ନବରଙ୍ଗପୁରରେ ଡାକ୍ତର ମରୁଡି
14/11/2019 at 6:06 PM

ନବରଙ୍ଗପୁର ୧୪।୧୧ – ନବରଙ୍ଗପୁରରେ ଡାକ୍ତର ମରୁଡି । ଜିଲ୍ଲାର ଲେ।କସଂଖ୍ୟା ୧୪ ଲକ୍ଷ ୧୮ ହଜାର ଥିବା ବେଳେ ନାହାନ୍ତି ଆବଶ୍ୟକୀୟ ଡାକ୍ତର । ଫଳରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି ରୋଗୀ ସେବା । ସଚେତନତା ସହ ଡାକ୍ତର ଅଭାବ ଅନ୍ଧବିଶ୍ବାସକୁ ଅଧିକ ପ୍ରଶ୍ରୟ ଦେଉଛି । ଡାକ୍ତର ନ ଥିବାରୁ ଲୋକେ ଦିଶାରୀ ଓ ଗୁଣିଆଙ୍କ କଥାରେ ବିଶ୍ୱାସ କରୁଥିବା ଅଭିଯୋଗ ହେଉଛି ।

ନବରଙ୍ଗପୁର ଜିଲ୍ଳାର ଲୋକସଂଖ୍ୟା ୧୪ ଲକ୍ଷ ୧୮ହଜାର । ସରକାରୀ ନିୟମ ଅନୁସାରେ ପ୍ରତି ୧୦ହଜାରରେ ଜଣେ ଲେଖାଏଁ ଡାକ୍ତର ରହିବା କଥା । କିନ୍ତୁ ଆବଶ୍ୟକତାକୁ ଦେଖିଲେ ଏଠି ଡାକ୍ତର ସଂଖ୍ୟା କମ୍ । ଜିଲ୍ଲାରେ ସରକାରଙ୍କ ଅନୁମୋଦିତ ଡାକ୍ତର ସଂଖ୍ୟା ୧୯୦ ହୋଇଥିବା ବେଳେ ଅଛନ୍ତି ମାତ୍ର ୮୯ ଡାକ୍ତର । ମୁଖ୍ୟ ଚିକିତ୍ସାଳୟରେ ୬୪ ବିଶେଷଜ୍ଞ ଡାକ୍ତରଙ୍କ ବଦଳରେ ଅଛନ୍ତି ୧୭ ଜଣ । ସେପଟେ ଉମରକୋଟ ଡାକ୍ତରଖାନାକୁ କାଗଜ କଲମରେ ସବ-ଡିଭିଜନାଲ ଡାକ୍ତର ଖାନାର ମାନ୍ୟତା ମିଳିଛି । କିନ୍ତୁ ଷ୍ଟାଫ ଦିଆଯାଇନି । ତେଣୁ ଭଗବାନଙ୍କ ଭରସାରେ ଚାଲିଛି ଡାକ୍ତରଖାନା ।

ଗୋଟେ ପଟେ ଡାକ୍ତର ଅଭାବ ତା ସହିତ ଅନ୍ଧବିଶ୍ବାସ ଗରିବ ଆଦିବାସୀଙ୍କ ପାଇଁ କାଳ ହେ।ଇଛି । ବାଧ୍ୟ ହୋଇ ଗୁଣିଆ ଓ ଦିଶାରୀଙ୍କ ଆଶ୍ରୟ ନେଉଛନ୍ତି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅତି ହାଲୁକା ଉତ୍ତର ରଖିଛନ୍ତି । କେବଳ ନବରଙ୍ଗପୁର ଜିଲ୍ଲା ନୁହଁ ସମଗ୍ର ଓଡିଶାରେ ଡାକ୍ତର ଅଭାବ ରହିଛି । ଏ ବାବଦରେ ୧୫ ଦିନରେ ଥରେ ସରକାରଙ୍କୁ ରିପୋର୍ଟ ଦିଆଯାଉଛି ।
