Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ସମୁଦ୍ର କୂଳରୁ ଅଦ୍ଭୁତ ଜିନିଷଟିଏ ଉଠାଇ ଘରକୁ ଆଣିଥିଲେ ମା-ଝିଅ : ହେଲା ବିସ୍ଫୋରଣ,ତା’ପରେ…

14/12/2020 at 2:53 PM

କେଣ୍ଟ ୧୪/୧୨: ବ୍ରିଟେନର କେଣ୍ଟରେ ରହୁଥିବା ମା-ଝିଅ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ଗ୍ରେନେଡକୁ ଘରକୁ ନେଇ ଆସିଥିଲେ ଏବଂ ଏହି ଗ୍ରେନେଡ ରୋଷେଇ ଘରେ ଫାଟିଯାଇଥିଲା। ୨ଜଣଙ୍କ ଭାଗ୍ୟ ଭଲ ଥିବାରୁ ସେମାନେ ବଞ୍ଚିଯାଇଥିଲେ। ୩୮ବର୍ଷୀୟ ଜୋଡି କ୍ରୃଜ୍ ଏବଂ ତାଙ୍କ ୮ବର୍ଷୀୟା ଝିଅ ଇସାବେଲାଙ୍କୁ ସମୁଦ୍ର କୂଳରେ ଏହି ଅଦ୍ଭୁତ ଜିନିଷ ମିଳିଥିଲା।

 ଜୋଡି ଏବଂ ଇସାବେଲାଙ୍କୁ ପ୍ରଥମେ ଲାଗିଥିଲା ଯେ ଏହା କୌଣସି ପ୍ରାଚୀନ ଜୀବାଶ୍ମ କିମ୍ବା କୌଣସି ପଶୁର ହାଡ଼ କିନ୍ତୁ ସେମାନେ ଏକଥା ଜମା ଜାଣିନଥିଲେ ଯେ ଏହା ଏକ ୮୦ବର୍ଷ ପୁରୁଣା ଗେନେଡ ହୋଇପାରେ। ଜୋଡି ଡେଲି ମେଲ୍ ସହ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଏହାର ଫଟୋ ପ୍ରତ୍ନତତ୍ତ୍ବ ବିଭାଗର ଓ୍ବେବସାଇଟ୍ ଏବଂ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲେ। ଯାହା ଫଳରେ ଜଣା ପଡ଼ିପାରିବ ଯେ ଏହା ପ୍ରକୃତରେ କି ପ୍ରକାର ଜିନିଷ। ଅନେକ ଲୋକଙ୍କ ପ୍ରତିକ୍ରିୟା ଆସିଥିଲା କିନ୍ତୁ କେହି ବି ଏକଥା କହିପାରିନଥିଲେ ଯେ ଏହା ଏକ ଗ୍ରେନେଡ।

ସେ ଆଗକୁ କହିଥିଲେ ଯେ ତାହା ଏକ ହାଡ଼ ଭଳି ଦେଖାଯାଉଥିଲା। ତାହା ବେଶୀ ଭାରି ମଧ୍ୟ ନଥିଲା ଏବଂ ତାହା ଜମା ବି ମେଟାଲ୍ ଭଳି ଦେଖାଯାଉନଥିଲା। ସେ ଏହାକୁ ଘରକୁ ନେଇ ଆସିଥିଲେ ଏବଂ ସୋସିଆଲ୍ ମିଡିଆରେ କିଛି ରିସର୍ଚ୍ଚ କରିବା ପରେ ସେ ଏଥିରେ ପିନ୍ ଲଗାଇଥିଲେ। ସେ ଏପରି କରିବାରୁ ଏହାର ଗୋଟିଏ ପାର୍ଶ୍ବ ତରଳିବାକୁ ଲାଗିଥିଲା ଏବଂ ଏହା ପୂରାପୂରି ନିଆଁଗୁଳା ହୋଇଯାଇଥିଲା ଏବଂ ତାଙ୍କ ଡାଇନିଂ ରୁମରେ ଧୂଆଁ ହୋଇଯାଇଥିଲା।

ତାଙ୍କ ଝିଅ ଏହା ଦେଖି ଚିତ୍କାର କରିଥିଲା ଏବଂ ପଛ କବାଟ ବାଟେ ଦୌଡ଼ି ପଳାଇଥିଲା। ସେ ଗ୍ରେନେଡକୁ ଧରି ଜୋରରେ ଦୌଡ଼ି ରୋଷେଇ ଘରର ସିଙ୍କରେ ଫିଙ୍ଗି ଦେଇଥିଲେ ଯାହା ଫଳରେ ସେଠାରେ ବିସ୍ଫୋରଣ ହୋଇଥିଲା। ସେମାନେ ବହୁତ ଭାଗ୍ୟଶାଳୂୀ ଥିଲେ କାରଣ ଏହା​‌ ଆହୁରି ଶକ୍ତିଶାଳୀ ଏବଂ ବିପଦଜନକ ହୋଇପାରିଥାନ୍ତା। ସେ ପ୍ରଥମେ ଚିନ୍ତା କରିଥିଲେ ଯେ ତାଙ୍କ ଝିଅ,ତାଙ୍କ ଘର,୪ କୁକୁର  ଏବଂ ୨ ବିଲେଇଙ୍କୁ କିପରି ବଞ୍ଚାଇବେ। ତାଙ୍କ ଝିଅ ବଗିଚାକୁ ଦୌଡ଼ି ପଳାଇଥିଲା ଏବଂ ସେ ଦୌଡ଼ି ତାଙ୍କ ବିଲେଇଗୁଡ଼ିକୁ ସାହାଯ୍ୟ କରିବା ପାଇଁ ଦୌଡ଼ି ଯାଇଥିଲେ। ତାଙ୍କ ଭାଗ୍ୟ ଭଲ ଥିଲା ଯେ ସେମାନେ ସବୁ ସୁରକ୍ଷିତ ଥିଲେ।

   Related Posts