Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ଠାକୁର ଦେଇଥିଲେ ପୁଣି ନେଇଗଲେ : ବାପା-ମା’ଙ୍କ ୧୦ ବର୍ଷର ପୂଜା ବ୍ରତ ପରେ ଜନ୍ମ ହୋଇଥିଲେ ଅଙ୍କୁଶ, ଦେଶ ପାଇଁ ହେଲେ ଅମର

24/06/2020 at 1:49 PM

ହମିରପୁର ୨୪/୦୬ : ଲଦାଖ ଗଲୱାନ ଘାଟିରେ ଭାରତ ଚୀନ ମଧ୍ୟରେ ହୋଇଥିବା ହିଂସା ଘଟଣାରେ ଭାରତର ୨୦ ଯବାନ ଶହୀଦ ହୋଇଛନ୍ତି | ଶହୀଦମାନଙ୍କ ମଧ୍ୟରୁ ଜଣେ ହେଲେ ହମିରପୁରର ଅଙ୍କୁଶ ଠାକୁର | ଅଙ୍କୁଶଙ୍କ ପିତା କହିଛନ୍ତି, ବାହାଘରର ୧୦ ବର୍ଷ ପର୍ଯ୍ୟନ୍ତ ତାଙ୍କର ସନ୍ତାନ ହୋଇନଥିଲା | ସେଥିପାଇଁ ସେ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାରା ସବୁଥିକି ଯାଇ ଭଗବାନଙ୍କୁ ଗୋଟିଏ ସନ୍ତାନ ମାଗିଥିଲେ | ସବୁ ପୂଜା ପାଠ କରିଥିଲେ | ତାଙ୍କର କେବଳ ଗୋଟିଏ ହିଁ କାମନା ଥିଲା ଯେ ତାଙ୍କ ଘରେ ଗୋଟେ ଶିଶୁ ଜନ୍ମ ନେଉ | ସେ ମାତା-ପିତା ହେବାର ସୌଭାଗ୍ୟ ପ୍ରାପ୍ତ କରନ୍ତୁ | ଯିଏ ଯାହା କହିଲେ ସେ ସବୁ କରୁଥିଲେ |

ବହୁତ କଷ୍ଟରେ ଏବଂ ଭଗବାନଙ୍କୁ ଆରାଧନା କରି ବାହାଘରର ୧୦ ବର୍ଷ ପରେ ତାଙ୍କ ଘରେ ଅଙ୍କୁଶ ଜନ୍ମ ନେଇଥିଲେ | ଏତିକି କହି ଶହୀଦ ଅଙ୍କୁଶ ଠାକୁରଙ୍କ ପିତାଙ୍କ ଗଳା ଭାରି ହୋଇଯାଇଥିଲା | ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ | ସେ କହିଥିଲେ, ୧୯୮୮ ମସିହାରେ ତାଙ୍କର ବାହାଘର ହୋଇଥିଲା | ଅଙ୍କୁଶ ୧୯୯୮ ମସିହା ନଭେମ୍ବର ୨୪ ତାରିଖରେ ଜନ୍ମ ହୋଇଥିଲେ | ଅଙ୍କୁଶଙ୍କ ପିତା ମଧ୍ୟ ସେନାରେ ଥିଲେ | ୧୦ ବର୍ଷ ଚାକିରୀରେ ସେ ଯାହା ରୋଜଗାର କରିଥିଲେ ସବୁ ପୂଜା ପାଠରେ ସାରି ଦେଇଥିଲେ | ଶିଶୁ ପାଇଁ ସବୁ ଖର୍ଚ୍ଚ କରିଦେଇଥିଲେ |

