Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ସୀମାରେ ଭାରତ-ଚୀନ ସେନା ନିଜ ନିଜ ବେସ୍‌ରେ ଜମା କରୁଛନ୍ତି ବିପୁଳ ଅସ୍ତ୍ରଶସ୍ତ୍ର, ମଗାଇଲେ ଟ୍ୟାଙ୍କ୍

31/05/2020 at 10:14 PM

ନୂଆଦିଲ୍ଲୀ ୩୧।୦୫: ସଂପ୍ରତି ସୀମାରେ ଭାରତ ଓ ଚୀନର ସେନା ମଧ୍ୟରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହା ମଧ୍ୟରେ ସେନାର କିଛି ସୂତ୍ର  ଅନୁଯାୟୀ ଭାରତୀୟ ଓ ଚୀନୀ ସେନା ନିଜ ବେସ୍‌ରେ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଗାଡି ଅର୍ଥାତ ଟ୍ୟାଙ୍କ ଏବଂ ଅନ୍ୟ ଗାଡି ମଗାଇଛନ୍ତି। ଏପରିକି ଆର୍ଟିଲରି ଗନ୍‌ ମଧ୍ୟ ସେନା ନିଜ ବେସ୍‌କୁ ଆଣିବା ଆରମ୍ଭ କରିଛନ୍ତି। ଉଲ୍ଲେଖନୀୟ ପ୍ରାୟ ୨୫ ଦିନ ହେବ ଦୁଇ ସେନା ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଛି।

ଦୁଇ ଦେଶର ସେନା ନିଜର ଯୁଦ୍ଧ କ୍ଷମତାକୁ ସେହି ସମୟରେ ବଢାଉଛନ୍ତି ଯେବେ ଦୁଇ ଦେଶ ମଧ୍ୟରେ ସାମରିକ ଓ କୂଟନୈତିକ ସ୍ତରରେ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଲାଗି ଚେଷ୍ଟା କରାଯାଉଛି। ଚୀନର ସେନା ଆର୍ଟିଲରୀ ଗନ୍ ଓ କାମ୍ବେଟ୍‌ ହ୍ଵିକିଲ୍‌ ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା ନିକଟକୁ ଆଣୁଛନ୍ତି। ଅନ୍ୟପଟେ ଭାରତ ମଧ୍ୟ ନିଜ ବେସ୍‌କୁ ଚୀନୀ ସେନାକୁ ଟକ୍କର ଦେବା ଯୋଗ୍ୟ ଅସ୍ତ୍ର ଶସ୍ତ୍ର ଓ ଗାଡି ଆଣୁଛି। କେବଳ ଏତିକି ନୁହେଁ ଭାରତୀୟ ବାୟୁସେନା ମଧ୍ୟ ଏହି ଅଞ୍ଚଳରେ କ୍ରମାଗତ ନଜର ରଖିଛି।

ଭାରତୀୟ ସୀମାରେ ପଶି ତମ୍ବୁ କାଢିଲେ ଚୀନ ସୈନିକ

ଉଲ୍ଲେଖଯୋଗ୍ୟ, ଚଳିତ ମାସ ପ୍ରାରମ୍ଭରେ ଚୀନୀ ସେନା ଭାରତୀୟ ସୀମାରେ ପଶି ପ୍ୟାଙ୍ଗଙ୍ଗ୍ ସୋ ଓ ଗଲଓ୍ଵାନ ଘାଟିରେ ତମ୍ବୁ କାଢିବା ଆରମ୍ଭ କରିଥିଲେ। ଭାରତୀୟ ସେନା ଏହାର ବିରୋଧ କରି ପଛକୁ ହଟିଯିବାକୁ କହିଥିଲେ, ଯଦ୍ଵାରା ସୀମାରେ ଶାନ୍ତି ବଜାୟ ରହି ପାରିବ। ଏହା ସହିତ ଚୀନ ସେନା ଡେମଚୋକ୍‌ ଓ ଦୌଲତ ବେଗ ଓଲଡିରେ ମଧ୍ୟ ନିଜର ଉପସ୍ଥିତି ଜାହିର କରିଛନ୍ତି।

୨୫୦୦ ଚୀନୀ ସୈନିକ ପ୍ୟାଙ୍ଗଙ୍ଗରେ ମୁତୟନ

ଖବର ଅନୁଯାୟୀ ପ୍ରାୟ ୨୫୦୦ ଚୀନୀ ସୈନିକ ପ୍ୟାଙ୍ଗଙ୍ଗ ସୋ ଓ ଗଲଓ୍ଵାନ  ଘାଟିରେ ମୁତୟନ ଅଛନ୍ତି। ଏହା ସହିତ ଅସ୍ଥାୟୀ ଭିତ୍ତିଭୂମି ଓ ଅସ୍ତ୍ର ଶସ୍ତ୍ର ଜମା କରୁଛନ୍ତି। ମାତ୍ର ଏନେଇ କୌଣସି ସରକାରୀ ତଥ୍ୟ ଦିଆଯାଇ ନାହିଁ। ସୂତ୍ର ଅନୁଯାୟୀ ଉପଗ୍ରହ ଫଟୋରୁ ସ୍ପଷ୍ଟ ଜଣା ପଡୁଛି ଯେ, ଚୀନ ନିଜର ସୀମାରେ ପ୍ରତିରକ୍ଷା ଭିତ୍ତିଭୂମି ନିର୍ମାଣ କରିବା ଆରମ୍ଭ କରି ଦେଇଛି। ଭାରତୀୟ ସେନାର କହିବା କଥା ଚୀନ ଏସବୁ କେବଳ ଭାରତ ଉପରେ ଚାପ ପକାଇବା ପାଇଁ କରୁଛି।

ଭାରତ ଭଲ ଭାବେ ଜାଣିଛି ଚୀନ୍‌ର ଚାଲ୍‌

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭାରତ ଚୀନର ଚାଲ୍‌କୁ ବେଶ୍ ଭଲ କରି ଜାଣିଛି। ଭାରତୀୟ ସେନା ନିଜ ଜିଦ୍‌ରେ ଅଟଳ ରହିଛି ଯେ ପର୍ଯ୍ୟନ୍ତ ସୀମାରେ ସ୍ଥିତି ପୂର୍ବ ପରି ନହୋଇଛି ସେ ପର୍ଯ୍ୟନ୍ତ ସେମାନେ ମଧ୍ୟ ପଛକୁ ହଟିବେ ନାହିଁ। ଶନିବାର ପ୍ରତିରକ୍ଷା ରାଜନାଥ ସିଂହ କହିଥିଲେ ଯେ, ଚୀନ ସହିତ ସାମରିକ ଓ କୂଟନୈତିକ ସ୍ତରରେ ବିବାଦର ସମାଧାନ ଲାଗି ଆଲୋଚନା ଜାରି ରହିଛି।

   Related Posts