ପରିବାର ପ୍ରତିପୋଷଣ ପାଇଁ ଅଟୋ ଚଳାଉଛନ୍ତି ଯୁବତୀ

Published By : Prameya-News7 Bureau | September 01, 2019 IST

ଜୟପୁର - ପରିବାର ଭରଣ ପୋଷଣ କରିବାକୁ ଅଣ୍ଟା ଭିଡିଛନ୍ତି କୋରାପୁଟର ଆଦିବାସୀ ଝିଅ ସୁଲତା ଗୋଲରୀ। ହେଲେ ପାରମ୍ପରିକ ବୃତ୍ତି ଵଦଳରେ ସେ ଵାଛି ନେଇଛନ୍ତି ଅଟୋ ଡ୍ରାଇଭିଂକୁ।ଯେଉଁଠି ପୁଅମାନେ ଅଟୋ ଚଳାଇଵାକୁ ପଛଘୁଞ୍ଚା ଦେଉଛନ୍ତି ସେପରି ମଫସଲ ଆଦିବାସୀ ଗାଁରେ ଅଟୋ ଚଳାଇ ଏବେ ଚର୍ଚ୍ଚାରେ ଏହି ଆଦିବାସୀ ଯୁଵତୀ।

{"id":151955}

ଅଟୋ ଚଳାଉଛନ୍ତି ଜଣେ ଯୁଵତୀ।ହେଲେ ଅଟୋ ଚଳାଉଥିବା ଏହି ଯୁବତୀ ଜଣଙ୍କ କୌଣସି ବଡ କି ଛୋଟ ସହରର ନୁହଁ।ଵରଂ କୋରାପୁଟ ଭଳି ଆଦିବାସୀ ଵହୁଳ ମଫସଲ ଅଂଚଳ କାମତାର ଆଦିବାସୀ ଝିଅ ସୁଲତା ଗୋଲରୀ।ଆଉ ସୁଲତାଙ୍କ ଅଟୋ ଚଳାଇଵା ନେଇ ଏଵେ ସେ ଖୁବ ଚର୍ଚ୍ଚାରେ।ସୁଲତା ବର୍ଷେ ହେଵ ଅଟୋ ଚଳାଇ ଆସୁଥିବା ବେଳେ କୋରାପୁଟ ଜିଲ୍ଲାର ଏକ ମାତ୍ର ମହିଳା ଅଟୋ ଡ୍ରାଇଭର।ଘରର ଆର୍ଥିକ ସଂକଟ ଯୋଗୁଁ ପରିସ୍ଥିତିରେ ପଡି ପ୍ରଥମେ ବାପାଙ୍କ ଅଟୋ ଚଳାଇଥିବା ଵେଳେ ଏଵେ ଏହାକୁ ସେ ନିଜ ନିତିଦିନିଆ ବୃତ୍ତି କରି ସାରିଛନ୍ତି।ପ୍ରତିଦିନ ସେ କାମତାରୁ ଵୋରିଗୁମ୍ମା ପର୍ଯ୍ୟନ୍ତ ଯାତ୍ରୀଙ୍କୁ ନେଇ ଯାଆନ୍ତି।ଆଉ ଏଥିରୁ ଯାହା ରୋଜଗାର ହୁଏ ସେଥିରେ

{"id":151956}

ପରିଵାର ଚଳେ।ମାଟ୍ରିକ ପାସ କରିଥିବା ସୁଲତା ପାଠ ପଢିଵାକୁ ଭାରି ମନ।ସୁଯୋଗ ମିଳିଲେ ଆଗକୁ ଵି ସେ ଆହୁରି ପାଠ ପଢିବେ,କିନ୍ତୁ ଭଲ ଡ୍ରାଇଭର ହୋଇ ପୁଅଙ୍କୁ ଟକ୍କର ଦେଵା ତାଙ୍କ ଲକ୍ଷ୍ୟ ଵୋଲି କହିଛନ୍ତି।ତେଵେ ପ୍ରଥମେ ସେ ଯେତେବେଳେ।ଅଟୋ ଚଲାଉଥିଲେ ଅନ୍ୟ ଅଟୋ ଡ୍ରାଇଭର ମାନେ ହସୁଥିଲେ ।ଏଵେ କିନ୍ତୁ ଯାତ୍ରୀମାନେ ତାଙ୍କ ଅଟୋରେ ଖୁସିର ଵସୁଥିଵା ଵେଳେ ଭଲ ରୋଜଗାର ସୁଲତା କରିପାରୁଥିବା କହିଛନ୍ତି।

{"id":151957}

ତିନି ଭାଇ ଭଉଣୀଙ୍କୁ ଓ ଵାପା ମାଆକୁ ନେଇ ସୁଲତାଙ୍କ ପରିଵାର।ଵାପା ପୂର୍ବରୁ ଅଟୋ ଚଲାଇ ପରିଵାର ଭରଣ ପୋଷଣ କରୁଥିବା ବେଳେ ଏଵେ ରୋଗକ୍ରାନ୍ତ।ଘରେ ଆଉ ଛୋଟ ଭାଈ ଭଉଣୀ ଦୁଈ ଜଣେ ଥିଵାରୁ ଵାପାଙ୍କ ଅଟୋ ଚଲାଇ ଏଵେ ପରିବାରକୁ ସହାୟତାର ହାତ ଵଢାଇଛନି ସୁଲତା।ତେବେ ପ୍ରଥମେ ଝିଅର ଅଟୋ ଚଲାଇଵାକୁ ଵାପା ନାପସନ୍ଦ କରୁଥିଲେ।ହେଲେ ଝିଅର ଅଟୋ ଚଳାଇଵା କୌଶଳ ଦେଖି ଆଉ ତାକୁ ଵାରଣ କରିନଥିଲେ।ଆଉ ଝିଅର ଏପରି ଉଦ୍ୟମକୁ ସୁଲତାଙ୍କ ବାପା କାହିଁକି ଅନ୍ୟମାନେ ଵି ଵେଶ ପ୍ରଶଂସା କରିଛନ୍ତି।

{"id":151958}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.