Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିମାନରେ ଆସିଲେ ବି ୧୪ ଦିନିଆ କ୍ବାରେଣ୍ଟାଇନ୍‌ ଜରୁରୀ
  • ||
  • ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ଦେଖାଇଲେ ରାଜ୍ୟକୁ ମିଳିବ ଏଣ୍ଟ୍ରି
  • ||
  • ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ସମସ୍ତ ସୀମା ସିଲ୍‌ ହେବ
  • ||
  • ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା
  • ||
  • ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନିଆ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ
  • ||
  • ଭୁବନେଶ୍ବରରେ ରିଙ୍ଗ୍‌ ରୋଡ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ, ରାଜ୍ୟ ସରକାର ବହନ କରିବେ ୬୦୦ କୋଟି ଟଙ୍କା
  • ||
  • ଭୁବନେଶ୍ବର : BMCରେ ବଢିଲା ରାପିଡ୍ ରେସପନ୍ସ ଟିମ୍ ସଂଖ୍ୟା, ୬୭ଟି ୱାର୍ଡ ପାଇଁ ୩୯ଟିମ୍
  • ||
  • ଭୁବନେଶ୍ବର : ପ୍ରଧାନମନ୍ତ୍ରୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ, ଦେଶରେ ଅକ୍ସିଜେନ୍ ଆବଶ୍ୟକତାକୁ ପୂରଣ ପାଇଁ ସହଯୋଗ କରିବ ଓଡିଶା
  • ||
  • କେନ୍ଦୁଝର : ଶୌଚ ସାରି ଫେରିବା ବେଳେ ବଜ୍ରପାତ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ରାଉରକେଲା : ବ୍ରାହ୍ମଣୀ ବ୍ରିଜ୍‌ରୁ ନଦୀକୁ ଡେଇଁଲେ ମହିଳା, ଗୁରୁତର ଅବସ୍ଥାରେ ଉଦ୍ଧାର
  • ||

ବିଶ୍ବର ସବୁଠୁ ଧନୀ ସହରରେ ଆବର୍ଜନା ବ୍ୟାଗ୍‌ର ମାସ୍କ : ଡାକ୍ତରଖାନାରେ ବେଡ୍ ଅଭାବ, ଗୋଟିଏ ଭେଣ୍ଟିଲେଟରରେ ୪ ରୋଗୀ

28/03/2020 at 9:45 AM

ନ୍ୟୁୟର୍କ ୨୮।୩: ଦୁନିଆର ସବୁଠାରୁ ବିପଜ୍ଜନକ କରୋନା ମହାମାରୀ ସହ ସଂଘର୍ଷ କରୁଛି ନ୍ୟୁୟର୍କ । ସହରର ଜଣେ ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ କେବଳ ଗୁରୁବାର ଦିନ କରୋନା ଭାଇରସ୍ ଯୋଗୁଁ ୮୫ ଜଣଙ୍କର ମୃତ୍ୟୁ ହୋଇଛି । କେବଳ ନ୍ୟୁୟର୍କ ସିଟିରେ ଏପର୍ଯ୍ୟନ୍ତ ୪୦ ହଜାର ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ପରିସ୍ଥିତି ଏତେ ଭୟଙ୍କର ହୋଇଛି ଯେ, ସ୍ଥାନୀୟ ପ୍ରଶାସନକୁ ସେନା ଡାକାଇବାକୁ ପଢିଛି । ୧୦୦ରୁ ଅଧିକ ବିଲିୟନେୟାରର ଏହି ସହରର ଡାକ୍ତରଖାନାଗୁଡିକରେ ଏତେ ସଂଖ୍ୟକ ରୋଗୀ ଆସିବାକୁ ଆରମ୍ଭ କରିଛନ୍ତି ଯେ, ବେଡ୍ ର ଅଭାବ ଦେଖାଦେଇଛି । ଡାକ୍ତରଖାନାରେ ପର୍ଯ୍ୟାପ୍ତ ଭେଣ୍ଟିଲେଟର ମଧ୍ୟ ନାହିଁ | କେତେକ ଡାକ୍ତରଖାନାରେ ଦୁଇଜଣ ରୋଗୀଙ୍କୁ ଗୋଟିଏ ଭେଣ୍ଟିଲେଟରରେ ରଖାଯାଉଛି ।

