ଲଦାଖ ଲଢେଇ ପଛରେ ଜିନପିଙ୍ଗଙ୍କ ଭୟଙ୍କର ଷଡଯନ୍ତ୍ର… ଭାରତକୁ ସବୁ ଫୋରମରେ ଚେକ୍ ଏବଂ ଓ୍ୱାଶିଂଟନ-ନୂଆଦିଲ୍ଲୀ ସମ୍ପର୍କକୁ ଝଟକା

Published By : Prameya-News7 Bureau | June 18, 2020 IST

ନୂଆଦିଲ୍ଲୀ, ୧୮|୦୬:    ଦକ୍ଷିଣ ଏସିଆରେ ଚୀନ ଭାରତକୁ ସର୍ବଦା ଚେକ୍ ଦେବା ପାଇଁ ଚାହୁଁଛି । ଏପରିକି ଭାରତର ଆମେରିକା ସହ ଘନିଷ୍ଠତାକୁ ଚୀନ ନାପସନ୍ଦ କରୁଛି । ଏପରିକି ଭାରତ-ଆମେରିକା ସମ୍ପର୍କରେ ଚୀନ ପାଚେରୀ ଛିଡା କରିବାକୁ ଚାହୁଁଛି ବୋଲି କହିଛି ଆମେରିକା ଥିଙ୍କ୍-ଟ୍ୟାଙ୍କ୍ ।

ହଡସନ୍ ଇନଷ୍ଟିଚ୍ୟୁଟ୍ କରୋନା ଭାଇରସ ସମୟରେ ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ପ୍ରତିଦ୍ୱନ୍ଦ୍ୱିତା ସମ୍ବନ୍ଧରେ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ କୁହାଯାଇଛି ଯେ, ଚୀନ ପାକିସ୍ତାନ ଓ ଶ୍ରୀଲଙ୍କା ସହ ମଜବୁତ ସମ୍ପର୍କ ପ୍ରତିଷ୍ଠା କରିଛି । ଏହା ଚୀନ ପାଇଁ ଗୁରୁତ୍ୱପୂର୍ଣ୍ଣ । ପଶ୍ଚିମ ଭାରତ ମହାସାଗରରେ ଆମେରିକାକୁ ଚ୍ୟାଲେଞ୍ଜ ଦେବା ପାଇଁ ଚୀନ ଅନେକ ରଣନୀତି ଉପରେ କାମ କରୁଛି ।

ରିପୋର୍ଟରେ ଆହୁରି କହୁଯାଇଛି ଯେ, ରାଜନୈତିକ ଓ ରଣନୈତିକ ଓ ଆର୍ଥିକ ଦୃଷ୍ଟିକୋଣରୁ ଫାଇଦା ନେବା ପାଇଁ ଚୀନ ମହାମାରୀର ଉପଯୋଗ କରିଛି । ଏବେ ଡ୍ରାଗନ ଭାରତର ସମସ୍ତ ପ୍ରୟାସକୁ ଚ୍ୟାଲେଞ୍ଜ ଦେବାକୁ ଚାହୁଁଛି । ଦକ୍ଷିଣ ଏସିଆରେ ଚୀନ ଭାରତକୁ ନିଜର ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଚାର କରୁଛି । ଭାରତ ହିଁ ଚୀନ ପାଇଁ ଚ୍ୟାଲେଞ୍ଜ ।

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଚୀନକୁ ଚ୍ୟାଲେଞ୍ଜ ଦେବା ପାଇଁ ଭାରତକୁ ଜାପାନ ଓ ଆମେରିକାର ସମର୍ଥନ ଦରକାର । ଆମେରିକା ମଧ୍ୟ ଭାରତର ସମର୍ଥନରେ ବାହାରିବ । ଚୀନ ଉପରେ ନିର୍ଭରତା କମ କରିବାକୁ ହେଲେ ଭାରତକୁ ଆର୍ଥିକ  ଓ ସୈନ୍ୟ କ୍ଷମତାକୁ ବିକଶିତ କରିବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.