ସ୍ତ୍ରୀ ଥାଇ ବି ମହିଳାଙ୍କ ସହ ସମ୍ପର୍କ ରଖୁଥିଲେ ସ୍ୱାମୀ: ପ୍ରେମ ନିଶା ଛଡାଇଲେ ପତ୍ନୀ, ବିଚ୍ ରାସ୍ତାରେ ଚପଲରେ ପିଟିଲେ

Published By : Prameya-News7 Bureau | April 09, 2021 IST

ସମ୍ବଲପୁର୯/୪: ରଙ୍ଗିଲା ଅଧ୍ୟାପକଙ୍କୁ ପାନେ । ସ୍ତ୍ରୀ ଥାଉ ଥାଉ ଅନ୍ୟ ଜଣଙ୍କୁ ପ୍ରେମ କରିବା ଏବେ ମହଙ୍ଗା ପଡିଛି । ଆଉ ସ୍ୱାମୀଙ୍କ ପ୍ରେମ ନିଶା ଖସାଇଛନ୍ତି ଖୋଦ୍ ସ୍ତ୍ରୀ । ସମ୍ୱଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଥିଲା ଏଭଳି ହାଇଭୋଲଟେଜ୍ ଡ୍ରାମା ।

wp:html https://youtu.be/ksNHT9pqMhE /wp:html

ବିଚ ରାସ୍ତାରେ ଚପଲ ମାଡ଼ ସହ ଟଣା ଓଟରା । କେବଳ ସେତିକି ନୁହେଁ ଅଧ୍ୟାପକଙ୍କ ସାର୍ଟ ଟାଣି ଚପଲରେ ପିଟିଲେ । ଅସଭ୍ୟ ଭାଷାରେ ଗାଳିଗୁଲଜ ବି କଲେ । ପ୍ରଥମ ପତ୍ନୀ ଥାଉ ଥାଉ ଅନ୍ୟଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିବା ନେଇ ଅଭିଯୋଗ କରିଥିଲେ ଅଧ୍ୟାପକଙ୍କ ପତ୍ନୀ ଜଣଙ୍କ। ବେଶ୍ କିଛି ସମୟ ଧରି ଜିଲ୍ଲାପାଳ ଅଫିସ ସମ୍ମୁଖରେ ଚାଲିଥିଲା ଏହି ହାଇଭୋଲ୍ଟେଜ ଡ୍ରାମା । ଖବର ଅନୁଯାୟୀ ହୀରାକୁଦର ପ୍ରାଚୀ ପଦ୍ମା ପଣ୍ଡା ନାମକ ମହିଳା ହୀରାକୁଦ କଲେଜର ରାଜନିତୀ ବିଜ୍ଞାନ ଅଧ୍ୟାପକ ଅକ୍ଷୟ ସୂତାରଙ୍କୁ ବିହାବ କରିଥିବାନେଇ ଦାବି କରୁଥିଲେ । ତେବେ ଅନ୍ୟଜଣଙ୍କ ସହ ସମ୍ପର୍କ ରଖୁଥିବା ଓ ନିର୍ଯାତନ ଦେଉଥିବା ନେଇ ସେ ହୀରାକୁଦ ଥାନାରେ ଗତ ମାସ ୧୧ ତାରିଖରେ ଥାନାରେ ଏତଲା ଦେଇଥିଲେ । ଆଜ୍ ସମ୍ପୃକ୍ତ ଅଧ୍ୟାପକ ଜଣକ କୌଣସି କାମ ପାଇଁ ଜିଲ୍ଲାପାଳ ଅଫିସ ଆସିଥିବା ଜାଣି ମହିଳା ଜଣଙ୍କ ପହଂଚି ଏହି କାଣ୍ଡ ଭିଆଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.