ମାର୍କୋ ଗରୋନ୍ ନାମକ ଜଣେ ଡାକ୍ତର ଟ୍ବିଟରରେ ଏଭଳି ଭେଣ୍ଟିଲେଟରର ଏକ ଚିତ୍ର ପୋଷ୍ଟ କରି ଲେଖିଛନ୍ତି ଯେ, ଏବେ ଡାକ୍ତରମାନେ ଦ୍ବନ୍ଦ୍ବରେ ରହିଛନ୍ତି ଯେ କାହାକୁ ଭେଣ୍ଟିଲେଟର ସୁବିଧା ଯୋଗାଇବେ ଏବଂ କାହାକୁ ନୁହେଁ । ଆଗାମୀ ସମୟରେ ସ୍ଥିତି ଅଧିକ ଗୁରୁତର ହେବାର ସମ୍ଭାବନା ରହିଛି । ଏହି କାରଣରୁ ଫୁଡ୍ ଆଣ୍ଡ୍ ଡ୍ରଗ୍ ପ୍ରଶାସନ କରୋନା ରୋଗୀଙ୍କ ପାଇଁ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରାଯାଉଥିବା ଉପକରଣ ଉପଲବ୍ଧ କରାଇବା ଆରମ୍ଭ କରିଦେଇଛନ୍ତି । ଏହି ଉପକରଣ ମାଧ୍ୟମରେ ଗୋଟିଏ ଭେଣ୍ଟିଲେଟର ୪ଜଣ ରୋଗୀଙ୍କୁ ନିଶ୍ବାସ ନେବାରେ ସାହାଯ୍ୟ କରିଥାଏ ।

ସମସ୍ୟା କେବଳ ଭେଣ୍ଟିଲେଟରରେ ସୀମିତ ନାହିଁ । ଡାକ୍ତରଖାନାରେ ବେଡ୍, ଡାକ୍ତର, ନର୍ସ ଏବଂ ମୌଳିକ ଉପକରଣର ଅଭାବ ମଧ୍ୟ ରହିଛି । ମେଡିକାଲ୍ ସପ୍ଲାଏର ଅଭାବ ହେତୁ ସ୍ବାସ୍ଥ୍ୟ କର୍ମୀଙ୍କୁ ଫେସ୍ ମାସ୍କକୁ ରିସାଇକିଲ୍ କରି ବ୍ୟବହାର କରିବାକୁ ପଡୁଥିବାବେଳେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଅଳିଆ ଆବର୍ଜନା ଭର୍ତ୍ତି କରିବାକୁ ଉଦ୍ଧିଷ୍ଟ ଥିବା ବ୍ୟାଗକୁ ମାସ୍କ ଭାବରେ ବ୍ୟବହାର କରିବାକୁ ପଡୁଛି ।

ନ୍ୟୁୟର୍କ ଡାକ୍ତରଖାନାଗୁଡିକରେ ଯେଉଁଠାରେ ବି ଖାଲି ସ୍ଥାନ ଅଛି ସେଠାରେ ଶଯ୍ୟା କରିବା ଆରମ୍ଭ ହୋଇଛି । ନ୍ୟୁୟର୍କ ଷ୍ଟେଟ୍ ନର୍ସ ଆସୋସିଏସନର ନିର୍ଦ୍ଦେଶକ ପୈଟ କେନ୍ କହିଛନ୍ତି ଯେ, ପରିସ୍ଥିତି ଏତେ ଗୁରୁତର ଯେ ତାହା କୁହାଯାଇପାରିବନାହିଁ । ଡାକ୍ତରଖାନାର ସବୁ ସ୍ଥାନରେ ରୋଗୀମାନଙ୍କ ପାଇଁ ଶଯ୍ୟା ରଖାଯାଉଛି । ଏପରିକି ଡାକ୍ତରଖାନାର ସର୍ବସାଧାରଣ ସ୍ଥାନଗୁଡିକ ବ୍ୟବହାର କରିବାକୁ ଚେଷ୍ଟା କରାଯାଉଛି ଯାହା ଦ୍ବାରା ଅଧିକରୁ ଅଧିକ ଲୋକ ବଞ୍ଚିପାରିବେ । ବୁଧବାର ଓ ଗୁରୁବାର ମଧ୍ୟରେ କରୋନା ଭାଇରସ୍ ରେ ମୃତ୍ୟୁ ହୋଇଥିବା ଲୋକଙ୍କ ସଂଖ୍ୟା ୩୦% ବୃଦ୍ଧି ଘଟିଛି ।

   Related Posts