Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ୟାଙ୍ଗଷ୍ଚର ହାଇଦର ଗିରଫ ।। ତେଲେଙ୍ଗାନାରୁ ଗିରଫ କଲା ପୋଲିସ ।। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ।। ଏପ୍ରିଲ ୧୦ରେ କଟକ ଏସସିବି ମେଡିକାଲ କଲେଜ ହସ୍ପିଟାଲରୁ ହୋଇଯାଇଥିଲା ଫେରାର
  • ||
  • ଅନ୍ୟ ରାଜ୍ୟକୁ ବସ ସେବା ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ, କୋଚିଂ ସେଣ୍ଟରରେ ଅଫ୍‌ଲାଇନ୍‌ କ୍ଲାସ୍‌ ମନା । ବିବାହ ପାଇଁ ସର୍ବାଧିକ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ଅତିବେଶୀରେ ୨୦ ଜଣଙ୍କୁ ଅନୁମତି
  • ||
  • ବାକି ୨୦ ଜିଲ୍ଲାର ସହରାଞ୍ଚଳରେ କାଲିଠୁ ନାଇଟ୍‌ କର୍ଫ୍ୟୁ
  • ||
  • ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ବଦଳିଲା ନାଇଟ୍‌ କର୍ଫ୍ୟୁ ସମୟ
  • ||
  • ରାଜ୍ୟରେ ଫେରିଲା କୋଭିଡ୍‌ କଟକଣା
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ୍‌ ପର୍ଯ୍ୟବେକ୍ଷଣ ଦାୟିତ୍ୱ
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ
  • ||
  • ଭଦ୍ରକ : ବୈତରଣୀ ନଦୀରେ ବୁଡି ଭାଇ-ଭଉଣୀଙ୍କ ସଲୀଳ ସମାଧି, ପିଉସୀଙ୍କ ଘରୁ ଫେରିବା ବେଳେ ଅଘଟଣ
  • ||
  • ମାଲକାନଗିରି : ମାନିଲେନି କୋଭିଡ୍ ନିୟମ, ସିଲ୍ ହେଲା ଦୋକାନ
  • ||
  • ଧର୍ମଗଡ : ଧର୍ମଗଡ ବଣିକ ସଂଘର ବଡ ନିଷ୍ପତ୍ତି, ଶନିବାର ଓ ରବିବାର ସଂପୂର୍ଣ୍ଣ ବନ୍ଦ ରହିବ ସହର
  • ||

ବିଶ୍ୱର ସବୁଠୁ ଉଚ୍ଚ ବିମାନଘାଟିକୁ ସଂଯୁକ୍ତ କରିବ ଏହି ସେତୁ, ଜାଣନ୍ତୁ ଏହାର ଅବସ୍ଥିତି ଓ ନାମ

20/10/2019 at 10:32 PM

ଲଦ୍ଦାଖ: ନବଗଠିତ ଲଦ୍ଦାଖ ରାଜ୍ୟର ଶ୍ୟୋକ ନଦୀ ଉପରେ ନିର୍ମିତ ହୋଇଛି ସେତୁ ‘ରିନଚିନ’। ଚୀନ ଓ ଭାରତ ବାସ୍ତବ ସୀମାରେଖାର ୪୦ କିଲୋମିଟର ପୂର୍ବରୁ ନଦୀଉପରେ ସ୍ଥାପିତ ହୋଇଥିବା ଏହି ସ୍ଥାୟୀ ପୋଲଟି ବିଶ୍ୱର ସର୍ବୋଚ୍ଚ ବିମାନଘାଟି ଦୌଲତବେଗ୍ ଓଲ୍ଡି (ଡିବିଓ)ସହ ଭାରତକୁ  ସଂଯୁକ୍ତ କରୁଛି। ପୂର୍ବ ଲଦ୍ଦାଖର ଦୁରବୁକ ଓ ଡିବିଓ ମଧ୍ୟରେ ନିର୍ମିତ ଏହି ସେତୁକୁ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସୋମବାର ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ।

ପୂର୍ବରୁ ଏଠାରେ ପୋଲ ନଥିଲା। ଏଣୁ ସେନା ୨୫୫ କିଲୋମିଟର ରାସ୍ତା ପାର ହୋଇ ବାୟୁସେନା ବିମାନଘାଟିକୁ ଯାଉଥିଲା। ଏଥିଲାଗି ପ୍ରାୟ ୧୪ ଘଣ୍ଟା ସମୟ ଲାଗୁଥିଲା। ହେଲେ ଏବେ ପୋଲ ନିର୍ମିତ ହୋଇଥିବାରୁ ଓଲ୍ଡି ବିମାନଘାଟିକୁ ମାତ୍ର ୬ ଘଣ୍ଟାରେ ପହଞ୍ଚି ହେବ। କାରାକୋରମ ପାସ୍ ଦେଇ ଗଲେ ଡିବିଓ ଆହୁରି ନିକଟରେ ପଡିବ। ବିଶ୍ୱର ସର୍ବୋଚ୍ଚ ଆଡଭାନ୍ସଡ ଲ୍ୟାଣ୍ଡିଙ୍ଗ ଗ୍ରାଉଣ୍ଡ (ଏୟାରବେସ୍) ମଧ୍ୟରୁ ଡିବିଓ  ଅନ୍ୟତମ। ସମୁଦ୍ର ପତ୍ତନରୁ ପ୍ରାୟ ୧୬ହଜାର ଫୁଟ ଉଚ୍ଚରେ ରହିଛି ଏହି ବାୟୁସେନା ବିମାନଘାଟି।

ରିନଚିନ ପୋଲଟି ସମୁଦ୍ର ପତନରୁ ୧୩ ହଜାର ଫୁଟ ଉଚ୍ଚରେ ନିର୍ମିତ ହୋଇଥିବା ବେଳେ ଏହାର ଦୀର୍ଘ ପ୍ରାୟ ୧ହଜାର ୪୦୦ ଫୁଟ। ସେତୁର ନାମ ଭାରତୀୟ ସେନାର କର୍ଣ୍ଣେଲ ଚେବାଙ୍ଗ ରିନଚିନଙ୍କ ନାମରେ ନାମିତ ହେବ। ଚେବାଙ୍ଗ ଚୀନ ବିରୋଧରେ ୧୯୬୨ ଯୁଦ୍ଧ ଲଢିଥିଲେ। ଯୁଦ୍ଧରେ ଅଦମ୍ୟ ଶାହସ  ଓ ବୀରତା ପ୍ରଦର୍ଶନ ଲାଗି ତାଙ୍କୁ ଦୁଇ ଥର ବୀରଚକ୍ର ସମ୍ମାନରେ ସମ୍ମାନୀତ କରାଯାଇଥିଲା। ୧୯୭୧ ପାକ୍ ଯୁଦ୍ଧରେ ସେ ଚାଲନୁକା ଓ ତୁରତୁକ ସେନା ଚୌକୀକୁ କବଜା କରିଥିଲେ।

   Related Posts