ଲଦାଖରେ ଭାରତୀୟ ସେନାର କ୍ୟାପଟେନ୍ ଦୀକ୍ଷାନ୍ତ ଥାପ୍ପାଙ୍କ ସଡ଼କ ଦୁର୍ଘଟଣାରେ ପରଲୋକ

Published By : Prameya-News7 Bureau | August 31, 2020 IST

ନୂଆଦିଲ୍ଲୀ ୩୧/୮: ଭାରତ-ଚୀନ ସହ ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ମାହୋଲ ମଧ୍ୟରେ ଲଦାଖରେ ଏକ ସଡ଼କ ଦୁର୍ଘଟଣାରେ ଭାରତୀୟ ସେନାର ଜଣେ ଅଧିକାରୀଙ୍କ ମୃତ୍ୟୁ ହୋଇଯାଇଛି। ଏହି ସଡ଼କ ଦୁର୍ଘଟଣା ଗତକାଲି ରବିବାର ହୋଇଥିଲା ଯେଉଁଥିରେ କ୍ୟାପଟେନ୍ ଦୀକ୍ଷାନ୍ତ ଥାପ୍ପାଙ୍କ ପରଲୋକ ହୋଇ ଯାଇଛି।

ସୂଚନା ମୁତାବକ ଲଦାଖରେ ଏକ ଟ୍ରେଲର ସେନାଙ୍କ ଏକ ଲଢ଼ୁଆ ବାହନକୁ ଧକ୍କା ମାରିଥିଲା। ଏଥିରେ କ୍ୟାପଟେନ୍ ଦୀକ୍ଷାନ୍ତ ଥାପ୍ପାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି।

ଏହି ଦୁର୍ଘଟଣା ସେହି ସମୟରେ ହୋଇଥିଲା ଯେତେବେଳେ ବିଏମପି ଲୋଡ କରାଯାଉଥିଲା କିନ୍ତୁ ଏହି ସମୟରେ ଟ୍ରେଲର ସିଭିଲ୍ ଟ୍ରକକୁ ଧକ୍କା ଦେଇଥିଲା। ଏହା କାରଣରୁ ଟ୍ରକ୍ ଖସି ଯାଇଥିଲା। ଏହି ଦୁର୍ଘଟଣାରେ କ୍ୟାପଟେନ୍ ଥାପ୍ପାଙ୍କ ମୃତ୍ୟୁ ହୋଇଯାଇଛି। ଏହି ଘଟଣା ଲଦାଖର କାରୁ-କିୟାରି ନିକଟରେ ହୋଇଛି।

ଏହି ସମୟରେ ଭାରତ ଏବଂ ଚୀନ ମଧ୍ୟରେ ପୁଣି ଥରେ ଏଲଏସିରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.