ଅକ୍ଟୋବର ୨ରୁ ଆରମ୍ଭ ହେବ ମୋ ସରକାର ଯୋଜନା : କିନ୍ତୁ ମେଡିକାଲ୍‌ରେ ଡାକ୍ତର ପଦବୀ ଖାଲି

Published By : Prameya-News7 Bureau | September 30, 2019 IST

ସମ୍ବଲପୁର  ୩୦/୯: ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ସାରା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ମୋ ସରକାର ଯୋଜନା । ବୁର୍ଲା ମେଡିକାଲ୍‌ ସମେତ ସମ୍ବଲପୁର ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ମଧ୍ୟ ଏହି ଯୋଜନାରେ ସାଧାରଣ ରୋଗୀଙ୍କୁ ସୁବିଧା ଯୋଗାଇ ଦିଆଯିବ । ତେବେ ଯୋଜନା ଲାଗୁ ପୂର୍ବରୁ ଏସବୁ ହସ୍ପିଟାଲ ଗୁଡିକର ବାସ୍ତବ ସ୍ଥିତି କିଭଳି ରହିଛି ? କେମିତି ଚାଲିଛି ରୋଗୀ ସେବା , କେତେ ଡାକ୍ତର ଅଛନ୍ତି ଆଉ ଆନୁସଙ୍ଗୀକ ସୁବିଧା ସୁଯୋଗ କଣ ରହିଛି ଏସବୁକୁ ନେଇ ଉଠିଛି ପ୍ରଶ୍ନବାଚୀ।

{"id":164560}

ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଅନେକ ଯୋଜନା କରୁଛନ୍ତି ସରକାର । କିନ୍ତୁ ମେଡିକାଲ ଗୁଡିକର ବାସ୍ତବ ସ୍ଥିତି ଦେଖିଲେ ସେସବୁ କେବଳ ଘୋଷଣାରେ ହିଁ ରହିଯାଉଛି । ଡାକ୍ତର ଖାନା ପାଇଁ ବଡବଡ କୋଠା ତିଆରି ହେଇଛି କିନ୍ତୁ ଡାକ୍ତରୀ ପଦବୀ ପୂରଣ ହେଉନି ।

{"id":164561}

ରାଜ୍ୟର ଏକ  ପ୍ରମୂଖ ମେଡିକାଲ ବୁର୍ଲା ମେଡିକାଲ୍‌ରେ ୫୭ପ୍ରତିଶତ ବିଶେଷଜ୍ଞ ଡାକ୍ତରୀ ପଦବୀ ଖାଲି ସହ  ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ୭୦ପ୍ରତିଶତ ଡାକ୍ତର ଓ  କର୍ମଚାରୀ ପଦବୀ ଖାଲି ପଡିଛି।  ସବୁଠୁ ବଡ କଥା ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଗତ ବର୍ଷେ ହେଲା ନିଶ୍ଟେତକ ଡାକ୍ତର ନାହାନ୍ତି । ଫଳରେ ଅସ୍ତ୍ରୋପଚାର ସଂପୂର୍ଣ୍ଣ ଠପ ହୋଇଯାଇଛି । ବାଧ୍ୟ ହୋଇ ରୋଗୀ ମାନେ ଘରୋଇ ନର୍ସିଂହୋମ୍‌, ପାଥୋ ଲାବ୍‌ ଉପରେ ନିର୍ଭର କରିବା ସହ ଶୋଷଣର ଶିକାର ହେଉଛନ୍ତି ।

{"id":164562}

ସେପଟେ ସମ୍ବଲପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ମୋଟ ୫୨ଟି ଡାକ୍ତର ପଦବୀ ମଧ୍ୟରୁ ୨୩ଟି ଖାଲି ପଡିଛି।  ୬ଜଣ ଡାକ୍ତରଙ୍କୁ  ଏଠାରୁ ବଲାଙ୍ଗିର,ବୁର୍ଲା, କୁଚିଣ୍ଡାକୁ ଡେପୁଟେସନ୍‌ରେ ପଠାଯାଇଛି। ସେହିପରି ୫୬ପ୍ରତିଶତ ଷ୍ଟାଫ୍‌ ନର୍ସ ପଦବୀ ,୮୦ପ୍ରତିଶତ ପାଥୋଲାବ୍‌ ଟେକ୍‌ନିସିଆନ୍‌ ଓ ଅନ୍ୟାନ ପଦବୀ ଖାଲି ପଡିଛି।

{"id":164563}

ଟେକ୍‌ନିସିଆନ୍‌ ଅଭାବରୁ, ଡାକ୍ତରଖାନାରେ ଅଲ୍‌ଟ୍ରାସାଉଣ୍ଡ,ସ୍କାନିଂ, ରକ୍ତ ପରୀକ୍ଷା ହୋଇପାରୁନି । ଆଉ ଡାକ୍ତର ମାନେ ମେଡିକାଲକୁ ଠିକ୍ ସମୟ୍ରେ ନଆସିବା ରୁ ଦୁରଦୁରାନ୍ତରୁ ଆସୁଥିବା ରୋଗୀ ମାନେ ଡାକ୍ତରଙ୍କୁ ଦିର୍ଘ ସମୟ ଅପେକ୍ଷା  କରି ଶେଷରେ  ନିରାଶ ହୋଇ ଘରକୁ ଫେରୁଛନ୍ତି । ଏକଥା ନିଜେ ସମ୍ବଲପୁର  ସିଡିଏମ୍ଓ ସ୍ବିକାର କରିଛନ୍ତି ।

{"id":164564}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.