମା କରିଛନ୍ତି ଯାହାକି ଏ​‌ବେ ଚର୍ଚ୍ଚାର ବିଷୟ ପାଲଟିଛି।

ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ, ଏହି ମାମଲା ଚୀନର ଶକ୍ସିଙ୍ଗ ସହରର। କିୟାନ ନାମକ ଜଣେ ଯୁବତୀ  ଲାଲ ବତୀ ଥିବା ସତ୍ବେ ଗୋଟିଏ କାରରେ ୪୯ ଥର ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିଲେ । ୫୦ ଥର ଯେତେବେଳେ ସେ ଦ୍ରୁତ ଗତିରେ ସିଗନାଲ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ ତାଙ୍କୁ ପୋଲିସ କାବୁ କରିନେଇଥିଲା। କିୟାନଙ୍କ ସମେତ ତାଙ୍କର ଜଣେ ବନ୍ଧୁଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।

କିୟାନଙ୍କ ବନ୍ଧୁ କାରଟିକୁ ଭଡ଼ାରେ ଆଣିଥିଲେ। କାର ମାଲିକଙ୍କ ସମ୍ପର୍କରେ ପୋଲିସକୁ ଯେଉଁ ସୂଚନା ମିଳିଥିଲା ତାହା ବଡ଼ ରୋଚକ ଥିଲା। କାରର ମାଲିକ ଚେନ୍‌  ହୋଇଥିବା ବେଳେ ସେ ଯୁବତୀଙ୍କ ପୂରୁଣା ବୟଫ୍ରେଣ୍ଡ ଥିଲେ। ନିଜର ଏକ ବନ୍ଧୁଙ୍କ ସାହାଯ୍ୟରେ କିୟାନ ପୂରୁଣା ପ୍ରେମିକଙ୍କ ପାଖରେୁ କାର ଭଡ଼ାରେ ଆଣିଥିଲେ। ଏହା ପରେ ଚେନ୍‌ଙ୍କ କାରରେ ୪୯ ବାର ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିଲେ। ଏବେ ତାଙ୍କୁ ପୋଲିସ ଗିରଫ କରିଛି।

ଏମିତି କଣ ପାଇଁ କଲେ ବୋଲି ପ୍ରଶ୍ନରେ କିୟାନ କହିଛନ୍ତି, ଅନ୍ୟ ଏକ ଯୁବତୀଙ୍କ ସମ୍ପର୍କରେ ଆସି ​‌ଚେନ୍‌ ତାଙ୍କ ସହ ବ୍ରେକଅପ୍‌ କରିଥିଲେ। ଏହାକୁ ନେଇ ତାଙ୍କ ଉପରେ କିୟାନ ରାଗି ଯାଇଥିଲେ। ମଉକା ଦେଖି ପୂର୍ବତନ ପ୍ରେମିକଙ୍କ ପାଖରୁ ପ୍ରତିଶୋଧ ନେବେ ବୋଲି ସ୍ଥିର କରିଥିଲେ କିୟାନ।

   Related Posts