ଲାଞ୍ଚ ସହ ଧରାପଡିଲେ ଲେବର ଇନ୍ସପେକ୍ଟର, ଲାଇସେନ୍ସ ରିନ୍ୟୁ ପାଇଁ ନେଉଥିଲେ ୩୦ ହଜାର
16/03/2020 at 7:14 PM

କଳାହାଣ୍ଡି, ୧୬|୦୩: ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ କଳାହାଣ୍ଡି ଜିଲ୍ଲା ଗ୍ରାମାଞ୍ଚଳ ଶ୍ରମ ଇନିସପେକ୍ଟର ଜୟନ୍ତ ପଣ୍ଡା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭିଜିଲାନ୍ସ ଟିମ ଟଙ୍କା ଜବତ କରିଛି।

ଜୟନ୍ତ ଶ୍ରମିକ ଲାଇସେନ୍ସ ନବୀକରଣ ପାଇଁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଲାଂଚ ନେଉଥିଲେ। ଏନେଇ ପୂର୍ବରୁ ଭିଜିଲାନ୍ସକୁ ସୂଚନା ମିଳିଥିଲା। ଟିମ୍ ଯୋଜନା ମୁତାବକ ଲାଞ୍ଚ ନେବା ବେଳେ ଚଢାଉ କରି ଜୟନ୍ତଙ୍କୁ ଧରିଥିଲା। ଭିଜିଲାନ୍ସ ଡିଏସପି ସତ୍ୟବାନ୍ ମହାନନ୍ଦଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା।