Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ମହିଳା ପୋଲିସ୍ କନଷ୍ଟେବଲଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଦୁଇଦିନିଆ ରିମାଣ୍ଡରେ ନେଲା ପୋଲିସ୍ : ଅଶ୍ଳୀଳ ଭିଡିଓ କରି ବ୍ଲାକମେଲିଂ କରିବା ସହ କାର୍ଡ଼ର ପାସଓ୍ବାର୍ଡ଼ ନେଇ ଉଡ଼ାଉଥିଲା ଟଙ୍କା

29/04/2019 at 2:53 PM

ମୋହାଲି ୨୯/୪: ମହିଳା ପୋଲିସ୍ କନଷ୍ଟେବଲଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ମହମ୍ମଦ ରଫିକୁ ମଟୈାର ପୋଲିସ୍ ଆଜି ଅଦାଲତକୁ ହାଜିର କରିଛି। ଏଠାରେ କୋର୍ଟ ଦୁଇ ଦିନ ରିମାଣ୍ଡରେ ପଠାଇ ଦେଇଛି। ମଟୈାର ପୋଲିସ୍ ଷ୍ଟେସନର ଏସ.ଏଚ୍.ଓ ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରିମାଣ୍ଡ ସମୟରେ ଅଭିଯୁକ୍ତକୁ ଦୁଷ୍କର୍ମ ବିଷୟରେ ଆହୁରି ପଚରାଉଚୁରା କରାଯିବ ଏବଂ ଅନ୍ୟ ଅଭିଯୁକ୍ତକୁ ମଧ୍ୟ ଖୋଜାଯାଇ ଗିରଫ କରାଯିବ।

ମଟୈାର ପୋଲିସ ଷ୍ଟେସନରେ ପୀଡ଼ିତା ମହିଳା କନଷ୍ଟେବଲ୍ ଅଭିଯୋଗ କରିବାରୁ ମହମ୍ମଦ ରଫି ଏବଂ ଆମୀରଙ୍କ ବିରୋଧରେ ଆଇପିସି ଧାରା ୩୭୬-ଡି,୫୦୬,୩୮୪ ତଥା ୧୨୦ବି ଅନୁସାରେ ମାମଲା ରୁଜୁ କରାଯାଇଥିଲା। ଅଭିଯୁକ୍ତ ମହମ୍ମଦ ରଫିକୁ ଗିରଫ କରାଯାଇଥିବାବେଳେ ଅନ୍ୟ ଅଭିଯୁକ୍ତକୁ ଗିରଫ କରାଯାଇପାରିନାହିଁ।

ପୀଡ଼ିତାଙ୍କ କହିବାନୁସାରେ ତାଙ୍କୁ ବିବାହର ପ୍ରତିଶ୍ରୃତି ଦେଇଥିବା ମହମ୍ମଦ ରଫି ସେହି ଦିନ ତାଙ୍କ ଅନ୍ୟ ଜଣେ ସାଥୀଙ୍କ ସହ ମିଶି ମୋହାଲିର ସେକ୍ଟର-୭୧ର ହୋଟେଲରେ ଦୁଷ୍କର୍ମ କରିଥିଲେ। ଏହାପରେ ମହିଳା ପିଜି (ପେଇଙ୍ଗ ଗେଷ୍ଟ) ରହୁଥିବା ଘରକୁ ଛାଡ଼ିବାକୁ ଯାଇଥିଲେ ଏବଂ ଘର ବାହାରେ ମଧ୍ୟ କାର୍ ଛିଡ଼ା କରି ଦୁଷ୍କର୍ମ କରିଥିଲେ।

ପୀଡ଼ିତା ଆହୁରି ମଧ୍ୟ କହିଥିଲେ ଯେ ଅଭିଯୁକ୍ତ ମହମ୍ମଦ ରଫି ଯେଉଁଦିନଠୁ ତାଙ୍କ ଅଶ୍ଳୀଳ ଭିଡିଓ କରିଥିଲା ସେହି ଦିନରୁ ତାଙ୍କୁ ବ୍ଲାକମେଲିଂ କରିଥିଲା। ତାଙ୍କୁ ବ୍ଲାକମେଲ୍ କରି ତାଙ୍କ କାର୍ଡ଼ର ପାସଓ୍ବାର୍ଡ଼ ନେଇଯାଇଥିଲା ଏବଂ ତାଙ୍କ ଆକାଉଣ୍ଟରୁ ଟଙ୍କା ମଧ୍ୟ ଉଠାଇ ନେଇଯାଉଥିଲା।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ସେ ଅଭିଯୁକ୍ତ ସହ ୨୦୧୮ମସିହା ଜୁଲାଇ ମାସରେ ବନ୍ଧୁତା ସ୍ଥାପନ କରିଥିଲେ। ମହମ୍ମଦ ପ୍ରଥମେ ନିଜ ନାଁ ରାଜବୀର ଶର୍ମା କହିଥିଲା। ତାଙ୍କ ସହ ଦୁଷ୍କର୍ମ ହେବା ପରେ ସେ ତା’ର ଅସଲି ନାଁ ଜାଣି ପାରିଥଲେ।           

   Related Posts