Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||

ଲଦାଖରେ ଅତ୍ୟଧିକ ଥଣ୍ଡାକୁ ଦୃଷ୍ଟିରେ ରଖି ଭାରତର ପ୍ରସ୍ତୁତି, ଯବାନଙ୍କ ପାଇଁ କିଣାଯାଉଛି ସ୍ବତନ୍ତ୍ର ପୋଷାକ

17/10/2020 at 8:45 AM

ନୂଆଦିଲ୍ଲୀ ୧୭/୧୦: ଚୀନ ଭାରତ ମଧ୍ୟରେ ଲାଗି ରହିଛି ଉତ୍ତେଜନା। ଶୀତକୁ ଦୃଷ୍ଟିରେ ରଖି ଏବେ ଭାରତ ତାର ପ୍ରସ୍ତୁତି ଆରମ୍ଭ କରିଛି। ଲଦାଖରେ ମୁତୟନ ଥିବା ଯବାନଙ୍କ ପାଇଁ ଭାରତ କିଣୁଛି ସ୍ବତନ୍ତ୍ର ପୋଷାକ। ଯାହା ଯବାନମାନଙ୍କୁ ଅତ୍ୟଧିକ ଥଣ୍ଡାରୁ ରକ୍ଷା କରିବାରେ ସାହାଯ୍ୟ କରିବ।

ଭାରତ ଓ ଆମେରିକା ମଧ୍ୟରେ ଲଜିଷ୍ଟିକ୍ସ ଏକସେଞ୍ଜ ମେମୋରେଣ୍ଡମ ଏଗ୍ରିମେଣ୍ଟ (LEMOA) ଦ୍ବାରା ଏହି ଡ୍ରେସ କିଣାଯାଉଛି। ଏହି ବୁଝାମଣାରେ ଦୁଇ ଦେଶ ସଶସ୍ତ୍ରବାହିନୀଙ୍କ ଭିତରେ ଲଜିଷ୍ଟିକ ସପୋର୍ଟ, ଡ୍ରେସ, ଭୋଜନ, ସ୍ପେୟାର ପାର୍ଟ, ଚିକିତ୍ସା ସେବା ସହିତ ଅନ୍ୟ ଆବଶ୍ୟକ ବସ୍ତୁକୁ ଆଦାନ ପ୍ରଦାନ କରାଯାଏ।

ଆମେରିକା ସହ ଭାରତ ୟୁରୋପୀୟ ବଜାରରୁ ମଧ୍ୟ କିଛି ପୋଷାକ କିଣୁଛି ଭାରତ। ସରକାର ଲଦାଖ​ରେ ମାଇନସ ୨୫ ଡିଗ୍ରୀ ସେଲିସିୟସରେ ମୁତୟନ ଯବାନ ପେଙ୍ଗୋଙ୍ଗ ହ୍ରଦର ଦକ୍ଷିଣରେ ୧୩ଟି ମହତ୍ବପୂଣ୍ଣ ପର୍ବତଶୃଙ୍ଗ ଉପରେ ବି ମୁତୟନ ହୋଇଛନ୍ତି। ଶୀତ ଦିନେ ଏଠାକାର ସ୍ଥିତି ଅଧିକ ଖରାପ ହୋଇପାରେ। ଏହାକୁ ଧ୍ୟାନରେ ରଖି ସୈନିକମାନଙ୍କ ପାଇଁ ବିଶେଷ ଡ୍ରେସ କିଣାକିଣି ଜାରି ରହିଛି।

ସୀମା ବିବାଦ ସମାଧାନ ଦିଗରେ ଭାରତ ଓ ଚୀନ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନ ହୋଇସାରିଛି। କିଛି ପ୍ରସଙ୍ଗ ଉପରେ ସହମତି ପ୍ରକାଶ ପାଇଛି। ମାତ୍ର ଚୀନ କିନ୍ତୁ ତା ହରକତରୁ ପଛକୁ  ହଟିବାକୁ ଆଦୌ ପ୍ରସ୍ତୁତ ନୁହେଁ। ଚୀନ ସେନା ଅତ୍ୟଧିକ ଥଣ୍ଡାକୁ ସହି ନ ପାରି କେତେକ ଅସୁସ୍ଥ ହୋଇପଡ଼ିଥିବା ଦେଖାଯାଉଛି। ଏହାକୁ ଧ୍ୟାନରେ ରଖି ଚୀନ ମଧ୍ୟ ତାର ପ୍ରସ୍ତୁତି ଆରମ୍ଭ କରିଛି। ଯବାନଙ୍କ ସୁରକ୍ଷା ପାଇଁ ସେ ସ୍ବତନ୍ତ୍ର ଟେଣ୍ଟ କିଣୁଛି।

   Related Posts