Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ରେମଡେସିଭିର ଅଭାବ: ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସୂଚନା, ଆବଶ୍ୟକତା ଅନୁସାରେ ରାଜ୍ୟକୁ ମିଳୁନି

27/04/2021 at 1:09 PM

ଭୁବନେଶ୍ୱର ୨୭/୪: ରାଜ୍ୟରେ ରେମଡେସିଭିରର ଅଭାବ ଦେଖାଦେଇଛି । କେନ୍ଦ୍ର ସରକାର ନିଜେ ଏହାର ବିତରଣ କରୁଛନ୍ତି । ହେଲେ ଆବଶ୍ୟକତା ଅନୁସାରେ ରାଜ୍ୟକୁ ସେତିକି ମିଳୁନି । ଏପ୍ରିଲ ୨୧ରୁ ୩୦ଯାଏ ଆମକୁ ୨୧ହଜାର ଭାଏଲ ଦେବାକୁ କେନ୍ଦ୍ର କହୁଛି । ଗତକାଲି ଆମକୁ ଆବଶ୍ୟକତା ଥିଲା ୨ହଜାର, ହେଲେ ଆସିଲା କେବଳ ୯୨ । ଏକଥା କହିଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ ।

ସେ କହିଛନ୍ତି ଆମେ ଘରୋଇ ହସ୍ପିଟାଲକୁ ମଧ୍ୟ ଏହି ଟିକା ଦେଉଛୁ । ସରକାରୀ ହସ୍ପିଟାଲକୁ ରାଜ୍ୟ ଔଷଧ ନିଗମ ଦେବାର ବ୍ୟବସ୍ଥା ଅଛି । ଘରୋଇ ମେଡ଼ିସିନ ଦୋକାନ ଏହାକୁ ରଖିପାରିବେ ନାହିଁ । ତେବେ ସେ ଆହୁରି କହିଛନ୍ତି ରାଜ୍ୟରେ Fabifluର ଅଭାବ ନାହିଁ । ଏହା ଘରୋଇ ମେଡ଼ିସିନ ଦୋକାନରେ ମିଳିପାରିବ । ହେଲେ ଚିହ୍ନଟ ହୋଇଥିବା ଦୋକାନରେ ଏହା ଉପଲବ୍ଧ ହେବ । ରାଜ୍ୟରେ fabiflu ବିକିବାକୁ ୧୧୨୦ ଦୋକାନ ଚିହ୍ନଟ ହୋଇଛି । ସେହିପରି ଭୁବନେଶ୍ୱରରେ ୪୦ଟି ଦୋକାନ ଚିହ୍ନଟ ହୋଇଛି ବୋଲି ଅନ୍ନଦା କହିଛନ୍ତି ।

   Related Posts