Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିରଳ: ୧୪ଟି ଛୁଆ ଜନ୍ମଦେଲା ଲାବ୍ରାଡର୍

30/05/2020 at 7:08 PM

ଲଣ୍ଡନ, ୩୦|୦୫: ଏକ ଲାବ୍ରାଡର୍ କୁକୁର ଏକସଙ୍ଗେ ୧୪ଟି ଛୁଆ ଜନ୍ମ କରିଛି । ଯାହା ଏକ ବିରଳ ଘଟଣା ବୋଲି କିଛି ଜୀବ ବିକ୍ଷାନୀ ମତ ଦେଇଛନ୍ତି । ଏହି ଘଟଣା ଲଣ୍ଡନରେ ଦେଖିବାକୁ ମିଳିଛି ।

ଗତ ଏପ୍ରିଲ ମାସରେ ଏହି ଲାବ୍ରାଡରଟି ୧୪ଟି ଛୁଆ ଜନ୍ମ କରିଥିଲା । ଏହି ବ୍ରିଡ୍ ର କୁକୁରମାନେ ଏତେ ସଂଖ୍ୟକ ଛୁଆ ଜନ୍ମ କରିନଥାନ୍ତି । ତେଣୁ ଏହାକୁ ଏକ ବିରଳ ଘଟଣା ବୋଲି କୁହାଯାଉଛି । ଏହି ଛୁଆ ମଧ୍ୟରେ ୮ଟି କଳା ରଙ୍ଗର ଥିବା ବେଳେ ୬ଟି ହଲଦିଆ ରଙ୍ଗ ରହିଛନ୍ତି ।

ଏହି ୬ ବର୍ଷର କୁକୁରଟି କେମ୍ବ୍ରିଜସେୟାରରେ ରହୁଥିବା ହାଜେଲଙ୍କ ଘରେ ଏହି ଛୁଆକୁ ଜନ୍ମ କରିଛି । ହାଜେଲ୍ କହିଛନ୍ତି ଯେ, ଏପ୍ରିଲ ୧୮ରେ ଏହି ୧୪ଟି ଛୁଆ ଜନ୍ମ ହୋଇଥିଲେ । ତେବେ ସମସ୍ତ କୁକୁର ଶାବକ ସୁସ୍ଥ ଅଛନ୍ତି । ଯେତେବେଳେ ଛୁଆ ଗୁଡିକ ଜନ୍ମ ହେଲେ ସେତେବେଳେ ସେ ବିଶ୍ୱାସ କରିପାରିଲେନି । କାରଣ ଏତେ ସଂଖ୍ୟକ ଛୁଆ ଜନ୍ମ ହେବା ଏକ ବିରଳ ଘଟଣା । ପ୍ରାୟତଃ ଲାବ୍ରାଡର ବ୍ରିଡ୍ ର କୁକୁର ୬ରୁ ୮ଟି ଛୁଆ ଜନ୍ମ ଦେଇଥାନ୍ତି ।

   Related Posts