Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||

ଜିଲ୍ଲା ପଂଚାୟତରାଜ ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ପ୍ରେମ, ଯୁବତୀ କଲେ ବ୍ଲାକମେଲ

31/03/2019 at 9:31 PM

ଗୋରଖପୁର ୩୧/୩- ପଂଚାୟତ ଅଧିକାରୀଙ୍କୁ ପ୍ରେମ ପଡ଼ିଲା ମହଙ୍ଗା । ଯୁବତୀ କଲେ ବ୍ଲାକମେଲ ।  ବାରମ୍ବାର ଧମକାଇ ମୋଟା ଅଂକର ରାଶି କରୁଥିଲେ ଆଦାୟ ।

ଏଭଳି ଘଟଣା ଦେଖିବାକୁ ମିଳିଛି ଗୋରଖପୁର ଜଣେ ପଂଚାୟତରାଜ ଅଧିକାରୀଙ୍କ କ୍ଷେତ୍ରରେ । ହିମାଂଶୁ ଶେଖର ଠାକୁର ନାମରେ ଜଣେ ଯୁବକ ଜିଲ୍ଲା ପଂଚାୟତ ଅଧିକାରୀ ଭାବରେ କାମ କରୁଥିଲେ । ମୁରାଦାବାଦ ଆକାଶ ଗ୍ରୀନ କଲୋନୀରେ ରହୁଥିବା ସାରିକା ଗୌତମି ନାମକ ଜଣେ ଯୁବତୀଙ୍କ ସହ ହୋଇଥିଲା ସଂପର୍କ । କିନ୍ତୁ କିଛିଦିନ ପରେ ସାରିକା ପଂଚାୟତ ଅଧିକାରୀଙ୍କୁ ପ୍ରେମ କରୁଥିବା ଡ଼ିମାଣ୍ଡ କରିଥିଲେ । ଏମିତିକି ବିବାହ କରିବାକୁ ମଧ୍ୟ ଜିଦ୍ ଧରିଥିଲେ । କିନ୍ତୁ ହିମାଂଶୁ ଶେଖର ଏହି କଥାକୁ ଆଦୌ ମାନୁ ନଥିଲେ । ଏହି ପ୍ରେମ ସଂପର୍କକୁ ନେଇ ଯୁବତୀ ବିବାହ କରିବାକୁ ଜିଦ୍ ଧରୁଥିବାବେଳେ ହିମାଂଶୁ କିନ୍ତୁ ଅସ୍ଵୀକାର କରୁଥିଲେ ।

ଏହାପରେ ଯୁବତୀ ଆରମ୍ଭ କରିଦେଇଥିଲେ ଡ଼୍ରାମା । ବିବାହ କରିବା ଆଳରେ ଯୁବକଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲେ । ସୁସାଇଡ଼ ନୋଟରେ ଯୁବକଙ୍କ ନାଁ ଲେଖି ଆତ୍ମହତ୍ୟା କରିବାକୁ ଦେଇଥିଲେ ଧମକ । ଯୁବକ ସରକାରୀ ଚାକିରୀ କରୁଥିବା କାରଣରୁ ଏହି ଘଟଣାକୁ ଡ଼ରୁଥିଲେ । ସେ ଯୁବତୀଙ୍କ କଥା ରଖିବେ ବୋଲି କହିବା ପରେ ଆରମ୍ଭ ହୋଇଥିଲା ବ୍ଲାକମେଲ୍ ।

ସେ ଯୁବକଙ୍କ ଠାରୁ ମୋଟା ଅଂକର ରାଶି ଦାବୀ କରୁଥିଲେ । ସେ ଯୁବକଙ୍କୁ ଏକ ବଣ୍ଡ୍ ପେପରରେ ଏଗ୍ରିମେଣ୍ଟ କରାଇ ନେଇଥିଲେ ।୧ଲକ୍ଷ ଟଂକା ନେବାପରେ ଆଉ ୨ଲକ୍ଷ ଟଂକା ପରେ ଦେବାକଥା ଯୁବକ  କରିଥିଲେ ଏଗ୍ରିମେଣ୍ଟ । ଯୁବତୀ ସେହି ଦୁଇଲକ୍ଷ ଟଂକା ନେବାପରେ ମଧ୍ୟ ପୁଣି ବ୍ଲାକମେଲ କରି ଆଦାୟ କରିବାକୁ ଚାହୁଁଥିଲେ । ଯଦି ସେ ଭଲରେ ଟଂକା ନଦେବେ  ତାହେଲେ ଲାଇଭ କରି ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ । ଯୁବକ ଏହି ଘଟଣାକୁ ନେଇ ବାଧ୍ୟହୋଇ ଥାନାରେ ହୋଇଥିଲେ ଦ୍ଵାରସ୍ଥ ।

ଏହି ଘଟଣାରେ ବ୍ଲାକମେଲ କରୁଥିବା ଯୁବତୀ ସାରିକା ଗୌତମୀଙ୍କୁ ପୋଲିସ ଗିରଫ କରିଛି ।

   Related Posts