୧୦୯୮ ମସିହାରେ ଅଙ୍କୁଶ ଜନ୍ମ ହେବା ସମୟରେ ତାଙ୍କର ପୋଷ୍ଟିଙ୍ଗ ମେରଠରେ ହୋଇଥିଲା | ୨୦୦୨ ମସିହାରେ ସେ ଧର୍ମଶାଳା ଯାଇଥିଲେ ଏବଂ ୨୦୦୩ ମସିହାରେ ୧୭ ବର୍ଷ ୬ ମାସ ସେନାରେ ରହି ଦେଶ ସେବା କରିବା ପରେ ସେ ଅବସର ଗ୍ରହଣ କରିଥିଲେ | ଘରର ଆର୍ଥିକ ପରିସ୍ଥିତି ଏତେ ସ୍ୱଚ୍ଛଳ ନଥିଲା ବୋଲି ୨୦୦୫ ମସିହାରେ ସେ ପୁଣି ଡିଫେନ୍ସ ସିକ୍ୟୁରିଟି କୋର ଜଏନ କରିଥିଲେ | ପୁଅ ଭଲ ପାଠ ପଢିବ ବୋଲି ସେ ଅବସର ନେବା ପରେ ପୁଣି ଡ଼ିଏସସି ଜଏନ କରିଥିଲେ |

ଅଙ୍କୁଶ ବହୁତ ଭଲ ପାଠ ପଢୁଥିଲେ | ସେ ପିଲାଦିନୁ ହିଁ ସେନାରେ ଭର୍ତ୍ତି ହେବାକୁ ଇଛା କରିଥିଲେ | କିନ୍ତୁ ପିତା କେବେ ଚାହୁଁନଥିଲେ ପୁତ୍ର ସେନାରେ କାମ କରୁ | ସେ ଭାବୁଥିଲେ ଠାକୁରଙ୍କୁ ଏତେ ଡାକି, ପୂଜା ପାଠ କରି ପୁତା ଜନ୍ମ ନେଇଛି ତାହେଲେ ସେନାରେ କାହିଁକି ଜଏନ କରିବ | ପୁତ୍ର ପ୍ରତି ତାଙ୍କର ଅଗାଧ ଭଲପାଇବା ଥିଲା |  କିନ୍ତୁ ଅଙ୍କୁଶ ସଫାସଫା କହିଦେଇଥିଲେ ଯେ ସେ ଭାରତୀୟ ସେନାରେ ଜଏନ କରିବ | ପୁତ୍ରର ଇଛା ଦେଖି ସେ ତାଙ୍କୁ ଆଉ ମନା କରିନଥିଲେ | କାରଣ ପୁତ୍ର ପ୍ରତିଜ୍ଞା କରିଥିଲା ସେ ସେନାରେ ରହି ଦେଶ ପାଇଁ କାମ କରିବ |

ଦ୍ୱାଦଶ ପରେ ସେ ବିଏସସି ରେ ଆଡ଼ମିସନ ନେଇଥିଲେ | ଦ୍ୱିତୀୟଥରରେ ତାଙ୍କର ସିଲେକସନ ହୋଇଯାଇଥିଲା | ୨୦୧୯ ମସିହା ଜାନୁଆରୀ ମାସରେ ସେ ସେନା ଜଏନ କଲେ | ତାଙ୍କ ଗାଁରେ ୧୬ ବର୍ଷ ପରେ ଜଣେ ସେନାରେ ଭର୍ତ୍ତି ହେବାରେ ସଫଳ ହୋଇଥିଲେ | ପୂର୍ବରୁ ତାଙ୍କ ଗାଁର ପ୍ରାୟ ସବୁ ଘରୁ ପିଲାମାନେ ସେନାରେ ଭର୍ତ୍ତି ହେବାକୁ ଚାହୁଁଥିଲେ | ଅଙ୍କୁଶଙ୍କ ପିତା କହିଛନ୍ତି ଯେ ତାଙ୍କ ପିତା ମଧ୍ୟ ସେନାରେ ଥିଲେ | ଏହାପରେ ସେ କହିଥିଲେ ବୋଧେ ତାଙ୍କ ରକ୍ତରେ ଲେଖାହେଇଛି ସମସ୍ତେ ସେନାରେ ଭର୍ତ୍ତି ହେବେ ଏବଂ ଦେଶ ପାଇଁ କାମ କରିବେ | 

