ରାଜ୍ୟରେ ୨ ଦିନରେ ସରିଯିବ କରୋନା ଟିକା, ବନ୍ଦ ରହିବ ଟିକାକରଣ

Published By : Prameya-News7 Bureau | July 08, 2021 IST

ଭୁବନେଶ୍ୱର ୮/୭ : ରାଜ୍ୟରେ ଯେତିକି କୋଭିସିଲଡ଼ ଟିକା ଅଛି ଆଉ ଦୁଇଦିନ ଟିକାକରଣ ଚାଲିବ ।  ତାପରେ ଅଧିକାଂଶ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ବର୍ତ୍ତମାନ ୧,୯୦୩୮୦ ଡୋଜ କୋଭିସିଲଡ଼ ଏବଂ  ୨,୯୮,୮୧୦ କୋଭାକ୍ସିନ ମହଜୁଦ ଅଛି ।  ୧୫ ତାରିଖରେ କେନ୍ଦ୍ର ସରକାର ୩ଲକ୍ଷ ୧୬ ହଜାର ୪୭୦ ଡୋଜ କୋଭିସିଲଡ଼ ଟିକା ରାଜ୍ୟକୁ ପ୍ରଦାନ କରିବେ ।

ଜୁଲାଇ ମାସର ରାଜ୍ୟର କୋଟା ଟିକା ଅନୁସାରେ ୨୫,୩୧,୮୦୦ ଡୋଜ କୋଭିସିଲଡ଼ ଏବଂ ୫,୧୯,୧୧୦ ଡୋଜ କୋଭକ୍ସିନ ଟିକା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି । ଜୁଲାଇ ମାସରେ କେନ୍ଦ୍ର ସରକାର  ୧୦ ଲକ୍ଷ ୪୩, ୮୩୯ ଡୋଜ କୋଭିସିଲଡ଼ ଏବଂ ୧ ଲକ୍ଷ ୭୦, ୨୫୦ ଡୋଜ କୋଭକ୍ସିନ ଟିକା ରାଜ୍ୟକୁ କେନ୍ଦ୍ରସରକାର ପ୍ରଦାନ କରିଛନ୍ତି ।

ଏହି ସୂଚନା ଦେଇଛନ୍ତି  ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ।  ୨୮ଲକ୍ଷ ଲୋକ କୋଭିସିଲଡ଼ର ଦ୍ଵିତୀୟ  ଡୋଜ ନେବାକୁ ବାକି ଅଛନ୍ତି । ଟିକା ଅଭାବ ଥିବାରୁ ଦ୍ଵିତୀୟ ଡୋଜ ଟିକା ନେବାକୁ ଥିବା ଲୋକଙ୍କୁ ପ୍ରାଧାନ୍ୟ ଦେବାକୁ ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି । ଗର୍ଭବତୀ ମହିଳାଙ୍କୁ ଟିକା ଦେବା ପାଇଁ ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ ।

ସ୍ୱାସ୍ଥ୍ୟ ପ୍ରତି ବିପଦ କେତେ ଶିଶୁଙ୍କ ଉପରେ କେତେ ବିପଦ ପଡିବ , ଟୀକା ନେଲେ କଣ ଭଲ ହେବ ଗର୍ଭବତୀ ମହିଳାଙ୍କୁ ସଚେତନ କରାଇବେ । ତାପରେ ସେମାନେ ସ୍ୱେଚ୍ଛାକୃତ ଭାବେ ଟିକା ନେବାକୁ କହିଲେ ଟିକା ଦିଆଯିବ । ଗର୍ଭବତୀ ମହିଳାଙ୍କ ପାଇଁ ଟିକା କାରଣ କେନ୍ଦ୍ରରେ ସ୍ୱତନ୍ତ୍ର ପ୍ରତିକ୍ଷା କକ୍ଷ ହେବ । ଘର ଘର ବୁଲି ଟିକା ଦେବାକୁ ଗାଇଡ଼ ଲାଇନରେ ମନା କରାଯାଇଛି । ଘର ପାଖରେ ଟିକା କାରଣ କେନ୍ଦ୍ରରେ ଟିକା ନେଇ ପାରିବେ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.