Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ପ୍ରେମରେ ଧୋକ୍କା, କୁଆଖାଇ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

28/07/2021 at 4:30 PM

ଭୁବନେଶ୍ବର ୨୮।୭: କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ ବେଳେ ଯୁବତୀଙ୍କୁ ଧରିଲେ ସାଧାରଣ ଲୋକେ । ମଞ୍ଚେଶ୍ବର ପୋଲିସର ଜିମା ଦେବାପରେ ଆତ୍ମହତ୍ୟା କରିବାର କାରଣ ଖୋଜୁଛି ପୋଲିସ ।

ସୂଚନାଯୋଗ୍ୟ ଯେ, ବୁଧବାର ଜଣେ ଯୁବତୀ କୁଆଖାଇ ନଦୀ ଗର୍ଭକୁ ଡେଇଁବାକୁ ଉଦ୍ୟମ କରୁଥିବା ବେଳେ କିଛି ସାଧାରଣ ଲୋକ ବାରଣ କରି ପୋଲିସକୁ ଖବର ଦେଇଥିଲେ । ଆଉ ଘଟଣାସ୍ଥଳରେ ପିସିଆର ପହଞ୍ଚି ଯୁବତୀଙ୍କୁ ଥାନାକୁ ନେଇ ବୁଝାସୁଝା କରିବା ପରେ ଡାକ୍ତରୀ ମାଇନା ପାଇଁ ପଠାଇଦେଇଛି ।  ଯୁବତୀ ଜଣଙ୍କ ଜଣେ ଯୁବକଙ୍କୁ ଭଲ ପାଉଥିଲେ ।  ଯୁବକ ଜଣଙ୍କ ଧୋକା ଦେବାପରେ ସେ ସହିଦନଗର ଥାନାରେ ଏ ସମ୍ପର୍କରେ ଜଣାଇଥିଲେ ।  ସେଠାରେ ପୋଲିସ କୌଣସି କଥା ନବୁଝିବାରୁ ଆତ୍ମହତ୍ୟା କରିବାକୁ ଏଭଳି ପଦକ୍ଷେପ ନେଇଥିଲେ ଯୁବତୀ ।

ଗତ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ସମୟରେ ଏଭଳି ଘଟଣା ରାଜଧାନୀରେ ପ୍ରବଳ ମାତ୍ରାରେ ଦେଖିବାକୁ ମିଳିଛି । ପାରିବାରିକ ହିଂସା, ପ୍ରେମ କରି ବିଫଳ ହେବା, କିମ୍ବା ରୋଜଗାର ହରାଇ ବେକାର ହେବା ଏହାର ମୁଖ୍ୟ କାରଣ ବୋଲି କହିଛନ୍ତି ବିଶେଷଜ୍ଞ । ଗତ ଜାନୁଆରୀ ମାସରୁ ଜୁନ୍ ୨୨ ତାରିଖ ଭିତରେ ଭୁବନେଶ୍ବର ୟୁପିଡିରେ ୧୫୧ ଜଣ ଆତ୍ମହତ୍ୟା କରିଥିବା ପୋଲିସ ତଥ୍ୟ କହିଛି । ଯେଉଁଥିରେ ବିଷ ପିଇ ୫୪ ଜଣ ବେକରେ ଦଉଡି ଦେଇ ୫୮ ଜଣ ଓ ନିଆଁରେ ଜଳି ୩୯ ଜଣ ମୃତ୍ୟୁବରଣ କରିଛନ୍ତି । ସେହିଭଳି ଗତ ୨୦୨୦ ବର୍ଷରେ ହାଜତ ଆତ୍ମହତ୍ୟା ଦୁଇ ଜଣ ବିଷ ପିଇ ୫୪ ଜଣ ବେକରେ ଦଉଡି ଲଗାଇ ୬୫ ଜଣ ଓ ନିଁଆରେ ପୋଡି ହୋଇ ୨୧ ଜଣ ଏହିଭଳି ୧୪୩ ଜଣ ଆତ୍ମହତ୍ୟା କରିଥିଲେ । ପୂର୍ବ ବର୍ଷଗୁଡିକ ଅପେକ୍ଷା ଏହା ପ୍ରାୟ ଦୁଇଗୁଣା ଅଧିକ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ।

   Related Posts