Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଚକୋଲେଟ ବୟରୁ ରୋମାଣ୍ଟିକ୍ ହୀରୋ : କେଉଁ ହୀରୋଇନଙ୍କ ସହ କିଭଳି କେମିଷ୍ଟ୍ରି ଥିଲା ଋଷି କପୁରଙ୍କର

3/05/2020 at 3:43 PM

ମୁମ୍ବାଇ ୩/୫: ପାଖାପାଖି ପାଞ୍ଚ ଦଶକର ନିଜ କ୍ୟାରିୟର ସମୟରେ ଜଣେ ପ୍ରେମୀ ଏବଂ ରୋମାଣ୍ଟିକ୍ ହୀରୋ ଭାବେ ନିଜକୁ ପ୍ରମାଣିତ କରିଥିବା ଋ​‌ଷି କପୁର ସ୍କ୍ରିନରେ ୪୫ରୁ ଅଧିକ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିଛନ୍ତି। ତାଙ୍କ ରୋମାଣ୍ଟିକ୍ ଗୀତ ଆଜି ବି ଲୋକପ୍ରିୟ ରହିଛି। ଏମାନଙ୍କ ମଧ୍ୟରୁ କିଛି ଖାସ୍ ଅଭିନେତ୍ରୀ ଯାହା ସହିତ ତାଙ୍କୁ ଖୁବ୍ ପସନ୍ଦ କରାଯାଇଥିଲା।

୧.ଡିମ୍ପଲ୍ କପାଡ଼ିଆ : ବଲିଉଡରେ ଏକ ହୀରୋ ଭାବେ ଋ​‌ଷି କପୁରଙ୍କ ପ୍ରଥମ ଭୂମିକା ଡିମ୍ପଲ୍ କପାଡ଼ିଆଙ୍କ ସହ ‘ବବି’ ଫିଲ୍ମ ଥିଲା ଏବଂ ଏଥିରେ ସେ ପ୍ରମାଣିତ କରି ଦେଇଥିଲେ ଯେ ସେ ଜଣେ ଏପରି ପ୍ରେମିକ ଯୁବକ ଯାହାଙ୍କୁ ସବୁ ଝିଅ ପାଇବାକୁ ଚାହଁନ୍ତି।

୨.ନୀତୁ ସିଂହ : ଏହି ମାମଲାରେ ସେ ନିଜ ରୋମାନ୍ସକୁ ବାସ୍ତବ ଜୀବନରେ ନେଇ ଯାଇଥିଲେ। ‘କଭି-କଭି’,‘ଖେଲ ଖିଲାଡ଼ି ମେଁ’,‘ଅମର ଆକବର ଆନ୍ଥୋନି’ ଏବଂ ‘ଜହରୀଲା ଇନସାନ’ ଭଳି ଫିଲ୍ମରେ ସେମାନେ ଏକାଠି କାମ କରିଥିଲେ ଏବଂ ତାଙ୍କ ସିଜଲିଂ ଅନସ୍କ୍ରିନ୍ କେମେଷ୍ଟ୍ରି ଅଫ-ସ୍କ୍ରିନ୍ ରୋମାନ୍ସରେ ବଦଳି ଯାଇଥିଲା। ନୀତୁ ସିଂହ ବିବାହ ପରେ ଅଭିନୟ ଛାଡ଼ି ଦେଇଥିଲେ। ତାଙ୍କ ଗୀତ ‘ଏକ ମେ ଔର ଏକ ତୁ’,‘ଖେଲ ଖେଲ ମେଁ’ ଲୋକପ୍ରିୟ ଗୀତ।

୩.ଶ୍ରୀଦେବୀ : ଋଷି କପୁର ଏବଂ ଶ୍ରୀଦେବୀ ବୋଧହୁଏ ବଲିଉଡରେ ସବୁଠୁ ଭଲ ଯୋଡ଼ି ଭାବେ ଜଣାଯିବେ। ‘ନଗୀନା’,‘ଚାନ୍ଦନି’ ଏବଂ ‘ବଞ୍ଜାରନ’ରେ ସେମାନେ ଏକାଠି କାମ କରିଥିଲେ। ତାଙ୍କ ଗୀତ ‘ଚାନ୍ଦନି ଓ ମେରି ଚାନ୍ଦନି’ ବହୁତ ହିଟ୍ ଗୀତ।

୪. ଜୟା ପ୍ରଦା : ଋଷି କପୁର ଏବଂ ଜୟା ପ୍ରଦା ଏକାଠି ‘ସିନ୍ଦୂର’,‘ଘର ଘର କି କାହାନି’,‘ଘରାନା’ ଏବଂ ‘ଧରତୀପୁତ୍ର’ ସହ ଅନେକ ଫିଲ୍ମରେ ନଜର ଆସି ସାରିଛନ୍ତି। ‘ସରଗମ୍’ର ଡଫଲିଓ୍ବାଲେ ଗୀତ ବହୁତ ଲୋକପ୍ରିୟ ହୋଇଥିଲା।

