Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯୁବତୀଙ୍କୁ ଅଶାଳୀନ ବ୍ୟବହାର କରିଥିଲା ଅଟୋ ଡ୍ରାଇଭର, ଦେଖନ୍ତୁ କେମିତି ଚପଲରେ ସେକୁଛନ୍ତି ଯୁବତୀ

24/08/2019 at 1:14 PM

ଭଦ୍ରକ ୨୪|୮: ଅଟୋ ଡ୍ରାଇଭରଙ୍କୁ ଚପଲରେ ସେକିଲେ ଯୁବତୀ । ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ବିଚ୍ ରାସ୍ତାରେ ଅଟୋ ଡ୍ରାଇଭରଙ୍କୁ ମାଡ ମାରିଛନ୍ତି ଯୁବତୀ । କଣ ପାଇଁ ମାଡ ମାରୁଛନ୍ତି ଏହି ଯୁବତୀ ?  କଣ ଏମିତି କଲେ ଅଟୋ ଡ୍ରାଇଭର ? କାହିଁକି ବିଚ୍ ରାସ୍ତାରେ ଚପଲ ଓହ୍ଲାଇବାକୁ ପଡିଲା ଯୁବତୀଙ୍କୁ ? ତେବେ ଆସନ୍ତୁ ଜାଣିବା ପୂରା ଘଟଣା…

ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ଜଣେ ଯୁବତୀ କୌଣସି କାମରେ ଭଦ୍ରକ ଯିବା ପାଇଁ ଅଟୋକୁ ଅପେକ୍ଷା କରିଥିଲେ । ସେହି ସମୟରେ ଗୋଟିଏ ଅଟୋ ସେହି ରାସ୍ତା ଦେଇ ଯାଉଥିଲା । ମାତ୍ର ଅଟୋରେ ଲୋକ ଭର୍ତ୍ତି ଥିଲେ । ଫଳରେ ଡ୍ରାଇଭର ଜଣଙ୍କ ତାଙ୍କୁ ଡ୍ରାଇଭର ପାଖ ସିଟ୍ ରେ ବସିବାକୁ କହିଥିଲେ । ଯୁବତୀ ଜଣଙ୍କ ପ୍ରଥମେ ସଙ୍କୋଚ କରିଥିଲେ ମାତ୍ର ଅନ୍ୟ ଉପାୟ ନପାଇ ବାଧ୍ୟ ହୋଇ ସେ ଡ୍ରାଇଭର ପାଖରେ ବସି ଯାଇଥିଲେ । ରାସ୍ତାରେ ଧିରେ ଧିରେ ଅଟୋରୁ ଲୋକ ଓହ୍ଲାଇବାକୁ ଲାଗିଥିଲେ । ଅଟୋଟି ଫାଙ୍କା ହୋଇଯାଇଥିଲା । ଯାହାର ସୁଯୋଗ ନେଇ ସଂପୃକ୍ତ ଅଟୋ ଡ୍ରାଇଭର ଯୁବତୀଙ୍କୁ ଆଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ ।  ଯୁବତୀ ଅନ୍ୟ କିଛି ଉପାୟ ନପାଇ ଅଟୋରୁ ଓହ୍ଲାଇବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ଗନ୍ତବ୍ୟସ୍ଥଳରେ ଅଟୋରୁ ଓହ୍ଲାଇବା ପରେ ସାହାସ କରି ଯୁବତୀ ଜଣଙ୍କ ଚପଲ ଓହ୍ଲାଇ ଅଟୋ ଡ୍ରାଇଭରଙ୍କୁ ସେକିବା ସହ ଗାଳି ଗୁଲଜ ମଧ୍ୟ କରୁଥିବା ଦେଖିବାକୁ ମିଳିଛି । ଏସବୁ ଦେଖି ଲୋକମାନେ ସେଠାରେ ରୁଣ୍ଡ ହୋଇଯାଇଥିଲେ । ଯୁବତୀଙ୍କ ସାହାସକୁ ସମସ୍ତେ ପ୍ରଶଂସା କରିଥିଲେ ।

   Related Posts