Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଆଜି ଲଦାଖ ଓ କାର୍ଗିଲର ବିଭିନ୍ନ ଦଳ ସହ ଆଲୋଚନା କରିବେ କେନ୍ଦ୍ର ସରକାର, ଦିଲ୍ଲୀରେ ପହଁଚିଲେ ୧୧ ନେତା

1/07/2021 at 9:40 AM

ନୂଆଦିଲ୍ଲୀ, ୦୧/୦୭:   ଜମ୍ମୁ-କାଶ୍ମୀରର ବିଭିନ୍ନ ରାଜନୈତିକ ଦଳ ସହ ସର୍ବଦଳୀୟ ବୈଠକ ପରେ କେନ୍ଦ୍ର ସରକାର ଗୁରୁବାର କାର୍ଗିଲ ଓ ଲଦାଖର ବିଭିନ୍ନ ଦଳ ଓ ସିଭିଲ ସୋସାଇଟି ସଦସ୍ୟଙ୍କ ସହ ଆଲୋଚନା କରିବେ । ଏହି ପରିପ୍ରେକ୍ଷୀରେ ଲଦାଖର ୧୧ ଜଣ ନେତା ଦିଲ୍ଲୀରେ ପହଁଚିଛନ୍ତି । ଏଠାରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଜି କିଷନ ରେଡ୍ଡିର ବାସଭବନରେ ବୈଠକ ହେବ ।

ସକାଳ ୧୧ଟାକୁ ଆରମ୍ଭ ହେବାକୁ ଯାଉଥିବା ଏହି ବୈଠକରେ କେଉଁ ପ୍ରସଙ୍ଗ ସ୍ଥାନ ପାଇବ ତାହା ସ୍ପଷ୍ଟ ହୋଇନାହିଁ । କେଉଁ କେଉଁ ଦଳ ସାମିଲ ହେବେ ତାହା ମଧ୍ୟ ଜଣାପଡି ନାହିଁ । ବୈଠକରେ ଲଦ୍ଦାଖର ପୂର୍ବତନ ସାଂସଦଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି । ବୈଠକ ପୂର୍ବରୁ କେଡିଏର ଉପାଧ୍ୟକ୍ଷ ଅସଗର ଅଲ୍ଲୀ କହିଛନ୍ତି ଯେ, କେନ୍ଦ୍ରର କୌଣସି ସର୍ତ୍ତ ସହ ସେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ତେବେ କାର୍ଗିଲ ନେତାଙ୍କୁ ଅନ୍ୟ କୌଣସି ଅଲଗା ନିୟମ ମଞ୍ଜୁର ନୁହେଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଲଦାଖକୁ ପୂର୍ଣ୍ଣ ରାଜ୍ୟ ଭାବେ ଦେଖିବାକୁ ଚାହାଁନ୍ତି । ୧୯୭୫ରେ ଅଢେଇ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସିକିମକୁ ରାଜ୍ୟର ମାନ୍ୟତା ମିଳିଥିଲା । ସେହିପରି ଲଦାଖରେ ୩ ଲକ୍ଷରୁ ଅଧିକ ଲୋକ ରୁହନ୍ତି । ତେଣୁ ରାଜ୍ୟ ମାନ୍ୟତା ମିଳିବାରେ କୌଣସି ଅସୁବିଧା ନାହିଁ ।

ଏହାପୂର୍ବରୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କାଶ୍ମୀରର ୮ ରାଜନୈତିକ ଦଳର ୧୪ ନେତାଙ୍କ ସହ ଗତ କିଛିଦିନ ତଳେ ବୈଠକ କରିଥିଲେ । ଅଧିକାଂଶ ନେତା ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଓ ବିଧାନସଭା ନିର୍ବାଚନ ପାଇଁ ଦାବି କରିଥିଲେ ।

   Related Posts