Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଚୀନ ସହ ଉତ୍ତେଜନା ମଧ୍ୟରେ ସୀମାରେ ସଡକ ନିର୍ମାଣ ଜୋରଦାର କରିବ ଭାରତ, ଲଦାଖକୁ ପଠାଇଲା ୧୫୦୦ ଶ୍ରମିକ

17/06/2020 at 9:52 PM

ନୂଆଦିଲ୍ଲୀ ୧୭।୦୬:  ପୂର୍ବ ଲଦାଖ ସଂଲଗ୍ନ ବାସ୍ତବ ନିୟନ୍ତ୍ରଣ ରେଖା(LAC)ରେ ତୀବ୍ର ଉତ୍ତେଜନା ମଧ୍ୟରେ ଭାରତ ସୀମାରେ ସଡକ ନିର୍ମାଣକୁ ଆହୁରି ଗତିଶୀଳ ଏବଂ ତ୍ଵରାନ୍ଵିତ କରିବାକୁ ନିର୍ଣ୍ଣୟ ନେଇଛି। ସୂତ୍ର ମୁତାବକ ଗୃହ ମନ୍ତ୍ରଣାଳୟରେ ବୁଧବାର ବଡ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବର୍ଡର ରୋଡ୍‌ ଅର୍ଗାନାଇଜେସନ(BRO), ITBP, ଆର୍ମି, CPWD ଓ ଗୃହ ମନ୍ତ୍ରଣାଳୟର ଅଧିକାରୀ ଉପସ୍ଥିତ ଥିଲେ।

ଇଣ୍ଡୋ-ଚାଇନା ବର୍ଡର ରୋଡ୍‌(ICBR)ର ଦ୍ଵିତୀୟ ୨ ଆଧାରରେ ଭାରତ-ଚୀନ ସୀମାରେ ୩୨ଟି ସଡକ ନିର୍ମାଣ ହେବାର ଅଛି। ଗୃହ ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ ଏହି ସଡକ ନିର୍ମାଣକୁ ଆହୁରି ଗତି ଦିଆଯିବ। ଏଥିପାଇଁ ୧୫୦୦ ଶ୍ରମିକଙ୍କୁ ଲେହ-ଲଦାଖ ପଠାଯାଉଛି। କାଲି ମଧ୍ୟ ଗୃହ ମନ୍ତ୍ରଣାଳୟରେ ଭାରତ-ଚୀନ ସୀମା ସୁରକ୍ଷା ପ୍ରସଙ୍ଗରେ ଗୁରୁତ୍ଵପୂର୍ଣ୍ଣ  ବୈଠକ ହେବ।

ଉଲ୍ଲେଖଯୋଗ୍ୟ, ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ସଂପ୍ରତି ଚରମରେ ରହିଛି। ଦୁଇ ଦେଶର ସୈନିକଙ୍କ ମଧ୍ୟରେ ଗଲଓ୍ଵାନ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ଭାରତର ୨୦ ଜଣ ସୈନିକ ସହିଦ୍‌ ହୋଇଥିବା ବେଳେ ଚୀନର ୪୩ ସୈନିକ ମୃତାହତ ହୋଇଛନ୍ତି।

ଚୀନ ଭାରତ ଉପରେ ଫେଁ ଫେଁ ହେବାର କାରଣ ଭାରତ ଏଲଏସିରେ ଭିତ୍ତିଭୂମି ସୁଦୃଢ କରିବାରେ ଲାଗିଛି। ସୀମାରେ ନିର୍ମାଣ ହେଉଥିବା ସଡକକୁ ନେଇ ଚୀନ ଆପତ୍ତି ପ୍ରକାଶ କରିଛି। ବହୁବାର ଚୀନ ସୈନିକ ନିର୍ମାଣ କାର୍ଯ୍ୟ ରୋକିବାକୁ ଉଦ୍ୟମ କରିଛି। ମାତ୍ର ଚୀନର ବିରୋଧକୁ ଅଣଦେଖା କରି ଭାରତ ସଡକ ନିର୍ମାଣକୁ ଆହୁରି ଗତିଶୀଳ କରିବାକୁ ନିଷ୍ପତ୍ତି ନେଇଛି।

   Related Posts