ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟରେ ଏବେ ଅଧ୍ୟାପକ ମରୁଡ଼ି

Published By : Prameya-News7 Bureau | November 19, 2019 IST

ବ୍ରହ୍ମପୁର୧୯।୧୧ - ଦକ୍ଷିଣ ଓଡ଼ିଶାରେ ଉଚ୍ଚ ଶିକ୍ଷାର ଏନ୍ତୁଡ଼ିଶାଳ ହେଉଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ । ଉଚ୍ଚ ଶିକ୍ଷାର ବିକାଶ ପାଇଁ ୧୯୬୭ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଶ୍ବ ବିଦ୍ୟାଳୟରେ ଏବେ ଅଧ୍ୟାପକ ମରୁଡ଼ି ଶିକ୍ଷାଦାନ କ୍ଷେତ୍ରରେ ଗୁରୁତର ସମସ୍ୟା ସୃଷ୍ଟି କରିଛି । ….

{"id":186793,"sizeSlug":"large"}

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ମରୁଡ଼ି । ୧୧ ପ୍ରଫେସର, ୩୦ ରିଡର, ୩୧ ଅଧ୍ୟାପକ ପଦବୀ ଖାଲି ପଡ଼ିଛି । ସେହିଭଳି ୭୨ ଶିକ୍ଷକ ଓ ୧୩୨ ନନ୍‌ ଟିଚିଙ୍ଗ୍‌ ଷ୍ଟାଫ୍‌ ନାହାନ୍ତି । ଫଳରେ ଶିକ୍ଷାଦାନ କ୍ଷେତ୍ରରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି । ହାଇକୋର୍ଟରେ ମାମଲା ବିଚାରଧୀନ ଥିବାରୁ କେସ୍‌ ଡିସପୋଜାଲ୍‌ ପରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ବିଶ୍ବ ବିଦ୍ୟାଳୟ କୁଳ ସଚିବ ।

{"id":186794,"sizeSlug":"large"}

ଦକ୍ଷିଣ ଓଡ଼ିଶାରେ ଉଚ୍ଚ ଶିକ୍ଷାର ଏନ୍ତୁଡ଼ିଶାଳ କୁହାଯାଉଥିବା ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ମରୁଡ଼ିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଛାତ୍ରଛାତ୍ରୀ । ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବାରୁ ତୁରନ୍ତ ଅଧ୍ୟାପକ ପଦବୀ ପୂରଣ ପାଇଁ ଦାବି ହୋଇଛି ।

{"id":186795,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.