Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ଲଦାଖରେ ଆରମ୍ଭ ହେଲା କମ୍ୟୁନିଟି କ୍ଲାସ : ପିଲାଙ୍କୁ ପାଠ ପଢାଉଛନ୍ତି ଶିକ୍ଷକ ଏବଂ ଭଲେଣ୍ଟିୟର

4/06/2021 at 3:13 PM

ଲଦାଖ୦୪/୬ : ଗତ ଦୁଇ ବର୍ଷ ଧରି କରୋନା କାରଣରୁ ସାରା ଦେଶରେ ସ୍କୁଲ ଏବଂ କଲେଜ ବନ୍ଦ ରହିଛି । ଫଳରେ ଗ୍ରାମାଞ୍ଚଳରେ ପିଲାମାନଙ୍କର ଶିକ୍ଷା ବ୍ୟବସ୍ଥା ପୂରା ଖରାପ ରୂପେ ପ୍ରଭାବିତ ହୋଇଛି । ସରକାର ମଧ୍ୟ ଏହି କ୍ଷତି ପୂରଣ କରିବାକୁ ଚେଷ୍ଟା କରୁଛନ୍ତି । ଏପରି ଏକ ଖୁସି ଖବର ଲଦାଖରୁ ଆସିଛି ଯେଉଁଠାରେ ଲୋକମାନେ ‘କମ୍ୟୁନିଟି ସ୍କୁଲ୍’ ଖୋଲି ପିଲାମାନଙ୍କୁ ଶିକ୍ଷା ଦେବା କାର୍ଯ୍ୟ ମଧ୍ୟ ଆରମ୍ଭ କରିଛନ୍ତି ।

ପଞ୍ଚାୟତ ଏବଂ ଗ୍ରାମ କର୍ମଚାରୀମାନେ ମଧ୍ୟ ଏହି କାର୍ଯ୍ୟରେ ଉତ୍ସାହର ସହ ଅଂଶଗ୍ରହଣ କରୁଛନ୍ତି । କାର୍ଗିଲ ସମତଳ ଭୂମିରେ, ଖୋଲା ଆକାଶ ତଳେ, ଏବଂ ନଦୀ କୂଳରେ, ପିଲାମାନେ ପାଠ ପଢିଥିବା ନଜର ଆସିଛି । ଲଦାଖରେ ଇଣ୍ଟରନେଟର ଅଭାବ ହେତୁ ବହୁ ସଂଖ୍ୟକ ପିଲା ଅନଲାଇନ୍ କ୍ଲାସରୁ ବଞ୍ଚିତ ହୋଇଥିଲେ । ଅନେକ ଚେଷ୍ଟା ସତ୍ତ୍ୱେ ପିଲାମାନେ ସବୁ କ୍ଷେତ୍ରରେ ପୂର୍ଣ୍ଣ ଶିକ୍ଷା ପାଇନଥିଲେ ।

କେତେକ ସ୍ଥାନରେ ଇଣ୍ଟରନେଟ୍ ନଥିବାରୁ ପିଲାମାନେ ପାଠ ପଢିବାକୁ ଅନେକ ଦୂର ଚାଲିବାକୁ ପଡୁଥିଲା । ଅନେକ ସ୍ଥାନରେ ମୋବାଇଲ୍ ଏବଂ କମ୍ପ୍ୟୁଟର ଅଭାବରୁ କ୍ଲାସ୍ ବି ମିସ୍ ହୋଇଥିଲା । ତେଣୁ କାର୍ଗିଲ ଜିଲ୍ଲାର ଡେପୁଟି କମିଶନର ସନ୍ତୋଷ ସୁଖଦେବ ଏକ ନିର୍ଦ୍ଦେଶ ଜାରି କରି ଗ୍ରାମ ତଥା ଗ୍ରାମାଞ୍ଚଳରେ ରହୁଥିବା ସମସ୍ତ ଶିକ୍ଷକ ଏବଂ ସ୍ବେଚ୍ଛାସେବୀଙ୍କୁ ନିଜ ନିଜ ଅଞ୍ଚଳରେ କମ୍ୟୁନିଟି କ୍ଲାସ ନେବାକୁ ଏବଂ ପିଲାମାନଙ୍କୁ ଶିକ୍ଷା ଦେବା ଆରମ୍ଭ କରିବାକୁ କହିଥିଲେ । ବର୍ତ୍ତମାନ ଏଠାରେ ଜୁନ୍ ପହିଲାରୁ ଆରମ୍ଭ ହୋଇଛି ଏମିତି ରୂପେ ପାଠପଢା ।

   Related Posts