୫. ଟିନା ମୁନିମ୍ : ‘କର୍ଜ’ରେ ଋଷି କପୁର ଟୀନା ମୁନିମଙ୍କ ସହ କାମ କରିଥିଲେ। ଫିଲ୍ମର ସବୁ ଗୀତ ସୁପରହିଟ୍ ଥିଲା। ଏହା ଏକ ବ୍ଲକବଷ୍ଟର ଫିଲ୍ମ ଥିଲା।

୬. ମୌସୁମୀ ଚାଟାର୍ଜୀ : ଋ​‌ଷି କପୁର ଏବଂ ମୌସୁମୀ ଚାଟାର୍ଜୀଙ୍କ ଯୋଡ଼ି ଥିବା କିଛି ଲୋକପ୍ରିୟ ମଧ୍ୟରେ ‘ଜହରିଲା ଇନସାନ’,‘ଫୁଲ ଖିଲେ ହେଁ ଗୁଲସନ ଗୁଲସନ’ ଏବଂ ‘ଦୋ ପ୍ରେମୀ’ ରହିଛି। କିଶୋର କୁମାରଙ୍କ ଟ୍ରାକ୍ ‘ଓ ହଂସିନୀ’ ଯେଉଁଥିରେ ଋଷି କପୁର ଏବଂ ମୌସୁମୀ ଥିଲେ,ଏହା ଏକ ଜବରଦସ୍ତ ହିଟ୍ ଗୀତ ହୋଇଥିଲା ଏବଂ ଆଜି ବି ଏହା ବଲିଉଡର ସବୁଠୁ ଲୋକପ୍ରିୟ ରୋମାଣ୍ଟିକ୍ ଗୀତ ଭାବେ ଜଣାଯାଏ।

୭.ପୁନମ୍ ଧିଲନ୍ : ପୁନମ୍‌ ଏବଂ ଋଷି ୮୦ଦଶକର ଏକ ଲୋକପ୍ରିୟ ଯୋଡ଼ି ଭାବେ ପରିଚିତ ଥିଲେ। ସେମାନେ ‘ସୀତମଗାର’,‘ୟେ ବାଦା ରାହା’,‘ଜମାନା’,‘ବିବି ଓ ବିବି’,‘ଏକ ଚାଦର ମେଲ ସି’ ଏବଂ ‘ତବାୟକ’ ଭଳି ଫିଲ୍ମରେ କାମ କରିଥିଲେ।

୮.ମୀନାକ୍ଷୀ ସେଶାଦ୍ରି : ଅନେକ ପୁରସ୍କାର ପାଇଥିବା ‘ଦାମିନୀ’ ବ୍ୟତୀତ ଋ​ଷି କପୁର ଏବଂ ମୀନାକ୍ଷୀ ସେଶାଦ୍ରି ‘ବଡ଼େ ଘର କି ବେଟି’ ଫିଲ୍ମରେ ଏକାଠି ନଜର ଆସିଥିଲେ। ଆମେରିକାରେ ରହୁଥିବା ଏହି ଅଭିନେତ୍ରୀ କିଛି ବର୍ଷ ତଳେ ଋଷି କପୁରଙ୍କୁ ଭେଟିବାକୁ ଆସିଥିଲେ।

୯. ମାଧୁରୀ ଦୀକ୍ଷିତ : ମାଧୁରୀ ଦୀକ୍ଷିତ ଏବଂ ଋଷି କପୁର ‘ସାହିବାନ’,‘ୟାରାନା’ ଏବଂ ‘ପ୍ରେମ ଗ୍ରନ୍ଥ’ ଭଳି ଫିଲ୍ମରେ ନଜର ଆସି ସାରିଛନ୍ତି।

୧୦.ଜୁହି ଚାଓ୍ବଲା : ଋଷି କପୁର ଏବଂ ଜୁହି ‘ବୋଲ ରାଧା ବୋଲ’,‘ରିସ୍ତା ହୋ ତୋ ଏସା’,‘ଘର କି ଇଜ୍ଜତ’ ଏବଂ ‘ସାଜନ କା ଘର’ ଭଳି ଫିଳ୍ମରେ ଏକାଠି ଅଭିନୟ କରିଛନ୍ତି। ଜୁହିଙ୍କ ସହ ସେ ତାଙ୍କ ଶେଷ ଫିଲ୍ମ ‘ଶର୍ମା ଜି ନମକିନ୍’ ସୁଟିଂ କରୁଥିଲେ,ଯାହାକୁ ସେ ପୂରା କରିପାରିନଥିଲେ।

   Related Posts