ଅମାନିଆ ମୌସୁମୀ, ନିଅଣ୍ଟିଆ ବର୍ଷାକୁ ନେଇ ଚିନ୍ତାରେ ଭଦ୍ରକ ଜିଲ୍ଲାର ଚାଷୀ କୂଳ

Published By : Prameya-News7 Bureau | July 13, 2021 IST

ଭଦ୍ରକ ୧୩/୭ : ଉପକୂଳ ଓଡିଶାର ଭାତ ହାଣ୍ଡି ଭାବେ ଭଦ୍ରକ ଜିଲ୍ଲା ପରିଚିତ । ଏହି ଜିଲ୍ଲାର କୃଷକ ମାନଙ୍କର ମୁଖ୍ୟ ଚାଷ ହେଉଛି ଧାନ ଚାଷ । ଜିଲ୍ଲାର ମୋଟ ଜମିର ୯୫ ପ୍ରତିଶତ ଜମିରେ କେବଳ ଧାନ ଚାଷ ହୋଇଥାଏ । ବିଶେଷ କରି ଖରିଫ ଧାନ ଚାଷକୁ ସମସ୍ତେ କରିଥାନ୍ତି । କିନ୍ତୁ ଚଳିତ ବର୍ଷ ଜୁନ ମାସରେ ବର୍ଷାର ଘୋର ଅଭାବ ଯୋଗୁ ଚାଷ କାର୍ଯ୍ୟ ବିଳମ୍ବିତ ହେବାକୁ ଯାଉଛି ।

wp:gallery {"ids":[479911],"linkTo":"none"} /wp:gallery

ନିଅଣ୍ଟିଆ ବର୍ଷା ସାଙ୍ଗକୁ କେନାଲରେ ପାଣି ଆସୁନାହିଁ । ତେଣୁ ଧାନ ତଳି ପକାଯାଇ ପାରୁନାହିଁ । ଯିଏବି କେଉଁଠି ତଳି ପକାଇଛି ତାହା ପୁଣି ଫାଟି ଗଲାଣି । କେତେକ ସ୍ଥାନରେ ବୁଣା ଧାନ ଜମି ଫାଟି ଗଲାଣି । କିଛି ଅଞ୍ଚଳରେ ରୁଆ ହୋଇଥିବା ଧାନରେ ପମ୍ପ ସେଟ ଦ୍ୱାରା ପାଣି ମଡ଼ାଯାଉଛି । ଯେଉଁ ଜମିରେ ଆଷାଢ଼ ମାସରେ ଚାଷ କାର୍ଯ୍ୟ ହେବା କଥା ସେହି ଜମିରେ ଏବେ ପଲ ପଲ ଗାଈ ଗୋରୁ ଚରୁଛନ୍ତି ।

wp:gallery {"ids":[479912],"linkTo":"none"} /wp:gallery

ଜିଲ୍ଲା କୃଷି ବିଭାଗ ସୂଚନା ଅନୁଯାୟୀ ଜୁନରେ ୧୯୮ମିଲିମିଟର ବର୍ଷା ର ଆବଶ୍ୟକ ଚାଷ ପାଇଁ ଥିଲା ବେଳେ ହୋଇଛି 102 ମିଲିମିଟର ବର୍ଷା । ତେଣୁ ଧାନ ତଳି ଦେବା ଠାରୁ ଆରମ୍ଭ କରି ରୁଆ ଓ ବୁଣାରେ ସମସ୍ୟା ଦେଖାଯାଇଛି । ନିଅଣ୍ଟିଆ ବର୍ଷା ଯୋଗୁ ଜିଲ୍ଲାର ୭ ଗୋଟି ବ୍ଲକ ଅଂଚଳରେ ୧ ଲକ୍ଷ ୬ ହଜାର ହେକ୍ଟର ଚାଷ ଜମିରେ ତଳି ପଡ଼ିଗଲାଣି । ସେହିପରି ୪ ହଜାର ହେକ୍ଟର ଚାଷ ଜମିରେ ବୁଣା ସରିଥିବା କୃଷି ଅଧିକାରୀ କହିଛନ୍ତି ।

wp:gallery {"ids":[479913],"linkTo":"none"} /wp:gallery

ତେବେ ସେ ସବୁ ମଧ୍ୟ ଏବେ ବର୍ଷା ଅଭାବ ଯୋଗୁ ନଷ୍ଟ ହେବାକୁ ବସିଲାଣି । ଆଶାଥିଲା ଜୁଲାଇ ପ୍ରଥମ ସପ୍ତାହରେ ଭଲ ବର୍ଷା ହେବ ତାହା ମଧ୍ୟ ହେଲା ନାହିଁ । ଏପରି ସ୍ଥଳେ ବିଭିନ୍ନ ସ୍ଥାନରେ ଥିବା କେନାଲରେ ପାଣି ଆସୁନାହିଁ । ଜମି ଫାଟି ଆଁ କରିଥିଲା ବେଳେ କେନାଲ ମଧ୍ୟ ଶୁଖିଲା ପଡିଛି.ତେଣୁ ଚାଷୀ ମନେ ବିଭନ୍ନ ଗଡିଆ ପୋଖରୀ ରୁ ବହୁ କଷ୍ଟରେ ପାଣି ଉଠାଇ ଧାନ ତଳି ଦେବା ପାଇଁ ଉଦ୍ୟମ କରୁ ଛନ୍ତି । ଯଦି ବର୍ଷା ଜୁଲାଇ ମାସରେ ଭଲ ନ ହେବ ତେବେ ଚାଷୀ ମନେ ଏଥର ଚାଷ କାର୍ଯ୍ୟ କରିପାରିବେ ନାହିଁ ବୋଲି ହତାଶ ଚିତ୍ତରେ କହିଛନ୍ତି ଚାଷୀ ମନେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.