ସେନାରେ ଭର୍ତ୍ତି ହେବା ପରେ ଅଙ୍କୁଶ ପାଠ ପଢା ଛାଡ଼ିନଥିଲେ | ସେ କାମାଣ୍ଡିଙ୍ଗ ଅଫିସର ହେବାକୁ ଚାହୁଁଥିଲେ | ଶେଷଥର ପାଇଁ ସେ ମେ ୨୦ ତାରିଖରେ ପିତାଙ୍କ ସହ କାଠ ହୋଇଥିଲେ | ସେତେବେଳେ ଅଙ୍କୁଶ ପିତାଙ୍କୁ କହିଥିଲେ ଯେ, ଚୀନ ସହ ଟେନସନ ଚାଲିଛି ଏବଂ ବର୍ତ୍ତମାନ ପରିସ୍ଥିତି ଭଲ ନାହିଁ | ଏହାପରେ ଅଙ୍କୁଶଙ୍କ ପିତା ଅନେକଥର ଅଙ୍କୁଶଙ୍କ ସହିତ କାଠ ହେବାକୁ ଚେଷ୍ଟା କରିଥିଲେ କିନ୍ତୁ କାଠ ହୋଇପାରିନଥିଲେ | ଜୁନ ୧୬ ତାରିଖରେ ସିଧା ସେ ପୁତ୍ରର ଶହୀଦ ହେବା ଖବର ଶୁଣିଥିଲେ | ପୁତ୍ରକୁ ହରାଇ ସେ ସମ୍ପୂର୍ଣ ଭାଙ୍ଗି ପଡ଼ିଥିଲେ |

ଅଙ୍କୁଶ ପିତା ଅନିଲ ଠାକୁସ କହିଛନ୍ତି ଯେ, ଅଙ୍କୁଶଙ୍କ ଜନ୍ମ ହେବାର ୧୦ ବର୍ଷ ପରେ ୨୦୦୮ ମସିହାରେ ତାଙ୍କ ଘରେ ଦ୍ୱିତୀୟ ପୁତ୍ର ଜନ୍ମ ହୋଇଥିଲା | ସେ ବର୍ତ୍ତମାନ ସପ୍ତମ ଶ୍ରେଣୀରେ ପଢୁଛନ୍ତି | ସେ ମଧ୍ୟ ସେନାରେ ଭର୍ତ୍ତି ହେବାକୁ ଚାହୁଁଛନ୍ତି | ତେବେ ସେ ନିଜ ସାନ ପୁଅକୁ ମଧ୍ୟ ରୋକିବାକୁ ଚାହୁଁ ନାହାନ୍ତି ବୋଲି କହିଛନ୍ତି | ଅଙ୍କୁଶ ଦେଶ ପାଇଁ ଯେଉଁ ବଳିଦାନ ଦେଇଛନ୍ତି ସେଥିପାଇଁ ସେ ଗର୍ବିତ ବୋଲି କହିଛନ୍ତି | ସେ ପୁରା ଗାଁର ନାଁ ରଖିଛନ୍ତି ବୋଲି କହିଛନ୍ତି ଶହୀଦଙ୍କ ପିତା | ତାଙ୍କ ଗାଁରେ ପ୍ରଥମଥର ପାଇଁ କିଏ ଦେଶ ପାଇଁ ଜୀବନ ଦେଇଛି ବୋଲି ସେ କହିଛନ୍ତି | ଏବେ ଗାଁର ଗୋଟିଏ ସ୍କୁଲ ଅଙ୍କୁଶଙ୍କ ନାଁରେ ନାମିତ କରାଯିବ | ଗାଁ ହସ୍ପିଟାଲରେ ତାଙ୍କର ସ୍ମାରକ ତିଆରି ହେବ | ଯାହାଫଳରେ ଅନ୍ୟ ପିଲାଙ୍କୁ ପ୍ରେରଣା ମିଳିବ ଏବଂ ଦେଶ ପାଇଁ କାମ କରିବାକୁ ଇଛା କରିବେ | ଜୁନ ୨୯ ତାରିଖରେ ଅଙ୍କୁଶ ପଞ୍ଚତତ୍ତ୍ୱରେ ବିଲୀନ ହୋଇଯାଇଥିଲେ | ପୁରା ସୈନ୍ୟ ସମ୍ମାନ ସହିତ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିଲା |

   Related Posts