ଶିକୁଳିରେ ବନ୍ଧା ଜୀବନ : ଚାରି କାନ୍ଥ ଭିତରେ ଜୀଉଁଛନ୍ତି ଦୟା ସାଗର, ସୁନା ଗହଣା, ଘର ବିକ୍ରି କରିବା ପରେ ଜମି ପଡିଛି ବନ୍ଧା, ତଥାପି ହୋଇପାରୁନାହାନ୍ତି ସୁସ୍ଥ

Published By : Prameya-News7 Bureau | August 10, 2020 IST

ବରଗଡ ୧୦।୮: ଲୁହା ଶିକୁଳିରେ ବନ୍ଧା ଜୀବନ ଜୀଉଁଛନ୍ତି ଦୟା ସାଗର । ଦିନେ କି ମାସେ ନୁହେଁ ବର୍ଷ ବର୍ଷ ଧରି ମାନସିକ ରୋଗରେ ସେ ପୀଡିତ ଅଛନ୍ତି । ପରିଣତ ବୟସରେ ମା’-ବାପାଙ୍କୁ ସାହା ହେବା ବଦଳରେ ମା’-ବାପାଙ୍କ ସାହାରାରେ ଜୀଉଛନ୍ତି ଦୟା ସାଗର ।

{"id":312521,"sizeSlug":"large"}

ପୁଅର ଚିକିତ୍ସା ପାଇଁ ସୁନା ଗହଣା, ଘର ବିକ୍ରି କରି ଶେଷରେ ବଳକା ଜମି ଟିକକ ବନ୍ଧା ପକାଇଦେଲେ ବାପା ରାମେଶ୍ବର ପୁରୀ । ତଥାପି ପୁଅ ସୁସ୍ଥ ହୋଇପାରିଲେ ନାହିଁ । ଦୟା ସାଗରଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏ ନେଇ ସରକାର ଓ ସହୃଦୟ ବ୍ୟକ୍ତିଙ୍କର ସାହାଯ୍ୟ ମିଳିଲେ ଦୟା ସାଗର ସମ୍ପୂର୍ଣ୍ଣ ଠିକ୍ ହୋଇଯିବେ ବୋଲି ଅଶା ରଖିଛନ୍ତି ବୃଦ୍ଧ ମା’-ବାପା ।  

{"id":312522,"sizeSlug":"large"}

ବରଗଡ ଜିଲ୍ଲା ଅମ୍ବାଭନା ବ୍ଲକର ରାମେଶ୍ବର ପୁରୀ । ସ୍ତ୍ରୀ ଓ ଦୁଇ ପୁଅଙ୍କୁ ନେଇ ତାଙ୍କ ହସ ଖୁସିର ସଂସାର । ହେଲେ ୨୬ ବର୍ଷ ବୟସ୍କ ସାନପୁଅ ଦୟାସାଗର ମାନସିକ ରୋଗରେ ପୀଡିତ । ଗୋଡ ଦୁଇଟି ଲୁହା ଶିକୁଳିରେ ବନ୍ଧା ହୋଇଛି । ଗୋଡକୁ ଘୋସାରି ଘୋସାରି ଘରର ଚାରି କାନ୍ଥ ଭିତରେ ଜୀବନ ଜୀଉଁଛନ୍ତି । ଲକ୍ଷ ଲକ୍ଷ ଟଙ୍କାର ଔଷଧ ଖାଇସାରିଲେଣି ।

{"id":312523,"sizeSlug":"large"}

ଦୟା ସାଗର ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି । ହେଲେ ୨୦୧୨ ମସିହାରେ ସେ ମାନସିକ ରୋଗର ଶିକାର ହୋଇଥିଲେ । ଆଉ ସେହି ଦିନଠାରୁ ଲୁହା ଶିକୁଳିରେ ବନ୍ଧା ଜୀବନ ଜୀଉଛନ୍ତି ଦୟା ସାଗର । ପୁଅର ଉଚ୍ଚ ଚିକିତ୍ସା ପାଇଁ ବିକ୍ରି କରିଦେଇଛନ୍ତି ସୁନା ଗହଣା, ମୁଣ୍ଡ ଗୁଞ୍ଜୁଥିବା ଘର ଟିକକ ଓ ବନ୍ଧା ପକାଇଦେଇଛନ୍ତି ବଳକା ଜମି ଟିକକ । 

{"id":312524,"sizeSlug":"large"}

ମାନସିକ ରୋଗରେ ପୀଡିତ ଦୟା ସାଗରଙ୍କ ଚିକିତ୍ସା ପାଇଁ ପରିବାରଲୋକ ଘରକୁ ବିକ୍ରି କରିଦେଇଥିଲେ । ପ୍ରଥମେ ବରଗଡ, ବୁର୍ଲ। ଓ ପରେ ଛତିଶଗଡର ରାୟଗଡ ଡାକ୍ତରଖାନାରେ ଚିକିତ୍ସା କରିଥିଲେ । ହେଲେ ଅର୍ଥାଭାବରୁ ଚିକିତ୍ସା ଅଧାରୁ ବନ୍ଦ ହୋଇଯାଇଛି । ଡାକ୍ତର କହିଛନ୍ତି ଚିକିତ୍ସା ପାଇଁ ୩ ରୁ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

{"id":312528,"sizeSlug":"large"}

ତେବେ ଏତେ ଗୁଡାଏ ଟଙ୍କା କେଉଁଠୁ ଆସିବ ଚିନ୍ତାରେ ମା’-ବାପା । ତେବେ ଘଟଣା ବିଷୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣାଇବା ପରେ ଦୟା ସାଗରଙ୍କୁ ଥଇଥାନ ଓ ଚିକିତ୍ସା ପାଇଁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ସହ ଖୁବ୍ ଶୀଘ୍ର  ଭତ୍ତା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ମିର୍ଧ। ଟୋପୋ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.