Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଲଦାଖରେ ଚୀନକୁ ଝଟକା, ଭୀଷଣ ଥଣ୍ଡାରେ ଡ୍ରାଗନ ସେନାଙ୍କ ମୃତ୍ୟୁ

15/10/2020 at 9:44 AM

ନୂଆଦିଲ୍ଲୀ ୧୫/୧୦: ପୂର୍ବ ଲଦାଖରେ ଭୀଷଣ ଥଣ୍ଡା ଏବେ ଆରମ୍ଭ ହୋଇ ନାହିଁ ମାତ୍ର ଚୀନ ସେନାକୁ ବଡ଼ ଝଟକା ଲାଗିଛି। ପୋଙ୍ଗଙ୍ଗ ହ୍ରଦର ଉତ୍ତର କୂଳରେ ଚୀନ ସେନା ପିଏଲଏକୁ ଜନହିତର କ୍ଷତି ସହିବାକୁ ପଡିଛି । କୁହାଯାଉଛି ଏହି ଇଲାକରେ ରାତିରେ ଏବେଠୁ ଥଣ୍ଡା ହେଉଛି। ଚୀନ ସେନା ଏହି ଥଣ୍ଡାକୁ ସହିପାରୁ ନାହାନ୍ତି ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହା ପୂର୍ବରୁ ଚୀନ ଦାବି କରିଥିଲା ଥଣ୍ଡାରୁ ରକ୍ଷା ପାଇବା ପାଇଁ ଆଧୁନିକ ବ୍ୟାରେକ ତିଆରି କରିଛି। ଯେଉଁଥିରେ ତାପମାତ୍ରା ସବୁବେଳେ ଗରମ ରହିବ। କେବଳ ଏତିକି ନୁହେଁ ଚୀନ ସୈନିକ ଏଥିରେ ଗାଧୋଇ ମଧ୍ୟ ପାରିବେ।

ସୂତ୍ର ଅନୁସାରେ ଏକ ସପ୍ତାହ ହେବ ଏଲଏସିରେ ବଡ଼ ସଂଖ୍ୟାରେ ପିଏଲଏ ସୈନିକଙ୍କ ମୃତ ଦେହ ଉଦ୍ଧାର କରାଯାଉଛି। ଏହା ସହ ଅସୁସ୍ଥ ସେନୖକଙ୍କୁ ନିକଟସ୍ଥ ଅସ୍ଥାୟୀ କେନ୍ଦ୍ରକୁ ନିଆଯାଉଥିବା ଦେଖାଯାଇଛି। ୧୫ ହଜାରରୁ ୧୬ ହଜାର ଫୁଟ ଭାଗରେ ଭାରତ ଓ ଚୀନ ସୈନିକ ଏବେ ସୁଦ୍ଧା ମହଜୁଦ ରହିଛନ୍ତି। ପିଏଲଏ ନିକଟସ୍ଥ ପ୍ରାୟ ୫ ହଜାର ସୈନିକ ପୋଙ୍ଗଙ୍ଗର ଉତ୍ତର କୂଳରେ ଅଛନ୍ତି।

ସୂଚନାଯୋଗ୍ୟ ମେ ମାସରୁ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏବେ ଏ କଥା ଇସାରା କରୁଛି ଯେ ପିଏଲଏର ପଛକୁ ହଟିବାରେ ଏମାାନଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। ରୋଟେସନ ନିୟମରେ ପିଏଲଏ ଯବାନଙ୍କୁ ଫରଓ୍ବାର୍ଡ ଇଲାକାରେ ମୁତୟନ କରାଯାଇଛି।

   Related Posts